www.samajalive.in
Monday, December 8, 2025
17.1 C
Bhubaneswar

ରେଳ ପାଇଁ ଜମି ଅଧିଗ୍ରହଣ : ପାହାଡ଼ ଚଢି ସମସ୍ୟା ବୁଝିଲେ ଅଧିକାରୀ

ମାଲକାନଗିରି/ଖଇରପୁଟ : ମାଲକାନଗିରି ଜିଲାର ଅତ୍ୟନ୍ତ ଦୁର୍ଗମ ଓ ମାଓ ପ୍ରବଣ ଅଞ୍ଚଳ ଖଇରପୁଟର ତହସିଲଦାରଙ୍କ କର୍ତ୍ତବ୍ୟପରାୟଣତା ନେଇ ଏବେ ଚର୍ଚ୍ଚା। ଦୁର୍ଗମ ଘାଟିରେ ନିଜର କର୍ତ୍ତବ୍ୟ ସମ୍ପାଦନ ପାଇଁ ପ୍ରାୟ ୧୦କିଲୋମିଟର ପାହାଡ଼ ଚଢିଛନ୍ତି। ଲୋକଙ୍କ ସମସ୍ୟା ବୁଝିବା ସହ ବହୁ ପ୍ରତୀକ୍ଷିତ ରେଳ ଧାରଣର ନିମନ୍ତେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଜମି ଅଧିଗ୍ରହଣ ଶେଷ ହେଲେ ରେଳ ଧାରଣା ବିଛା କାର୍ଯ୍ୟ ଆରମ୍ଭ ହେବ। ମାଡ଼କାପଦର ପଞ୍ଚାୟତରେ ପ୍ରାୟ ୧୩ଟି ଗ୍ରାମ ମୁନୁଷ୍କାଲ, ଡାବୁଗୁଡା, ଡଙ୍ଗରପାଲ୍ଲି, ଗୌଡ଼ପୁଟ, ରାଉଳିଗୁଡ଼ା, ପାରୁଗୁଡ଼ା, ଗୁମାଲତା, କୁସୁମପୁଟ, ଚାପାଲପଡ଼ା, ବାହାଦୁରଗୁଡ଼ା, ଲୁନଖାରି, ଆମିଲିପୁଟ, ଖେମାଗୁଡ଼ା ଆଦି ଗ୍ରାମଗୁଡିକ ସମୁଦ୍ର ପତନ ଠାରୁ ପ୍ରାୟ ୨୦୦୦ ଫୁଟ ଉଚ୍ଚରେ। ତହସିଲଦାର ରାମକୃଷ୍ଣ ନାୟକ, ମହିଳା ରାଜସ୍ୱ ନିରୀକ୍ଷକ
ମୀନତି ବେହେରାଙ୍କ ସହ ଅନ୍ୟ କର୍ମଚାରୀ ମିଶି ପାହାଡ଼ ଚଢ଼ିଥିଲେ। ପ୍ରାୟ ୪ଘଣ୍ଟା ପାହାଡ଼ ଚଢି ଏହି ଗ୍ରାମଗୁଡ଼ିକରେ ସେମାନେ ପହଞ୍ଚି ଥିଲେ। ରେଳ ବିଭାଗ ଦ୍ୱାରା ଦିଆଯାଇଥିବା ନକ୍ସା ଅନୁସାରେ ସରକାରୀ ଜମି ଓ ବେସରକାରୀ ଜମି କେତେ ରହିଛି ସେସବୁ ଦେଖି ରେଳ ଧାରଣା ନିର୍ମାଣ ରାସ୍ତା ଚିହ୍ନଟ କରିଥିଲେ। ପ୍ରଥମଥର ପାଇଁ ଜଣେ ସରକାରୀ ବାବୁଙ୍କ ଏହି ଅଞ୍ଚଳରେ ପାଦ ପଡ଼ିଛି। ଅଞ୍ଚଳର ଆଦିବାସୀମାନେ ତହସିଲଦାରଙ୍କ ସମ୍ମୁଖରେ ସମସ୍ୟାର ପାହାଡ଼ ଲଦି ଦେଇଥିଲେ । ବିଦ୍ୟାଳୟ ଅଛି, ଶିକ୍ଷକ ନାହାନ୍ତି, ପାଣି ପାଇଁ ଚୂଆ ଭରଷା, ରାସ୍ତା ନିର୍ମାଣ ଭଳି ବହୁ ଅଭିଯୋଗ ଜଣାଇଥିଲେ। ତହସିଲଦାର ଶ୍ରୀ ନାୟକ ଉପରୋକ୍ତ ସମସ୍ୟାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରକାଶଥାଉକି, ପ୍ରାୟ ୨୨କିଲୋମିଟର ରେଳ ଧାରଣା ଖଇରପୁଟ ତହସିଲ ଦେଇ ଯାଉଛି ା ଏହି ଗ୍ରାମ ଗୁଡିକ କୋରାପୁଟ ଓ ମାଲକାନଗିରି ସୀମାନ୍ତରେ ଅବସ୍ଥିତ। ଏସବୁ ଅଞ୍ଚଳ ମାଓବାଦୀଙ୍କ ଆଡ୍ଡା ଭାବେ ପରିଚିତ। ଏଭଳି ପରିସ୍ଥିତିରେ ଜନସେବା ପାଇଁ ତହସିଲଦାରଙ୍କ ଏଭଳି ଯାତ୍ରାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories