www.samajalive.in
Tuesday, December 9, 2025
16.1 C
Bhubaneswar

ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍‌ରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଦୀର୍ଘ ବର୍ଷ ପରେ ସେମିଫାଇନାଲ୍‌ରେ ପ୍ରବେଶ କରିଥିବାରୁ କ୍ରୀଡ଼ା ଓ ଯୁବସେବା ତଥା ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଉଭୟ ଭାରତୀୟ ହକି ଦଳକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ନିଜର ଦକ୍ଷତା ଓ ପରାକାଷ୍ଠା ପ୍ରଦର୍ଶନ କରି ସେମି ଫାଇନାଲ୍‌ରେ ପ୍ରବେଶ କରିଥିବାରୁ ଦୀର୍ଘବର୍ଷ ପରେ ପୁଣି ଅଲିମ୍ପିକସ୍‌ ପଦକ ହାସଲ ଆଶା ଉଜ୍ଜୀବିତ ହୋଇଛି । ଗତକାଲି ଭାରତୀୟ ପୁରୁଷ ଦଳ ଗ୍ରେଟ୍‌ ବି୍ରଟେନ୍‌କୁ ୩-୧ରେ ପରାସ୍ତ କରି ସେମିଫାଇନାଲକୁ ପ୍ରବେଶ କରିଥିବାବେଳେ ଆଜି ଭାରତୀୟ ମହିଳା ହକି ଦଳ ଅଷ୍ଟ୍ରେଲିଆକୁ ୧-୦ରେ ପରାସ୍ତ କରି ସେମିରେ ପ୍ରବେଶ କରିବା ଉଭୟ ଭାରତ ଏବଂ ଓଡ଼ିଶା ପାଇଁ ଗର୍ବର ବିଷୟ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ହକି ପ୍ରତି ଭଲପାଇବା ଯୋଗୁଁ ୨୦୧୮ ପରଠାରୁ ରାଜ୍ୟ ସରକାର ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ରହି ଆସିଛନ୍ତି । କେବଳ ସେତିକି ନୁହେଁ ଆମ ଓଡ଼ିଆ ପୁରୁଷ ଓ ମହିଳା ଖେଳାଳୀ ଭାରତୀୟ ଦଳରେ ସାମିଲ ହୋଇ ଓଡ଼ିଆ ଜାତିକୁ ସମଗ୍ର ବିଶ୍ୱରେ ଗର୍ବିତ କରିଛନ୍ତି । ଦୀର୍ଘ ଦଶନ୍ଧି ଧରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କ୍ରୀଡ଼ା ପ୍ରତି ପ୍ରତିବଦ୍ଧତା, ହାଇପରଫର୍ମାନ୍ସ ସେଣ୍ଟର ପ୍ରତିଷ୍ଠା ଏବଂ ହକି ଭିତ୍ତିଭୂମି ସୁଦୃଢ଼ୀକରଣ ଆଦି ଏହି ସଫଳତା ଆଣିବାରେ ସହାୟକ ହୋଇପାରିଛି। ଓଡ଼ିଶା ୨୦୧୮ରେ ହକି ଦଳ ବିଶ୍ୱକପ ଆୟୋଜନ କରିଥିବାବେଳେ ୨୦୨୩ରେ ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ୍‌ ଆୟୋଜନ କରିବାକୁ ଯାଉଛି । ତୃଣମୂଳସ୍ତରରୁ ଖେଳାଳୀ ଚୟନ ସହ ଅନ୍ତର୍ଜାତୀୟ ସ୍ତରର କୋଚ୍‌ମାନଙ୍କୁ ନେଇ ଯେଉଁ ତାଲିମ କାର୍ଯ୍ୟକ୍ରମ ଚାଲୁରହିଛି ସେସବୁର ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳୁଛି । ଭାରତୀୟ ହକି ଦଳ ପ୍ରତି ଓଡ଼ିଶା ତଥା ଓଡ଼ିଶାବାସୀଙ୍କ ଭଲପାଇବା ଦଳ ପାଇଁ ପଦକ ଆଣିବାରେ ସହାୟକ ହେଉ ବୋଲି ମନ୍ତ୍ରୀ ଶ୍ରୀ ବେହେରା ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories