www.samajalive.in
Sunday, December 7, 2025
14.1 C
Bhubaneswar

ପଲିଥିନରେ କାଙ୍କଡ ଚାଷ କୌଶଳ ପ୍ରଶିକ୍ଷଣ ଶିବିର

ପିପିଲି : କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା(ସିଫା) ପରିସରସ୍ଥ ଖୋର୍ଦ୍ଧା କୃଷି ବିଜ୍ଞାନ କେନ୍ଦ୍ର ଠାରେ ଗ୍ରାମାଞ୍ଚଳର ତଫସିଲଭୁକ୍ତ ଜାତିର ଯୁବକମାନଙ୍କ ନିମନ୍ତେ ‘ପଲିଥିନରେ କାଙ୍କଡ଼ ଚାଷ କୌଶଳ’ ଶୀର୍ଷକ ଏକ ୫ ଦିନିଆ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର କୋଭିଡ୍ ଗାଇଡ ଲାଇନ୍ ଅନୁପାଳନ ପୂର୍ବକ ଉଦ୍‍ଘାଟିତ ହୋଇଯାଇଛି । ଏଥିରେ ଆଇସିଏଆର୍ ସମେତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ବରିଷ୍ଠ ବୈଜ୍ଞାନିକ ଓ ରାଜ୍ୟ କୃଷି ବିଭାଗର ଅଧିକାରୀମାନେ ଯୋଗଦେଇ ଶିବିରାର୍ଥୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି।
ସିଫାର ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁ ଏହି ଶିବିରକୁ ଉଦ୍‍ଘାଟନ କରିବା ଅବସରରେ ସିଫା ପକ୍ଷରୁ କୃଷକମାନଙ୍କୁ ସମସ୍ତ ପ୍ରକାର ବୈଷୟିକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କୋଭିଡ ମହାମାରୀ ସମୟରେ କୃଷକମାନଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ସାହାଯ୍ୟ ଓ ସହଯୋଗ କରୁଥିବାରୁ ଖୋର୍ଦ୍ଧା କୃଷି ବିଜ୍ଞାନ କେନ୍ଦ୍ରକୁ ସେ ଭୂୟସୀ ପ୍ରଶଂସା କରିବା ସହ ନିଜର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଖୋର୍ଦ୍ଧା ଜିଲାର କୃଷକମାନେ ଅତ୍ୟାଧୁନିକ କୃଷି ଜ୍ଞାନକୌଶଳକୁ ଆପଣେଇବାକୁ ଡ଼ଃ ସ୍ୱାଇଁ ପରାମର୍ଶ ଦେଇଥିଲେ। ଖୋର୍ଦ୍ଧା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ପ୍ରଶିକ୍ଷଣ ସଂଯୋଜକ ଡଃ ଏସ୍. ଏସ୍. ଗିରି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଦକ୍ଷତା ବିକାଶର ଲକ୍ଷ୍ୟ ଓ ପରିସର ସମ୍ପର୍କରେ ବିଷଦ ଭାବେ ସୂଚନା ଦେବା ସହ ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଯୁବକମାନଙ୍କ ଆତ୍ମନିଯୁକ୍ତି ଓ ଗ୍ରାମୀଣ ଜୀବିକା ନିର୍ବାହକୁ ଅଧିକ ସଶକ୍ତ କରିବ ବୋଲି ଆଶା ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବେ ସିଫାର ମୁଖ୍ୟ ପ୍ରଶାସନିକ ଅଧିକାରୀ ବି. କେ. ସିହ୍ନା ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପାଠ୍ୟକ୍ରମ ନିର୍ଦ୍ଦେଶକ ଅଜୟ କୁମାର ଦାଶ ପଲିଥିନରେ କାଙ୍କଡ଼ ଚାଷର ଉପଯୋଗୀତା ବିଷୟରେ ବର୍ଣ୍ଣନା କରିବା ସହିତ ଏହି ଆଧୁନିକ ଜ୍ଞାନକୌଶଳର ପ୍ରୟୋଗରେ କୃଷି ଉତ୍ପାଦନ ବଢ଼଼ିବା ସହ କୃଷକର ରୋଜଗାର ମଧ୍ୟ ବଢ଼଼ିବ ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେଭିକେର ଏସ୍.ସିଂ, ଡଃ ବି.କେ. ବାଞ୍ଜା, ପି.ଆର୍. ସାହୁ, ଏସ୍.ବେହେରା, ଡଃ ଏଚ୍. ନାୟକ ଏବଂ ସହଯୋଗୀ ପ୍ରଶାସନିକ ଅଧିକାରୀ ଜି.ଭଞ୍ଜ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories