www.samajalive.in
Monday, December 8, 2025
27.1 C
Bhubaneswar

ଦୀର୍ଘ ୪ମାସ ପରେ ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର

ଆରଡି : ମହାମାରୀ କରୋନା ଭୟଭୟତାକୁ ନେଇ ଦୀର୍ଘ ୪ମାସ ହେବ ବନ୍ଦ ରହିଥିଲା ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ହେଲେ ଏବେ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବାରୁ ଆଜି ସୋମବାର ଠାରୁ ଖୋଲିଛି ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। କୋଭିଡ କଟକଣା ଅନୁଯାୟୀ ଭକ୍ତମାନେ ବ୍ୟାରିକେଡରେ ଯାଇ ବାବାଙ୍କୁ ଦର୍ଶନ କରୁଛନ୍ତି। କୋଭିଡ ନିୟମ ଅନୁଯାୟୀ ଜାରୀ ହୋଇଛି ଏସ ଓପି।

ଶ୍ରଦ୍ଧାଳୁମାନେ ମନ୍ଦିର  ମଧ୍ୟକୁ  କୌଣସି ପୂଜାସାମଗ୍ରୀ, ଭୋଗ ଫୁଲ ଆଦି ନନେବା ପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ଏଥିସହ ତୁଣ୍ଡି ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ମଧ୍ୟ ଡାକବାଜି ଯନ୍ତ୍ର ଦ୍ୱାରା  ସୂଚନା ଦିଆଯାଉଛି। ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟାରିକେଡ ନିର୍ମାଣ କରାଯାଇଛି। ସେହିପରି ମନ୍ଦିର ସାନିଟାଇଜ ପାଇଁ ପ୍ରତି ଶନିବାର ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ତାହାସହ ୧୦ବର୍ଷରୁ କମ୍ ଓ ୬୫ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ମନ୍ଦିର ନଯିବା ପାଇଁ ଜିଲା ପ୍ରଶାସନ ପରାମର୍ଶ ଦେଇଛି। ମନ୍ଦିର ବାହାରେ ଓ ଭିତରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories