www.samajalive.in
Tuesday, December 9, 2025
16.1 C
Bhubaneswar

ବଡ଼ କୁମାରୀ ଗାଁରେ ଆରମ୍ଭ ହେଲା ଜୀବନ୍ତ ମାଛ ବଜାର, ଉତ୍ପାଦନ ​‌ହେବ ବ୍ୟାପକ ଜାଆଁଳ

ନବରଙ୍ଗପୁର: ନବରଙ୍ଗପୁର ଜିଲାର ପ୍ରଥମ ଜୀବନ୍ତ ମାଛ ବଜାରକୁ ଜିଲାପାଳ ଅଜିତ୍ କୁମାର ମିଶ୍ର ଆଜି ଉମରକୋଟ ବ୍ଲକର ୟୁ ଭି୨ ବଡ଼ କୁମାରୀ ଗାଁ ରେ ଉଦଘାଟନ କରିଛନ୍ତି। ଏଥି ସହ   ଜିଲାରେ କାର୍ଯକାରୀ ହେଉଥିବା ବିଜ୍ଞାନ ଓ କାରିଗରୀ ବିଦ୍ୟା ପ୍ରକଳ୍ପ ମାଧ୍ୟମରେ ସିଫା ଦ୍ଵାରା ପ୍ରତିଷ୍ଠିତ ମାଛ ଜାଆଁଳା ଉତ୍ପାଦନ କେନ୍ଦ୍ର ମଧ୍ୟ ଉଦଘାଟନ କରିଛନ୍ତି। ଜିଲ୍ଲା ପାଲ  ଏହି କେନ୍ଦ୍ର ସ୍ଥାପନ ଦ୍ଵାରା ନବରଙ୍ଗପୁରରେ ବ୍ୟାପକ ମାଛ ଜାଆଁଳା ଉତ୍ପାଦନ ସହ ପଡୋଶୀ ରାଜ୍ୟ ଛତିଶଗଡ଼ରେ ମଧ୍ୟ ମାଛ ଜାଆଁଳା ବିକ୍ରି କରାଯାଉଛି  ବୋଲି କହିଛନ୍ତି।
 ଚଳିତବର୍ଷ ପ୍ରାୟ ୩.୫ କୋଟି ଯାଆଁଳା ଉତ୍ପାଦନ ଆଜି ସୁଦ୍ଧା କରାଯାଇପାରିଛି ଓ ଆହୁରି ୧.୫କୋଟି ଯାଆଁଳା ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଡ ମିଶ୍ର କହିଥିଲେ। କେନ୍ଦ୍ରୀୟ ମଧୁର ଜଳ ଜୀବ ପରିପାଲାନ ସଂସ୍ଥାନ ଭୁବନେଶ୍ଵର ପକ୍ଷରୁ ଜିଲାରେ ୫ଟି ମାଛ ଜାଆଁଳା ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଯାଇଛି। ଏଥିରେ ରୋହି, ଭାକୁର, ମିରିକାଳି,ଅମୂର୍ କର୍ପ ଭଳି ମାଛ ଜାଆଁଳା ଉତ୍ପାଦନ କରିବା ସହ ଚିଙ୍ଗୁଡ଼ି, ମୁକ୍ତା ଚାଷ ମଧ୍ୟ କରା ଯାଇଛି।

 

 ବିଜ୍ଞାନ ଓ କାରିଗରୀ ବିଦ୍ୟା ପ୍ରକଳ୍ପ ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି ହେବା ଦିଗରେ ଏହି ପ୍ରକଳ୍ପ ଅନେକ ମାତ୍ରାରେ ସଫଳ ହୋଇ ପାରିଛି ବୋଲି ଜିଲ୍ଲାପାଳ କହିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମତ୍ସ୍ୟ ଅଧିକାରୀ କୁଁଅର ମାରାଣ୍ଡି, ଉମର କୋଟ  ବ୍ଲକ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ଟାଲି, ତହସିଲଦାର ଡ ହିମାଚଳ ମାଝୀ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରକଳ୍ପ ର କ୍ରିୟା ନୟନ କମିଟିର ସଦସ୍ୟ ଲକ୍ଷ୍ମୀ ନାରାୟଣ ବକ୍ସି, ସହାୟକ ମତ୍ସ୍ୟ ଅଧିକାରୀ ବିକାଶ ପଟେଲ, ଏ. ମ ହାଚେରିର ଉଦ୍ୟୋଗୀ ସୁଜିତ୍ ଦାସ ସମେତ ଅନେକ ମାଛ ଚାଷୀ ଓ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟା ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories