www.samajalive.in
Sunday, December 7, 2025
26.1 C
Bhubaneswar

ତୈଳ ଓ ଗ୍ୟାସ କ୍ଷେତ୍ରର ବିକାଶ ପାଇଁ ନିବେଶକଙ୍କୁ ଆହ୍ୱାନ

ନୂଆଦିଲ୍ଲୀ: ଭାରତ ପାଇଁ ତୈଳ ଓ ଗ୍ୟାସ କ୍ଷେତ୍ର ବିକାଶ କରିବାକୁ କେନ୍ଦ୍ର ସରକାର ପୁଞ୍ଜିନିବେଶକଙ୍କୁ ଆହ୍ୱାନ କରିଛନ୍ତି। ଶୁକ୍ରବାର ଦିନ ଡିଏସଏଫ ୩ ପର୍ଯ୍ୟାୟକୁ ଉନ୍ମୁକ୍ତ କରିଛନ୍ତି। ଏହି କ୍ଷୁଦ୍ର ଆବିଷ୍କୃତ କ୍ଷେତ୍ର (ଡିସକଭର୍ଡ ସ୍ମଲ ଫିଲ୍ଡ) ତୃତୀୟ ପର୍ଯ୍ୟାୟ ଟେଣ୍ଡରରେ ୩୨ଟି ସ୍ଥାନରେ ୭୫ଟି ଆବିଷ୍କୃତ କ୍ଷେତ୍ର ରହିଛି। ଏହି କ୍ଷେତ୍ରଗୁଡିକ ଭାରତୀୟ ଭୂଖଣ୍ଡରେ ରହିଥିବା ଜଣାଯାଇଛି। ଏଥିରେ ପ୍ରାୟ ୨୩୨ ଏମଏମଟିଓଇ ତୈଳ ଏବଂ ତୈଳ ଅନୁରୂପ ଗ୍ୟାସ ରହିଛି। ଡିଏସଏଫ ନୀତିରେ ରହିଥିବା ବୈଶିଷ୍ଟ୍ୟଗୁଡିକ ମଧ୍ୟରେ ରାଜସ୍ୱ ଅଂଶୀଦାର ବ୍ୟବସ୍ଥା, ଅଣପାରମ୍ପରିକ ହାଇଡ୍ରୋକାର୍ବନ ପାଇଁ ଏକକ ଲାଇସେନ୍ସ, ଏଚଇଏଲପ ବ୍ୟବସ୍ଥାରେ କମ୍‍ ରୟାଲଟି ହାର, କୋ÷ଣସି ଉପକର ନାହିଁ, ଉତ୍ପାଦିତ ଗ୍ୟାସର ବିପଣନ ଓ ମୂଲ୍ୟ ନିର୍ଦ୍ଧାରଣ କ୍ଷେତ୍ରରେ ପୂର୍ଣ୍ଣ ସ୍ୱାଧୀନତା, ଚୁକ୍ତି ଅବଧି କାଳରେ ଉତ୍ତୋଳନ ଅନୁମତି ଏବଂ ବିଦେଶୀ କମ୍ପାନୀ ଅଥବା ମିଳିତ ଉଦ୍ୟୋଗଗୁଡିକର ୧୦୦% ଅଂଶଗ୍ରହଣକୁ ଅନୁମତି ଆଦି ରହିଛି। ପୂର୍ବ ଦୁଇଟି ପର୍ଯ୍ୟାୟରେ ୫୪ଟି ଠିକା ୨୭ଟି କମ୍ପାନୀକୁ ପ୍ରଦାନ କରାଯାଇଥିଲା। ସେଥିମଧ୍ୟରେ ୧୨ଟି ନୂଆ କମ୍ପାନୀ ଅନ୍ତର୍ଭୁକ୍ତ।
ଏ ସମ୍ପର୍କରେ ପ୍ରକାଶ କରି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦିପ ସିଂ ପୁରୀ କହିଛନ୍ତି, ଭାରତର ଦ୍ରୁତ ଅଭିବୃଦ୍ଧି କ୍ଷେତ୍ରରେ ଶକ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରୁଛି। ଭାରତ ଏ କ୍ଷେତ୍ରରେ ବିବିଧ ପଦକ୍ଷେପ ନେଉଛି ଏବଂ ଆୟ ଏବଂ ମୁଣ୍ଡପିଛା ଶକ୍ତି ବ୍ୟବହାର ବୃଦ୍ଧି ସହିତ ଆଗାମୀ ଦଶନ୍ଧିଗୁଡିକରେ ବିଶ୍ୱସ୍ତରରେ ଶକ୍ତି ଚାହିଦାରେ ଭାରତ ମୁଖ୍ୟ ପରିଚାୟକ ହେବା ଆଶା କରାଯାଉଛି। ସେ କହିଥିଲେ ଯେ, ସରକାର ଏକ ନିବେଶକ ଉପଯୋଗୀ ପରିବ୍ୟବସ୍ଥା ସୃଷ୍ଟି କରିଛନ୍ତି। ସେଥିପାଇଁ ବରାବର ନୀତିଗତ କ୍ଷ୍ରେତରେ ସଂସ୍କାର ଅଣାଯାଉଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories