www.samajalive.in
Sunday, December 7, 2025
15.1 C
Bhubaneswar

ସୀମା ଆରପଟେ ୩୦୦ ଆତଙ୍କବାଦୀ; ୧୪ ଲଞ୍ଚ ପ୍ୟାଡ ଠାବ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଜମ୍ମୁ କାଶ୍ମୀରରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଅସ୍ତ୍ରବିରତି ଘୋଷଣା କରାଯାଇଥିଲେ ମଧ୍ୟ ପାକିସ୍ତାନ ପଟୁ ଅନୁପ୍ରବେଶ ଉଦ୍ୟମ ଜାରି ରହିଛି ଏବଂ ଗତ କିଛିଦିନ ହେଲା ଜମ୍ମୁ କାଶ୍ମୀରରେ ପ୍ରାୟ ପ୍ରତିଦିନ ସୁରକ୍ଷା ବାହିନୀ ସହିତ ଆତଙ୍କିଙ୍କର ସଂଘର୍ଷ ଘଟୁଛି। ପାକିସ୍ତାନ ସୀମାରେ ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀ ପୁନଃ ସକ୍ରିୟ ହେବା ସହିତ ଅଲ ବାଦର ଗୋଷ୍ଠୀର ପୁନରୁଦ୍ଧାର ଆଗାମୀ ଦିନରେ ଜମ୍ମୁ କାଶ୍ମୀରରେ ଆତଙ୍କି କାର‌୍ୟ୍ୟକଳାପ ବୃଦ୍ଧିର କାରଣ ହେବାକୁ ଯାଉଛି। ଏବେ ପ୍ରାୟ ୨୨୫ରୁ ୨୫୦ ଜଣ ଆତଙ୍କବାଦୀ ଏଲଓସି ନିକଟରେ ଏବଂ ୩୦ରୁ ୪୦ ଆତଙ୍କି ଆନ୍ତର୍ଜାତିକ ସୀମା ଆରପଟେ ଭାରତକୁ ଅନୁପ୍ରବେଶ କରିବାକୁ ସୁଯୋଗ ଅପେକ୍ଷାରେ ରହିଥିବା ସରକାରୀ ସୂତ୍ରରୁ କୁହାଯାଇଛି।

ଇତିମଧ୍ୟରେ ସୀମା ଆରପଟେ ୧୪ଟି ଆତଙ୍କି ଲଞ୍ଚ ପ୍ୟାଡ ଠାବ କରାଯାଇଛି। ସେଗୁଡିକ ମଧ୍ୟରୁ ଟଙ୍ଗଧର, ନଉଗାମ୍‍, ଉରି, ପୁଞ୍ଚ ଏବଂ ପାଲାନୱାଲା ଅଞ୍ଚଳରେ ଗୋଟିଏ ଲେଖାଏଁ, ମଛାଲ, କ୍ରିଷ୍ଣା ଘାଟି ଏବଂ ନୌଶେରା ଅଞ୍ଚଳରେ ଦୁଇଟି ଲେଖାଏଁ ତଥା ଭିମ୍ବର ଗଲିରେ ତିନିଟି ରହିଥିବା ଜଣାଯାଇଛି। ସେମାନେ କେଉଁ ବାଟଦେଇ ଅନୁପ୍ରବେଶ କରିବାକୁ ଯୋଜନା କରୁଛନ୍ତି, ତାହା ମଧ୍ୟ ଚିହ୍ନଟ କରାଯାଇଛି। ଅଧିକାଂଶ ଆତଙ୍କବାଦୀ ପିର ପାଞ୍ଜାଲ ପର୍ବତମାଳାର ଉତ୍ତରକୁ ଥିବା ଲଞ୍ଚ ପ୍ୟାଡରେ ରହିଛନ୍ତି। ସେମାନଙ୍କ ସଂଖ୍ୟା ପ୍ରାୟ ୧୫୦ରୁ ୧୬୫ ହେବ। ସେହିଭଳି ପିର ପାଞ୍ଜାଲ ପର୍ବତମାଳାର ଦକ୍ଷିଣକୁ ୭୫ରୁ ୮୫ ଏବଂ ଅବଶିଷ୍ଟ ଆନ୍ତର୍ଜାତିକ ସୀମା ଆରପଟେ ସୁଯୋଗକୁ ଅପେକ୍ଷା କରିଛନ୍ତି।
ଏହି ଆତଙ୍କବାଦୀ ମୁଖ୍ୟତଃ ହିଜବୁଲ ମୁଜାହିଦ୍ଦିନ, ଲସ୍କର ଇ ତଇବା ଏବଂ ଜୈଶ ଇ ମହମ୍ମଦ ହୋଇଥିବାବେଳେ ପାକିସ୍ତାନ ଅଲ୍‍ ବାଦର ଗୋଷ୍ଠୀକୁ ମଜଭୁତ କରୁଥିବା ଜଣାଯାଇଛି। ଏଲଓସି ଅତି ନିକଟରେ ଅତ୍ମୁକାମ୍‍ ଏବଂ ଶାରଡିରେ ଦୁଇଟି ଅଲ ବାଦର ଶିବିର ସ୍ଥାପନ କରାଯାଇଛି। ଏଥିସହିତ ଜମ୍ମୁ କାଶ୍ମୀର ଯୁବଗୋଷ୍ଠୀଙ୍କ ମଧ୍ୟରୁ ଆତଙ୍କି ଗୋଷ୍ଠୀରେ ସାମିଲ କରାଯିବା ପ୍ରକ୍ରିୟା ଜାରି ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories