www.samajalive.in
Monday, December 8, 2025
17.1 C
Bhubaneswar

ଟିକିରା ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ 

ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ବାଟଗାଁ ପଞ୍ଚାୟତର କୁଞ୍ଜାମୁରା ଶିବ ମନ୍ଦିର ଘାଟରେ ମଙ୍ଗଳବାର ଗାଧୋଉଥିବା ବେଳେ ଟିକିରା ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ବାଟଗାଁ ଗ୍ରାମର ଝସକେତନ ଦେହୁରୀ (୩୦)।

ପ୍ରାପ୍ତ ଖବର ଅନୁସାରେ ଝସକେତନ ଦେହୁରୀ ଗତ ପ୍ରାୟ ୧୦ଦିନ ହେବେ କୁଞ୍ଜାମୁରା ଶିବ ମନ୍ଦିରରେ ନିଜର ମନସ୍କାମନା ପୂରଣ ପାଇଁ ଅଧିଆ ପଡ଼ିଥିଲେ। ପ୍ରତିଦିନ ପରି ମଙ୍ଗଳବାର ସକାଳ ପ୍ରାୟ ୬ଟା ସମୟରେ ଝସକେତନ ମନ୍ଦିର ନିକଟସ୍ଥ ଘାଟରେ ଗାଧୋଉଥିଲେ। ତେବେ ଅସାବଧାନତା ବଶତଃ ନଦୀରେ ମୁହଁ ମାଡ଼ିପଡ଼ି ଯିବାରୁ ବୁଡ଼ି ଯାଇଥିଲେ। ତେବେ ସେହି ସମୟରେ ଉପର ଘାଟରେ ଗାଧୋଉଥିବା ଜଣେ ଯୁବତୀ ଏହା ଦେଖି ପାଟି କରିବାରୁ ଆଖପାଖରେ ଥିବା ଲୋକେ ସେଠାକୁ ଧାଇଁଥିଲେ। ଏ ସଂପର୍କରେ ତୁରନ୍ତ ନାକଟିଦେଉଳ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଅଗ୍ନିଶମ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ନଦୀରୁ ଉଦ୍ଧାର କରିଥିଲେ। ସୂଚନା ପାଇ ନାକଟିଦେଉଳ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିଥିଲା। ଏନେଇ କେସ ନଂ୫/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ମୃତଦେହକୁ ବ୍ୟବଛେଦ ପାଇଁ ରେଠାଖୋଲ ପଠାଇ ଦିଆଯାଇଛି ବୋଲି ଥାନା ଅଧିକାରୀ ବିଧୁଭୂଷଣ ମିଶ୍ର କହିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories