www.samajalive.in
Sunday, December 7, 2025
13.1 C
Bhubaneswar

ଚାଷୀ ସମସ୍ୟାକୁ ନେଇ ପ୍ରତିବାଦରେ କିଷାନ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ବୌଦ୍ଧ  : ବୌଦ୍ଧ ଭଳି କୃଷି ଭିତିକ ଜିଲାରେ ଚାଷୀମାନଙ୍କ ପାଇଁ ସାରର ଆବଶ୍ୟକତା ଏକାନ୍ତ ଜରୁରୀ । କିନ୍ତୁ ଚଳିତ ଖରିଫ ଚାଷରେ ଆବଶ୍ୟକ ପରିମାଣର ସାର ଚାଷୀଙ୍କ ନିକଟରେ ପହଞ୍ଚାଇବା ଦିଗରେ ଜିଲା କୃଷି ବିଭାଗ ସଂପୁର୍ଣ୍ଣ ଭାବରେ ବିଫଳ ହୋଇଛି ବୋଲି ଅଭିଯୋଗ ହୋଇଛି । ସାର ପହଞ୍ଚି ପାରୁନଥିବାରୁ ବିଳମ୍ବରେ ଆରମ୍ଭ ହୋଇଥିବା ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଦେଖାଯାଇଛି । ବର୍ତ୍ତମାନ ଚାଷରେ ରୁଆ ବିହୁଡା ସମୟରେ ଚାଷୀମାନେ ସାର ନପାଇଲେ କରିବେ କଣ?  ନିର୍ଦ୍ଧାରିତ ସମୟରେ ଚାଷୀଙ୍କୁ ସାର ଯୋଗାଇ ପହଞ୍ଚାଇବା ସରକାରଙ୍କ ପ୍ରମୁଖ ଦାୟିତ୍ୱ । ଯଦି ସରକାରଙ୍କ ଘୋଷଣା ଓ ପ୍ରତିଶୃତି ଚାଷୀଙ୍କ ଆୟ ୨୦୨୨ ପର୍ଯ୍ୟନ୍ତ ଦୁଇଗୁଣା ହେବ, ତେବେ ସାରର ନିଅଣ୍ଟିଆ ପରିସ୍ଥିତି କାହିଁକି ବୋଲି ଜିଲା କିଷାନ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।
ଏପ୍ରିଲ ମାସଠାରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଖରିଫ ଚାଷରେ ୟୁରିଆ,ଡିଏପି,ଏନପିକେ ଓ ଏମଓପି ସାର ମୋଟ ୨ ଲକ୍ଷ ମେଟି୍ରକ ଟନ ପ୍ରୟୋଗ କରାଯିବାକୁ ସ୍ଥିର କରାଯାଇଥିବାବେଳେ ଜୁଲାଇ ୩୧ ତାରିଖ ସୁଦ୍ଧାଓଡ଼ିଶା କେନ୍ଦ୍ରରୁ ମାତ୍ର ୫ ଲକ୍ଷ ୫୭ ହଜାର ମେଟି୍ରକ ଟନ ସାର ଓଡ଼ିଶା ପାଇବା କଥା । କିନ୍ତୁ ଜୁଲାଇ ଶେଷ ସୁଦ୍ଧା ରାଜ୍ୟ ଆହୁରି ୨ ଲକ୍ଷ ୩୦ ହଜାର ମେଟ୍ରିକ ଟନ ସାର ପାଇନଥିବା ଜଣାଯାଇଛି ।ଫଳରେ ଚାଷୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । କିନ୍ତୁ କାଳାବଜାରୀମାନେ ସାରକୁ ଗଛିତ ରଖି ଏହି ସମୟରେ ବସ୍ତାପିଛା ସରକାରୀ ମୂଲ୍ୟଠାରୁ ଅଧିକ ମୂଲ୍ୟରେ ବିକୁଥିବା ଏବଂ ଚାଷୀମାନେ କିଣିବାକୁ ବାଧ୍ୟ ହେଉଛନ୍ତି । ବର୍ତମାନ ଜିଲାରେ ଯେତିକି ପରିମାଣରେ ସାର ଚାଷୀଙ୍କ ପାଇଁ ଆବଶ୍ୟକ ତାହା ମିଳିପାରୁନାହିଁ ।
କୃଷି ବିଭାଗ ବୌଦ୍ଧରେ ରେଳଲାଇନ ନଥିବାରୁ ବଲାଙ୍ଗୀର କିମ୍ବା ସମ୍ବଲପୁର ରେକ୍ପଏଣ୍ଟ ଉପରେ ନିର୍ଭର କରିବାକୁ ପଡୁଥିବା କହି ସାର ଯୋଗାଇବାରେ ନିଜର ଅସହାୟତା ପ୍ରକାଶ କରିଛନ୍ତି । ତେଣୁ ଚାଷୀଙ୍କୁ ତୁରନ୍ତ ସାର ଯୋଗାଇଦେବାକୁ ଜିଲା କିଷାନ କଂଗ୍ରେସ ସଭାପତି ରଘୁନାଥ ପଲିଆଙ୍କ ନେତୃତ୍ୱରେ ଯୁବ କଂଗ୍ରେସ ଓ ଛାତ୍ରକଂଗ୍ରେସ ପକ୍ଷରୁ ମିଳିତ ଭାବରେ ଏକ ବିକ୍ଷୋଭ ଶୋଭାଯାତ୍ରା ବାହାରି ଜିଲା କୃଷି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବା ସହ ଜିଲା ମୁଖ୍ୟକୃଷି ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହାବ୍ୟତୀତ ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାରେ ହୋଇଥିବା ଘୋଟାଲା ପ୍ରତିବାଦରେ ଛାତ୍ର କଂଗ୍ରେସ ସଭାପତି ବିକ୍ରମ ପ୍ରଧାନଙ୍କ ନେତୃତ୍ୱରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏହି ବିକ୍ଷୋଭରେ ଯୁବ କଂଗ୍ରେସ ସଭାପତି ମହେଶ୍ୱର ପ୍ରଧାନ,ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ରାଏ ସଂଜିବ କୁମାର ଦେଓ,ବୌଦ୍ଧ ନିର୍ବାଚନ ମଣ୍ଡଳୀ ଯୁବକଂଗ୍ରେସ ସଭାପତି ଅବଦୁଲ କଲିମ ଖାଁ,କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଯୁବକଂଗ୍ରସ ସଭାପତି କଳାକାର ଦଳବେହେରାଙ୍କ ସମେତ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories