www.samajalive.in
Tuesday, December 9, 2025
16.1 C
Bhubaneswar

ଜାଣନ୍ତୁ କେଉଁ ପ୍ରକାର ଭୋଜନ ଲାଭଦାୟକ

ଭୋଜନକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ହେଉଛି ଆମିଷ ଓ ଅନ୍ୟଟି ନିରାମିଷ। ଭୋଜନ ଆମ ସ୍ୱଭାବରେ ମଧ୍ୟ ପ୍ରଭାବ ପକାଇଥାଏ। ନିଜର ସ୍ୱଭାବ ଅନୁଯାୟୀ ଆପଣ କେଉଁ ପ୍ରକାରର ଭୋଜନ କରିବା ଆବଶ୍ୟକ ତାହା ହୁଏତ ଆପଣ ଜାଣି ନଥିବେ। କେଉଁ ସ୍ୱଭାବର ବ୍ୟକ୍ତି କି ପ୍ରକାରର ଭୋଜନ ଖାଇବା ଉଚିତ ଜାଣନ୍ତୁ……..
ଭାବୁକ ସ୍ୱଭାବର ବ୍ୟକ୍ତି –
ବହୁ ଲୋକେ ସ୍ୱଭାବରେ ଖୁବ ଭାବୁକ ହୋଇଥାଆନ୍ତି। ଏହି ସ୍ୱଭାବର ବ୍ୟକ୍ତି ମିଠା ଦ୍ରବ୍ୟ ଖାଇବା ଉଚିତ। ନିଜର ନିୟମିତ ଭୋଜନରେ ଗୁଡ଼, କିମ୍ବା ରୁଟି ଓ ମିଠା ଖାଆନ୍ତୁ। ଶୁଭଫଳ ମିଳିବା ସହ କାର୍ୟ୍ୟରେ ସଫଳତା ମିଳିଥାଏ। ଏହି ସ୍ୱଭାବର ବ୍ୟକ୍ତି ବାସି ଖାଦ୍ୟ ଖାଇବା ଉଚିତ ନୁହେଁ।
କ୍ରୋଧ ସ୍ୱଭାବର ବ୍ୟକ୍ତି –
ଆପଣ ଏପରି ବହୁ ବ୍ୟକ୍ତି ଦେଖିଥିବେ ଯେଉଁମାନେ ଛୋଟ କଥାରେ ମଧ୍ୟ ଖୁବ ଅଧିକ ରାଗି ଯାଇଥାଆନ୍ତି। ଏହି କ୍ରୋଧ ସ୍ୱଭାବର ବ୍ୟକ୍ତି ପିଆଜ, ରସୁଣ, ଆମିଷ ଖାଦ୍ୟ କମ ପରିମାଣରେ ଖାଇବା ଉଚିତ।
ଚିନ୍ତାଗ୍ରସ୍ତ ବ୍ୟକ୍ତି –
ଏହି ସ୍ୱଭାବର ବ୍ୟକ୍ତି କ୍ଷୀର କିମ୍ବା କ୍ଷୀରରେ ପ୍ରସ୍ତୁତ ଦ୍ରବ୍ୟ ଖାଇବା ଦ୍ୱାରା ବହୁ ଶୁଭଫଳ ମିଳିଥାଏ। ଦୁଶ୍ଚିତା ମଧ୍ୟ ଦୂର ହୋଇଥାଏ।
ଦୁର୍ବଳ ସ୍ୱଭାବର ବ୍ୟକ୍ତି –
ବହୁ ଲୋକେ ମାନସିକ ଓ ଶାରୀରିକ ଉଭୟେ ରୂପେ ଦୁର୍ବଳ ଥାଆନ୍ତି। ଏମାନଙ୍କୁ ସର୍ବଦା ରୋଗ ଲାଗିରହିଥାଏ। ଏହି ସ୍ୱଭାବର ବ୍ୟକ୍ତି ଫଳ ଓ ସବୁଜ ପନିପରିବା ଖାଇବା ଉଚିତ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories