www.samajalive.in
Tuesday, December 9, 2025
15.1 C
Bhubaneswar

ଦିନଯାକ ସୁସ୍ଥବାନ ଓ ହାଲିଆ ନହେବା ପାଇଁ ଜୀବନ ଶୈଳୀରେ କରନ୍ତୁ କିଛି ପରିବର୍ତ୍ତନ

ଦୈନନ୍ଦିନ ଜୀବନର କାର୍ୟ୍ୟ କରିବା ପରେ ଦିନ ସରିବା ବେଳକୁ ଆପଣ ଖୁବ ହାଲିଆ ଅନୁଭବ କରିଥାଆନ୍ତି। ଏହାର ପ୍ରମୁଖ କାରଣ କାମର ପ୍ରଭାବ ଓ ଚିନ୍ତା। ମାତ୍ର ଯଦି ଆପଣ ଦିନ ଭିତରେ ଅଧିକ ହାଲିଆ ଓ ଅସୁସ୍ଥ ଅନୁଭବ କରୁଛନ୍ତି ତେବେ ଆପଣଙ୍କ ଜୀବନଶୈଳୀ ଏହାର ପ୍ରଧାନ କାରଣ ଅଟେ। ଦିନଯାକ ସୁସ୍ଥବାନ ଓ ହାଲିଆ ନହେବା ପାଇଁ ଆପଣଙ୍କୁ ଜୀବନ ଶୈଳୀରେ କିଛି ପରିବର୍ତ୍ତନ କରିବା ନିତ୍ୟାନ୍ତ ଆବଶ୍ୟକ। ଜାଣନ୍ତୁ ସେହି ଉପାୟ ଗୁଡ଼ିକ ବିଷୟରେ ……
ଧୀରେ ସୁସ୍ଥେ କାର୍ୟ୍ୟ କରନ୍ତୁ –
ସକାଳ ସମୟରେ ପ୍ରଥମେ ବ୍ୟାୟାମ କରନ୍ତୁ। ପ୍ରତ୍ୟେକ କାର୍ୟ୍ୟକୁ ଆବଶ୍ୟକତା ଅନୁଯାୟୀ ଧୀରେ ସୁସ୍ଥେ କରନ୍ତୁ। ବେଳେ ବେଳେ ଏପରି ହୋଇଥାଏ ଯେ, ସଠିକ ସମୟରେ ନଉଠିବା କାରଣରୁ ହେଉ ଅଥବା ଅନ୍ୟାନ୍ୟ କୌଣସି କାରଣରୁ ହେଉ ଆମେ କାର୍ୟ୍ୟକୁ ଖୁବ ଶୀଘ୍ର ଶୀଘ୍ର କରି ଥାଉ। ଫଳରେ ଏହାର କୁପ୍ରଭାବ ଆମ ମସ୍ତିଷ୍କ ଉପରେ ପଡ଼ିବା ସହ ଶରୀର ଉପରେ ପଡ଼ିଥାଏ। ଯାଦ୍ୱାରା ଆମେ ଖୁବ ହାଲିଆ ଅନୁଭବ କରୁ।
ପାଣି ପିଅନ୍ତୁ –
ଦିନ ଭିତରେ ଖୁବ ଅଧିକ ପାଣି ପିଅନ୍ତୁ। ଅଧିକ ପାଣି ପିଇବା ଦ୍ୱାରା ଆମ ଶରୀର ଖୁବ ସୁସ୍ଥ ରହେ। ଫଳରେ ଦିନ ଭିତରେ କାର୍ୟ୍ୟର ପ୍ରଭାବ ପଡ଼ିଲେ ମଧ୍ୟ ହାଲିଆ ଅନୁଭବ କରିବେ ନାହିଁ।
କାର୍ୟ୍ୟର ତାଲିକା ପ୍ରସ୍ତୁତ କରନ୍ତୁ –
ଆପଣ ଦିନ ଭିତରେ କରିବାକୁ ଥିବା କାର୍ୟ୍ୟର ତାଲିକା ପୂର୍ବରୁ ପ୍ରସ୍ତୁତ କରନ୍ତୁ। ଏପରି କରିବା ଦ୍ୱାରା ଆପଣ ସମୟ ଅନୁଯାୟୀ କାର୍ୟ୍ୟ କରିପାରିବେ। ତରତର ହୋଇ କାର୍ୟ୍ୟ କରିବେ ନାହିଁ।
ହାଲକା ଭୋଜନ କରନ୍ତୁ –
ଆପଣ କାର୍ୟ୍ୟ ଆରମ୍ଭ କରିବା ପୂର୍ବରୁ ଅଳ୍ପ ପରିମାଣରେ ଖାଦ୍ୟ ଖାଆନ୍ତୁ। ଅଳ୍ପ ଅର୍ଥାତ ଶରୀର ପାଇଁ ଆବଶ୍ୟକ ହେଉଥିବା ପରିମାଣରେ ଖାଦ୍ୟ ଖାଆନ୍ତୁ। ଅଧିକ ପରିମାଣରେ ଓ ଅଧିକ ତେଲ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ହାଲିଆ ଅନୁଭବ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ ଅଟେ।
ସଠିକ ସମୟରେ ଶୁଅନ୍ତୁ –
ବହୁ ଲୋକେ ବିଭିନ୍ନ କାରଣରୁ ରାତି ଅନିଦ୍ରା ହୋଇଥାଆନ୍ତି। ମାତ୍ର ଏପରି କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିବା ସହ ସଠିକ ମାତ୍ରାରେ ନିଦ ପୂରଣ ହୋଇନଥାଏ। ଫଳରେ ଆପଣ ଦିନଯାକ ହାଲିଆ ଅନୁଭବ କରିଥାଆନ୍ତି। ପ୍ରତ୍ୟେକ ବ୍ୟକ୍ତିଙ୍କୁ ୭ ରୁ ୮ ଘଣ୍ଟା ଶୋଇବା ନିତ୍ୟାନ୍ତ ଆବଶ୍ୟକ ଅଟେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories