www.samajalive.in
Monday, December 8, 2025
27.1 C
Bhubaneswar

ଭାରତୀୟ ବକ୍ସର ଲଭଲିନା ବୋରଗୋହେନଙ୍କୁ ଅଲିମ୍ପିକ୍ସ କାଂସ୍ୟ ପଦକ

ଟୋକିଓ: ଭାରତୀୟ ମହିଳା ବକ୍ସର ଲଭଲିନା ବୋରଗୋହେନଙ୍କୁ ଅଲିମ୍ପିକ୍ସ ୨୦୨୦ରେ କାଂସ୍ୟ ପଦକ ମିଳିଛି। ୬୯ କିଲୋଗ୍ରାମ ବିଭାଗରେ ଲଭଲିନା ବିଶ୍ୱ ଚମ୍ପିଆନ ବକ୍ସର ତୁର୍କୀର ବୁସେନାଜ ସୁରମେନେଲିଙ୍କ ଠାରୁ ସେମିଫାଇନାଲରେ ପରାସ୍ତ ହୋଇଛନ୍ତି। ତେବେ ଏହି ପରାଜୟ ତାଙ୍କୁ କାଂସ୍ୟ ପଦକ ଆଣିଦେଇଛି। ଏହା ତାଙ୍କର ପ୍ରଥମ ଅଲିମ୍ପିକ ପ୍ରତିଯୋଗିତା ଥିଲା। ଏଥିସହିତ ନଅବର୍ଷର ବ୍ୟବଧାନ ପରେ ଅଲିମ୍ପିକ୍ସ ବକ୍ସିଂରେ ଭାରତକୁ ଏକ ପଦକ ମିଳିଛି। ଏମସି ମେରି କମ୍‍ ଏହା ପୂର୍ବରୁ ଅଲିମ୍ପିକ୍ସରେ ପଦକ ହାସଲ କରିଥିଲେ। ଭାରତ ପକ୍ଷରୁ ବିଜେନ୍ଦର ସିଂହ ୨୦୦୮ରେ ଏବଂ ମେରି କମ୍‍ ୨୦୧୨ରେ ଅଲିମ୍ପିକ୍ସ ବକ୍ସିଂରେ ପଦକ ବିଜୟୀ ହୋଇଥିଲେ। ଚଳିତ ଅଲିମ୍ପିକ୍ସରେ ଲଭଲିନା ମହିଳା ୱେଲଟରୱେଟ କ୍ୱାର୍ଟର ଫାଇନାଲରେ ଚାଇନିଜ ତାଇପେର ନିଏନ ଚିନଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଣ କରିଥିଲେ। ତେବେ ବୁଧବାର ପ୍ରତିଯୋଗିତାରେ ସୁରମେନେଲି ଲଭଲିନାଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିବା ସହିତ ବିଜୟୀ ହୋଇଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories