www.samajalive.in
Tuesday, December 9, 2025
17.1 C
Bhubaneswar

ସଡକ ଦୁର୍ଘଟଣାରେ ଜଣେ ମୃତ

ବ୍ରଜରାଜନଗର : ଚାନ୍ଦନୀମାଲ-ରାଜପୁର ରାସ୍ତାରେ ଗତ କାଲି ରାତିରେ ଘଟିଥିବା ଏକ ସଡକ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ଦେଓଗାଁର ସଦାନନ୍ଦ ବିଶ୍ୱାଳ(୪୩)। ପୁଲିସ ଠାରୁ ମିଳିଥିବା ସୂଚନା ଅନୁସାରେ, ମୃତ ସଦାନନ୍ଦ ସୁନ୍ଦରଗଡ ଜିଲ୍ଲା ଡୁଲୁଙ୍ଗା ଖଣିର ଏକ ଠିକା ସଂସ୍ଥାରେ କାର୍ଯ୍ୟରତ ଥିଲେ। ଗତ କାଲି ରାତି ୧୦.୩୦ ବେଳେ ସଦାନନ୍ଦ ନିଜ ବାଇକରେ ଘରକୁ ଫେରୁଥିବା ସମୟରେ ରାଜୁପୁର ରାସ୍ତାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକିଥିବା ଏକ ଟ୍ରକ ସହିତ ପିଟି ହୋଇଥିଲେ। ପଛରେ ଆସୁଥିବା ସଦାନନ୍ଦର ସାଙ୍ଗ ମାନେ ତାଙ୍କୁ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ଉଦ୍ଧାର କରି ମଣ୍ଡଳିଆ ସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଗାନ୍ଧିଛକ ଫାଣ୍ଡି ପୁଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା ଫାଣ୍ଡି ଅଧିକାରୀ ଶଶୀ ଭୂଷଣ ପୋଢ଼ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories