www.samajalive.in
Monday, December 8, 2025
27.1 C
Bhubaneswar

ରିଲାଏନ୍ସ ଫାଉଣ୍ଡେସନ କେରଳକୁ ୨.୫ ଲକ୍ଷ ପାନ କୋଭିଡ-୧୯ ଟିକା ମାଗଣାରେ ଦେଲା

ତିରୁଅନନ୍ତପୁରମ: କେରଳ ସରକାରଙ୍କ ଟିକାକରଣ ଅଭିଯାନକୁ ଅଧିକ ଆଗେଇ ନେବା ପାଇଁ ରିଲାଏନ୍ସ ଫାଉଣ୍ଡେସନ ରାଜ୍ୟ ପାଇଁ ୨.୫ ଲକ୍ଷ ମାଗଣା କୋଭିଡ-୧୯ ଟିକା ଡୋଜ ଯୋଗାଇ ଦେଇଛି। ଏ ସମ୍ପର୍କିତ ପ୍ରତିବଦ୍ଧତା ପତ୍ର କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନଙ୍କୁ ରିଲାଏନ୍ସର ଏକ ପ୍ରତିନିଧି ଦଳ ଆନୁଷ୍ଠାନିକ ଭାବରେ ପ୍ରଦାନ କରିଥିଲେ। ଏଥିପାଇଁ ନିଜ ଅନ୍ତରର କୃତଜ୍ଞତା ଜଣାଇ ଶ୍ରୀ ବିଜୟନ କହିଥିଲେ, ରିଲାଏନ୍ସ ଫାଉଣ୍ଡେସନର ଏଭଳି ସମର୍ଥନ ରାଜ୍ୟର ଟିକାକରଣ ଅଭିଯାନକୁ ନିଃସନ୍ଦେହରେ ସୁଦୃଢ କରିବ। ଟିକାଗୁଡିକ ଗୁରୁବାର ଦିନ କୋଚିଠାରେ ପହଞ୍ଚିବା ପରେ ତାହାକୁ କେରଳ ମେଡିକାଲ ସର୍ଭିସେସ କର୍ପୋରେସନକୁ ହସ୍ତାନ୍ତର କରାଯାଇଛି। କେରଳ ସରକାରଙ୍କ ପକ୍ଷରୁ ଏର୍ଣ୍ଣାକୁଲମ ଜିଲାପାଳ ଜାଫର ମଲିକ ଟିକାଗୁଡିକ ଗ୍ରହଣ କରିଥିଲେ। କେରଳ ସ୍ୱାସ୍ଥ୍ୟ ବିଭାଗ ଜରିଆରେ ଟିକାଗୁଡିକ ଆବଣ୍ଟନ କରାଯିବା ସହିତ ଲୋକଙ୍କୁ ଦିଆଯିବ।
ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ୨୦୧୮ରେ କେରଳରେ ବନ୍ୟାବିପତ୍ତି ଦେଖାଦେଇଥିବାବେଳେ ରିଲାଏନ୍ସ ଫାଉଣ୍ଡେସନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୧ କୋଟି ଟଙ୍କା ପ୍ରଦାନ କରିବା ସହିତ ଆଲପୁଝାରେ ରିଲିଫ ଶିବିର ପରିଚାଳନା ଏବଂ ତାହାସହିତ ୫୦ କୋଟି ଟଙ୍କା ମୂଲ୍ୟର ପୋଷାକ, ଜୋତାଚପଲ ଶୁଖିଲା ତେଜରାତି ସାମଗ୍ରୀ ଆବଣ୍ଟନ ସହିତ ସ୍ୱାସ୍ଥ୍ୟସେବା ସହାୟତା ଯୋଗାଇ ଦେଇଥିଲା। ୨୦୧୯ରେ ରିଲାଏନ୍ସ କେରଳ ମୁଖ୍ୟମନ୍ତ୍ରୀଙ୍କ ବିପର୍ଯ୍ୟୟ ରିଲିଫ ପାଣ୍ଠିକୁ ୫କୋଟି ଟଙ୍କା ଦାନ କରିବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ଓ ଭୂସ୍ଖଳନ ପ୍ରଭାବିତ ଲୋକଙ୍କୁ ସେମାନଙ୍କ ଜୀବନ ପୁନଃ ଆଗେଇନେବା ଓ ଭିତ୍ତିଭୂମି ପୁନଃବାହାଲ କରିବାକୁ ସହାୟତା ଯୋଗାଇ ଦେଇଥିଲା।
ଗୋଷ୍ଠୀ କଲ୍ୟାଣ ଦିଗରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିବଦ୍ଧତାକୁ ପୁନଃ ମଜଭୁତ କରି ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା-ଚେୟାରପର୍ସନ ନିତା ଏମ ଅମ୍ବାନି କହିଛନ୍ତି, କୋଭିଡ-୧୯ ବିରୁଦ୍ଧରେ ଭାରତର ଲଢେିର ପ୍ରତିଟି ପଦକ୍ଷେପରେ ଆମେ ରାଷ୍ଟ୍ର ସହିତ ଛିଡା ହୋଇଛୁ। ଭୂତାଣୁ କବଳରୁ ଜନସାଧାରଣଙ୍କୁ ସୁରକ୍ଷା ଦେବାପାଇଁ ବ୍ୟାପକ ଟିକାକରଣ ଏକମାତ୍ର ସଫଳ ମାଧ୍ୟମ। ସମଗ୍ର ଦେଶରେ ମାଗଣା ଟିକାକରଣ ପାଇଁ ଆମେ ‘ମିଶନ ଭାକ୍‍ସିନ ସୁରକ୍ଷା’ ଆରମ୍ଭ କରିଥିଲୁ। ଏହି ୨.୫ ଲକ୍ଷ ମାଗଣା ଟିକା ଡୋଜ୍‍ ସହିତ ରିଲାଏନ୍ସ ଫାଉଣ୍ଡେସନ ଆବଶ୍ୟକତା ସମୟରେ କେରଳ ଜନସାଧାରଣଙ୍କୁ ପ୍ରତି ସମର୍ଥନକୁ ପୁନଃ ଦୃଢ଼ିଭୂତ କରୁଛି। ଆମେ ସମସ୍ତେ ମିଳିତ ଭାବରେ ଏହି ଆହ୍ୱାନମୂଳକ ପରିସ୍ଥିତିର ଊଦ୍ଧ୍ୱର୍କୁ ଉଠିପାରିବା ଏବଂ ଏକ ମଜଭୁତ ରାଷ୍ଟ୍ର ଭାବରେ ପୁଣି ଛିଡାହେବା।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories