www.samajalive.in
Monday, December 8, 2025
27.1 C
Bhubaneswar

ତୁରନ୍ତ ଆଫଗାନିସ୍ତାନ ଛାଡିବାକୁ ବ୍ରିଟେନ ନାଗରିକଙ୍କୁ ନିର୍ଦ୍ଦେଶ

ଲଣ୍ଡନ: ଆଫଗାନିସ୍ତାନ ପରିସ୍ଥିତି ଦିନକୁ ଦିନ ଅଧିକ ଖରାପ ହେବାକୁ ଲାଗିଥିବାରୁ ବ୍ରିଟେନ ତାହାର ନାଗରିକଙ୍କୁ ତୁରନ୍ତ ଆଫଗାନିସ୍ତାନ ଛାଡି ଚାଲିଆସିବାକୁ ନିର୍ଦ୍ଦେଶ ଦେଇଛି। ଇତିମଧ୍ୟରେ ଆଫଗାନ ସୈନ୍ୟ ଓ ତାଲିବାନ ମଧ୍ୟରେ ଲଢେଇ ଜୋରଦାର ହୋଇଥିବାବେଳେ ବୈଦେଶିକ, ରାଜ୍ୟଗୋଷ୍ଠୀ ଓ ଉନ୍ନୟନ କାର୍ଯ୍ୟାଳୟଗୁଡିକ ଶୁକ୍ରବାର ଆଫଗାନିସ୍ତାନ ନଆସିବାକୁ ସମସ୍ତଙ୍କୁ ସତର୍କ ସୂଚନା ଜାରି କରିଛି।
ଏଥିରେ କୁହାଯାଇଛି ଯେ ସମସ୍ତ ବ୍ରିଟିଶ ନାଗରିକ ତୁରନ୍ତ ଆଫଗାନିସ୍ତାନ ଛାଡି ସ୍ୱଦେଶ ଫେରିଆସନ୍ତୁ। ଯଦି କେହି ସେଠାରେ ରହିଥାଆନ୍ତି ତେବେ ଚାର୍ଟାର ବିମାନ କରି ଫେରିଆସିବାକୁ ପରାମର୍ଶ ଦିଆଯାଇଛି। ବ୍ରିଟେନ ସରକାରଙ୍କ ପକ୍ଷରୁ ଜରୁରୀକାଳୀନ ସ୍ଥାନାନ୍ତରଣ ପର୍ଯ୍ୟନ୍ତ ଅପେକ୍ଷା ନକରି ନିଜ ବ୍ୟବସ୍ଥାରେ ସେଠାରୁ ପଳାଇଆସିବାକୁ କୁହାଯାଇଛି। ତାଲିବାନ ସଂପ୍ରତି ଆଫଗାନିସ୍ତାନର ଅଧିକାଂଶ ଅଞ୍ଚଳ ନିଜ ଦଖଲକୁ ନେଇ ସାରିଛନ୍ତି ଏବଂ ସରକାରୀ ସୈନ୍ୟଙ୍କ ଉପରେ ଆକ୍ରମଣ ଜାରି ରଖିଛନ୍ତି। ଦେଶର ପଶ୍ଚିମରେ ଇରାନ ସୀମାନ୍ତକୁ ଲାଗିଥିବା ହେରାତ, ଲସ୍କର ଗାହ୍‍ ଏବଂ କାନ୍ଦାହାର ଆଦି ସହରରେ ତାଲିବାନ ଓ ସରକାରୀ ସୈନ୍ୟଙ୍କ ମଧ୍ୟରେ ଘମାଘୋଟ ଲଢେଇ ଚାଣିଛି। ମଇ ମାସରୁ ଆଧିପତ୍ୟ ବିସ୍ତାର ଆରମ୍ଭ କରିଥିବା ତାଲିବାନ ଆତଙ୍କିମାନେ ଶୁକ୍ରବାର ପ୍ରଥମ କରି ଏକ ପ୍ରାଦେଶିକ ରାଜଧାନୀ ସହର ନିଜ ଅକ୍ତିଆରକୁ ନେଇଛନ୍ତି। ସେମାନେ ଦକ୍ଷିଣ ପଶ୍ଚିମକୁ ଅବସ୍ଥିତ ସହର ନିମ୍ରୋଜ ବିନା ସଂଘର୍ଷରେ ଦଖଲ କରିଥିବା ଜଣାଯାଇଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories