www.samajalive.in
Monday, December 8, 2025
27.1 C
Bhubaneswar

ପୁଲିସ ୧୫ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲା: ବଶିଷ୍ଠ

ମୁମ୍ବଇ: ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ ଗିରଫରୁ ବଞ୍ଚାଇବା ପାଇଁ ମୁମ୍ବଇ ପୁଲିସ ତାଙ୍କୁ ୧୫ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ବୋଲି କହିଛନ୍ତି ଅଭିନେତ୍ରୀ ଗେହନା ବଶିଷ୍ଠ। ଗତ ଫେବୃଆରୀରେ ଏହି ମାମଲାରେ ଗିରଫ ହୋଇ ୪ମାସ କାରାଗାରରେ ରହିବା ପରେ ଜାମିନରେ ଆସିଥିବା ବଶିଷ୍ଠ କହିଛନ୍ତି ଯେ ଏଥିପାଇଁ ସେ ରାଜି ହୋଇ ନ ଥିଲେ। ଏମିତି କି କାରାଗାରରୁ ମୁକୁଳାଇବା ପାଇଁ ମଧ୍ୟ ପୁଲିସ ତାଙ୍କଠାରୁ ଟଙ୍କା ଦାବି କରିଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ନିଜ ଅଭିଯୋଗ ସପକ୍ଷରେ ସେ ଅରବିନ୍ଦ ଶ୍ରୀବାସ୍ତବ ଓରଫ ଯଶ ଠାକୁର ଓ ତନଭୀର ହାସ୍‌ମୀଙ୍କ ମଧ୍ୟରେ ହୋଇଥିବା ହ୍ବାଟ୍ସଆପ୍‌ ବାର୍ତ୍ତାଳାପକୁ ପ୍ରମାଣ ସ୍ବରୂପ ଉପସ୍ଥାପନ କରିଛନ୍ତି। ଏହି ଦୁଇ ଅଭିଯୁକ୍ତ ତାଙ୍କ ପାଇଁ ୮ଲକ୍ଷ ସଂଗ୍ରହ କରିଥିଲେ ବୋଲି ବଶିଷ୍ଠ ଦର୍ଶାଇଛନ୍ତି। ପୁଲିସ ତାଙ୍କ ବିରୋଧରେ ପରବର୍ତ୍ତୀ ସମୟରେ ଆଉ ଏକ ଏତଲା ରୁଜୁ କରିଥିଲା। ରାଜ କୁନ୍ଦ୍ରା ତାଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ରରେ ଅଭିନୟ ପାଇଁ ବାଧ୍ୟ କରିଥିଲେ ବୋଲି ବଶିଷ୍ଠ ଅଭିଯୋଗ କରିଥିଲେ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories