www.samajalive.in
Monday, December 8, 2025
27.1 C
Bhubaneswar

ପୁନଃରୁଦ୍ଧାର ହେଉନି ପାଲୁର ସାହେବ କେନାଲ

ଗଞ୍ଜାମ: ଗଞ୍ଜାମ ବ୍ଲକରେ ସମୁଦ୍ର ଓ ଚିଲିକାକୁ ସଂଯୋଗ କରୁଥିବା ପାଲୁର ସାହେବ କେନାଲର ଦୀର୍ଘ ଦିନ ହେଲା ପୁନଃରୁଦ୍ଧାର କରାଯାଉ ନାହିଁ। ଫଳରେ ଏହି କେନାଲରେ ଠିକ ରୂପେ ଆଉ ପାଣି ପ୍ରବାହିତ ହେଉନି। ଫଳରେ ଅନେକ ସମସ୍ୟା ସୃଷ୍ଟି ହେଉଛି। ପୁନଃରୁଦ୍ଧାର ନହେବା ଦ୍ଵାରା ଖରା ଦିନେ ଠିକ ରୂପେ ସମୁଦ୍ରରୁ ଲୁଣି ପାଣି ଆସୁନି। ଯାହାକି ଲୁଣ ଉତ୍ପାଦନ ଠିକ ଭାବେ ହେଉନି କି ବର୍ଷା ଦିନେ ଅଧିକ ବର୍ଷା ହେଲେ ତାହା ଚାଷ ଜମିରୁ ନିଷ୍କାସନ ମଧ୍ୟ ଠିକ ରୂପେ ହେଉନି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହେଉଛି।

ସୂଚନା ଅନୁସାରେ ଏହି କେନାଲକୁ ଜୁଆର ସମୟରେ ସମୁଦ୍ରରୁ ପାଣି ଆସିଥାଏ। ଖରା ଦିନେ ସେହି ପାଣି ଲୁଣ ଜମିକୁ ନିଆଯାଇ ଥାଏ। ଫଳରେ ଲୁଣ ଉତ୍ପାଦନ ହୋଇଥାଏ। ଅନ୍ୟ ପଟେ ଠିକ ଭାବେ ପାଣି ଗଲେ ଏହି କେନାଲରୁ ଛୋଟ ମାଛ, ଚିଙ୍ଗୁଡ଼ି, କଙ୍କଡା ମିଳେ। ଯାହାକି ବର୍ତମାନ ଆଉ ସେଭଳି ମିଳୁନି। ବର୍ଷା ଦିନେ ଅଧିକ ବର୍ଷା ଓ ବନ୍ୟା ଜଳ ନିଷ୍କାସନ ହୋଇଥାଏ। ପ୍ରାୟ ଚାରୋଟି ପଂଚାୟତର ଲୋକମାନେ ଏହି କେନାଲ ଉପରେ ନିର୍ଭର କରୁଥିବା ବେଳେ ଏହାର ପୁନଃରୁଦ୍ଧାର ନ ହେବା ଫଳରେ ଏହି ସବୁ ସମସ୍ୟା ସୃଷ୍ଟି ହେଉଛି l ଗତ ୨୦୦୩ ମସିହାରେ କିଛି ଅଞ୍ଚଳ ଖୋଳା ଯାଇଥିଲା କିନ୍ତୁ ପରବର୍ତୀ ସମୟରେ ଆଉ କିଛି ହୋଇନି। ଯାହାକି ପୋତି ହେବାକୁ ବସିଲାଣି ତେଣୁକରି ଏହାର ପୁନଃରୁଦ୍ଧାର କାର୍ଯ୍ୟ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବୀ ହେଉଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories