ଆଫଗାନିସ୍ଥାନରେ ଥିବା ଭାରତୀୟ ନାଗରିକମାନଙ୍କ ପାଇଁ ଭାରତ ପକ୍ଷରୁ ସ୍ୱତନ୍ତ୍ର ଆଫଗାନିସ୍ଥାନ ସେଲ୍ ପ୍ରତିଷ୍ଠା କରାଯାଇଛି । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ଦିନରାତି ୨୪ ଘଣ୍ଟିଆ ସ୍ୱତନ୍ତ୍ର ଆଫଗାନ ସେଲ୍ ସ୍ଥାପନ କରାଯାଇଛି । ସେଠାରେ ଥିବା ଭାରତୀୟ ନାଗରିକମାନେ ସହାୟତା ଚାହୁଁଥିଲେ ତୁରନ୍ତ ସ୍ୱତନ୍ତ୍ର ଆଫଗାନିସ୍ଥାନ ସେଲ୍ ସହ ଯୋଗାଯୋଗ କରିବାକୁ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ଯୋଗାଯୋଗ କରିବା ପାଇଁ ନମ୍ବର ହେଲା +୯୧-୧୧-୪୯୦୧୬୭୮୩, +୯୧-୧୧-୪୯୦୧୬୭୮୪ ଓ +୯୧-୪୯୦୧୬୭୮୫ । ହ୍ୱାଟ୍ସପ୍ ନମ୍ବର ଗୁଡ଼ିକ ହେଲା +୯୧-୮୦୧୦୬୧୧୨୦୯, +୯୧-୯୫୯୯୩୨୧୧୯୯ ଓ +୯୧-୭୦୪୨୦୪୯୯୪୪ ।



