www.samajalive.in
Monday, December 8, 2025
27.1 C
Bhubaneswar

ଆଉ କିଛି ଘଣ୍ଟାରେ ସିବିଏସ୍ଇ ଦ୍ବାଦଶ ପରୀକ୍ଷା ଫଳ

ନୂଆଦିଲ୍ଲୀ: ଆଜି ଅପରାହ୍ନ ୨ଟାରେ ପ୍ରକାଶ ପାଇବ ସିବିଏସ୍ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ। ବୋର୍ଡ଼ର ଅଫିସିଆଲ୍ ୱେବସାଇଟ୍ cbseresults.nic.in. ରେ ଛାତ୍ରଛାତ୍ରୀମାନେ ସେମାନଙ୍କର ଫଳାଫଳ ଦେଖିପାରିବେ।

ସୂଚନାଯୋଗ୍ୟ, କରୋନା ମହାମାରୀର ଦ୍ବିତୀୟ ଲହର ପ୍ରତି ଧ୍ୟାନ ଦେଇ ଚଳିତ ବର୍ଷ ସିବିଏସ୍ଇ ୧୦ମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ କରାଯାଇଥିଲା। ବୋର୍ଡ ଦ୍ବାରା ନିର୍ଦ୍ଧାରିତ ମୂଲ୍ୟାୟନ ପଦ୍ଧତି ଯୋଗେ ଏଥର ଛାତ୍ରଛାତ୍ରୀମାନଙ୍କର ଫଳାଫଳ ସ୍ଥିର କରାଯାଇଛି। ଏଥିପାଇଁ ଅଭ୍ୟନ୍ତରୀଣ ମୂଲ୍ୟାୟନ ପ୍ରକ୍ରିୟା ଏବଂ ବିଗତ ବର୍ଷର ଫଳାଫଳକୁ ଆଧାର କରାଯାଇଛି। ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ୪୦:୩୦:୩୦ ଅନୁପାତ ପଦ୍ଧତି ଅବଲମ୍ବନ କରାଯାଉଛି। ଏଥିରେ ଦ୍ବାଦଶର ୟୁନିଟ୍ ଟେଷ୍ଟ୍ ଓ ପ୍ରି-ବୋର୍ଡ ପରୀକ୍ଷାର ୪୦% ନମ୍ବର ଏବଂ ୧୦ମର ୩୦% ନମ୍ବର ଏବଂ ଏକାଦଶର ୩୦% ନମ୍ବର ଉପରେ ଗୁରୁତ୍ବ ଦିଆଯାଇଛି।

- Advertisement -

ସିବିଏସ୍ଇ ଅଫିସିଆଲ୍ ୱେବସାଇଟରେ ଫଳାଫଳ ଯାଞ୍ଚ କରିବାକୁ ଅସମର୍ଥ ଛାତ୍ରଛାତ୍ରୀମାନେ cbse.gov.in ଭିଜିଟ୍ କରି ୨୦୨୧ ଦ୍ବାଦଶ ଶ୍ରେଣୀ ଫଳାଫଳ ଡାଉନଲୋଡ୍ କରିପାରିବେ। ମୋବାଇଲ୍ ଆପ୍ ଏବଂ ଏସ୍ଏମ୍ଏସ୍ ଜରିଆରେ ମଧ୍ୟ ଛାତ୍ରଛାତ୍ରୀମାନେ ସେମାନଙ୍କର ପରୀକ୍ଷା ଫଳ ଦେଖିପାରିବେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories