www.samajalive.in
Tuesday, December 9, 2025
17.1 C
Bhubaneswar

ଆଫଗାନ ପ୍ରତିରକ୍ଷା ମନ୍ତୀଙ୍କ ବାସଭବନ ନିକଟରେ ଶକ୍ତିଶାଳୀ କାରବୋମା ବିସ୍ଫୋରଣ

କାବୁଲ: ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ବିସମିଲ୍ଲା ମହମ୍ମଦିଙ୍କ ବାସଭବନ ନିକଟରେ ମଙ୍ଗଳବାର ରାତିରେ ଏକ ବଡଧରଣର କାର ବୋମା ବିସ୍ଫୋରଣ ଘଟିଛି। କଡା ସୁରକ୍ଷା ବଳୟ ମଧ୍ୟରେ ଥିବା ବିସମିଲ୍ଲାଙ୍କ ବାସଭବନ ନିକଟରେ ଏହି ବିସ୍ଫୋରଣ ଘଟିବା ପରେ ତୁରନ୍ତ ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳରେ ପହଞ୍ଚି ଅଞ୍ଚଳକୁ ଘେରାଉ କରିନେଇଥିଲେ। ଏହାପରେ ଆତଙ୍କି ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ ସୂତ୍ରରୁ ଜଣାଯାଇଛି। ସୂଚନାଯୋଗ୍ୟ ଯେ ଉକ୍ତ ଅଞ୍ଚଳରେ ବିଭିନ୍ନ ରାଷ୍ଟ୍ରର ଦୂତାବାସ, ରାଷ୍ଟ୍ରପତିଙ୍କ ଆବାସ ସ୍ଥଳ, ବିଭିନ୍ନ ସରକାରୀ ଦପ୍ତର, ଆନ୍ତର୍ଜାତିକ ଗଣମାଧ୍ୟମ ସଂସ୍ଥା ଏବଂ ମାନବାଧିକାର ସଂସ୍ଥାଗୁଡିକର କାର୍ଯ୍ୟାଳୟ ରହିଛି। ଉକ୍ତ ଅଞ୍ଚଳ ଦେଶର ଗ୍ରୀନ ଜୋନ ଭାବରେ ମଧ୍ୟ ପରିଚିତ। ସୂଚନାଯୋଗ୍ୟ ଯେ ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦି ରହୁଥିବା ଅତିଥି ଭବନକୁ ଲକ୍ଷ୍ୟକରି ଏହି ବିସ୍ଫୋରଣ ଘଟାଯାଇଥିଲା, କିନ୍ତୁ ବିସ୍ଫୋରଣ ସମୟରେ ମହମ୍ମଦି ସେଠାରେ ଉପସ୍ଥିତ ନଥିଲେ। ସେଥିପାଇଁ ଏହି ଆକ୍ରମଣ ଘଟଣାରେ କେହି ମୃତାହତ ହୋଇନାହାନ୍ତି।
ଉଲ୍ଲେଖଯୋଗ୍ୟ ଯେ ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଥିବା ଆସାଦୁଲ୍ଲା ଖାଲିଦ ଦୀର୍ଘକାଳ ଅସୁସ୍ଥ ରହି ଚିକିତ୍ସା ପାଇଁ ବିଦେଶ ଯିବା ପରେ ମହମ୍ମଦିଙ୍କୁ କାମଚଳା ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି। ତତ୍କାଳୀନ ସୋଭିଏତ ରୁଷକୁ ବିରୋଧ କରୁଥିବା ଅହମଦ ଶାହ ମାସୁଦଙ୍କ ଅଧୀନରେ ମହମ୍ମଦି ଜଣେ ବରିଷ୍ଠ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲେ ଏବଂ ସାମରିକ କ୍ଷେତ୍ରରେ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଛି। ହମିଦ କାରଜାଇ ଆଫଗାନ ରାଷ୍ଟ୍ରପତି ଥିବାବେଳେ ମହମ୍ମଦି ଦେଶର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ଦେଶର ସେନା ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ। ତାଲିବାନ ଆତଙ୍କିମାନେ କାବୁଲ ଦଖଲ ସହିତ ଦେଶରେ ଶାସନ ନିଜ ଦଖଲକୁ ନେବାପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବାବେଳେ ଦେଶର ସୈନ୍ୟମାନେ କାବୁଲକୁ ପୂର୍ଣ୍ଣ ସୁରକ୍ଷା ଦେଉଥିବା ଦାବି କରିଛନ୍ତି। ତେବେ ମଙ୍ଗଳବାର ଘଟିଥିବା ଏହି ଘଟଣା ଆଫଗାନ ସରକାର ସମେତ ଆନ୍ତର୍ଜାତିକ ସମୁଦାୟର ଚିନ୍ତା ବଢାଇ ଦେଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories