www.samajalive.in
Monday, December 8, 2025
17.1 C
Bhubaneswar

କୃଷି ସଚେତନତା ରଥ ଶୁଭାରମ୍ଭ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତ ସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରଠାରେ କୃଷି ସଚେତନତା ରଥ ଉଦଘାଟନ ହୋଇଛି । କଲ୍ୟାଣସିଂହପୁର ସହକାରୀ କୃଷି ଅଧିକାରୀଙ୍କ କର କମଳରେ ପୂଜାବିଧି କରି ପତାକା ଦେଖାଇ ଏହାର ଶୁଭାରମ୍ଭ କରାଯାଇଛି । ବ୍ଲକର ବିଭିନ୍ନ ଜାଗାରେ ଏ ରଥ ବୁଲିବା ସହ ଭୁବନେଶ୍ୱର ର କଳାକାରଙ୍କ ଦ୍ଵାରା ନାଚ ଓ ଗୀତ ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ସମନ୍ଧିୟ ବିଭିନ୍ନ ଯୋଜନାକୁ ସଚେତନ କରିବାର ଏହାର ମୂଳ ଉଦ୍ଦେଶ୍ୟ ରହିଥିବା ଜଣାପଡିଛି ।

ଏହି ଶୁଭାରମ୍ଭ ସମୟରେ ସିକରପାଇ ଏରିଆର କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ୱାସ କଲ୍ୟାଣସିଂହପୁର ଏରିଆର କୃଷି ଅଧିକାରୀ ବରିଆଲ୍ କିସ୍କୁ, ମାଝୀଗୁଡ଼ା, କୋରୋପା, ପଲମା ଅଞ୍ଚଳର କୃଷି ଗ୍ରାମ୍ୟ ସେବକ ପ୍ରମୁଖ ଉପସ୍ଥିତ ରହିଥିଲେ ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories