www.samajalive.in
Monday, December 8, 2025
27.1 C
Bhubaneswar

କାଠ ପୋଲ ଚଢି ଉପାନ୍ତ ଗାଁକୁ ପହଞ୍ଚିଲେ ମନ୍ତ୍ରୀ

ଟିଟିଲାଗଡ଼ : କାଠ ପୋଲ ଚଢି ଉପାନ୍ତ ଗାଁକୁ ପହଞ୍ଚିଲେ ମନ୍ତ୍ରୀ । ବଲାଙ୍ଗୀର ଜିଲା ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଦୁର୍ଗମ ଅରଣ୍ୟ ମଧ୍ୟରେ ରହିଥିବା ଉପାନ୍ତ ଗାଁ କୁଟରାକେନ ଗ୍ରାମକୁ ଶନିବାର ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ପହଞ୍ଚିଛନ୍ତି ।
୧୯୮୪ରେ ବଡ଼ମାଲ ଠାରେ ଗୋଳାବାରୁଦ କାରଖାନା ନିର୍ମାଣ ନେଇ ବିସ୍ଥାପିତ ୬୦ ପରିବାର  ଏଠାରେ ବସବାସ କରୁଛନ୍ତି  । ଗ୍ରାମବାସୀଙ୍କୁ ସରକାରଙ୍କ ଜଙ୍ଗଲ ଜମି ଅଧିକାର ଆଇନରେ ଜମି ପଟ୍ଟା ମଧ୍ୟ ପ୍ରଦାନ କରିଛନ୍ତି  । ହେଲେ ଗାଁକୁ କୌଣସି ସ୍ଥାୟୀ ରାସ୍ତା ନାହିଁ, ଟିଟିଲାଗଡ଼ ମୁରିବାହାଲ ଆରଡ଼ି ବିଭାଗ ରାସ୍ତାରୁ ପ୍ରାୟ ୪ କିଲୋମିଟର ଗ୍ରାମକୁ ଯାଇଥିବା ରାସ୍ତାଟି ଯାତାୟାତ ଦୃଷ୍ଟିରୁ ଦୁର୍ଗମ ହୋଇପଡିଛି  । ଏହି ରାସ୍ତାରେ ୩ଟି ନାଳ ମୁଖ୍ୟ ସମସ୍ୟା ରହିଛି  । ଗ୍ରାମବାସୀଙ୍କ ଅନେକ ଦାବି ପରେ ମଧ୍ୟ ରାସ୍ତା କିମ୍ବା ପୋଲ ନିର୍ମାଣ ହୋଇପାରିନି  ।
ଚଳିତ ବର୍ଷ ଗ୍ରାମବାସୀ ନାଳରେ ନିଜସ୍ୱ ଉଦ୍ୟମରେ କାଠ ପୋଲ ନିର୍ମାଣ କରିଛନ୍ତି । ପୂର୍ବରୁ ଏସମ୍ପର୍କରେ ‘ସମାଜ’ରେ ବିସ୍ତୃତ ଖବର ପ୍ରକାଶ ପାଇଥିଲା । ପୋଲ ନିର୍ମାଣ ପାଇଁ ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ,ବଲାଙ୍ଗୀର ଆରଡ଼ି ବିଭାଗ ଏସ ଇ ଦେବେନ୍ଦ୍ର ସେଠ, ଟିଟିଲାଗଡ଼ ନିର୍ବାହୀ ଯନ୍ତ୍ରୀ ସଞ୍ଜୀବ ଦାଶ, ସରପଞ୍ଚ ଇନ୍ଦ୍ରାଣୀ ପୁଞ୍ଜି ପ୍ରମୁଖଙ୍କ ସହ ଚାଲିଚାଲି କାଠ ପୋଲ ପାର ହୋଇ ଗାଁକୁ ଯାଇଥିଲେ  । ଏଥର ନିଶ୍ଚୟ ପୋଲ ହେବ ବୋଲି ପ୍ରତିଶୃତି ଦେଇଛନ୍ତି । ଏନେଇ ଗାଁରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ଗ୍ରାମବାସୀ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ଶ୍ରୀମତୀ ସାହୁଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories