www.samajalive.in
Tuesday, December 9, 2025
16.1 C
Bhubaneswar

କୁଷ୍ଠ ପଡ଼ାରେ ପକ୍କାଘର, ୬୦ଜଣଙ୍କୁ ଥଇଥାନ

ଭୁବନେଶ୍ୱର: ସଭିଙ୍କୁ ଘର ଯୋଗାଇ ଦେବାକୁ ଭୁବନେଶ୍ବର ମହାନଗର ନିଗମ (ବିଏମସି) ବିବିଧ ପ୍ରକଳ୍ପ ହାତକୁ ନେଇଛି। ସହରକୁ ବସ୍ତିମୁକ୍ତ କରିବା ଲକ୍ଷ୍ୟରେ ସୁଲଭ ମୂଲ୍ୟରେ ଆବାସ ଯୋଜନାରେ ଅନେକ ପ୍ରକଳ୍ପ କାର୍ଯ୍ୟକ‌ାରୀ ହେଉଛି। ରାସ୍ତାପାର୍ଶ୍ବ ଉଠାଦୋକାନୀଙ୍କୁ ଥଇଥାନ ନିମନ୍ତେ ଦୋକାନ ଗୃହ ବଣ୍ଟନ, ଗରିବ ଏବଂ ଭୂମିହୀନଙ୍କୁ ବିଭିନ୍ନ ବାସଗୃହ ଯୋଜନାରେ ପକ୍କାଘର ପ୍ରଦାନ ନିମନ୍ତେ ଯୋଜନାରେ ହିତାଧିକାରୀମାନେ ସାମିଲ ହୋଇଛନ୍ତି। ଏବେ ଆବାସ ଯୋଜନାରେ କୁଷ୍ଠ ପଡ଼ା (ଲେପସ୍ରି କଲୋନୀ)ରେ ରହୁଥିବା ଲୋକଙ୍କୁ ଘର ମିଳିବ। ଏମାନଙ୍କୁ ଥଇଥାନ ଲକ୍ଷ୍ୟରେ ବିଏମ୍‌ସି ବିଭିନ୍ନ କୁଷ୍ଠ ପଡ଼ାେର ପକ୍କା ଘର ନିର୍ମାଣ କରିବାକୁ ଯାଉଛି। ଜମି ଚିହ୍ନଟ ସହିତ ଆର୍ଥିକ ବରାଦ ସରିଛି। ଘର ନକ୍ସା ପ୍ରସ୍ତୁତି ପରେ ନିର୍ମାଣ କାର୍ଯ୍ୟ ଆଗେଇ ବୋଲି ଜଣାପଡ଼ିଛି।

ଓଡ଼ିଶା କୁଷ୍ଠମୁକ୍ତ ରାଜ୍ୟ ଭାବେ ଘୋଷଣା ହେବା ପରେ ମଧ୍ୟ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ୨୦୧୯ ମସିହା ତଥ୍ୟାନୁସାରେ କୁଷ୍ଠରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଓଡ଼ିଶା ଦେଶ‌େ‌ର ଦ୍ବିତୀୟ ସ୍ଥାନରେ ରହିଛି। ଏ କ୍ଷେତ୍ରରେ ଛତିଶଗଡ଼ ପ୍ରଥମ ସ୍ଥାନରେ ଥିବା ଜଣାପଡ଼ିଛି। ଭୁବନେଶ୍ବରରେ ଶ୍ରୀୟା ଟକିଜ୍‌ ରୋଡ ଅଞ୍ଚଳର ରାମକୃଷ୍ଣପଲ୍ଲୀ କୁଷ୍ଠପଡ଼ା, ରସୁଲଗଡ଼ର ଜଗନ୍ନାଥ କୁଷ୍ଠପଡ଼ା, ବୁଦ୍ଧନଗରର ଗୋପବନ୍ଧୁ କୁଷ୍ଠପଡ଼ା, ପୁରୁଣା ଭୁବନେଶ୍ବରର ଲିଙ୍ଗରାଜ ପଲ୍ଲୀ କୁଷ୍ଠପଡ଼ା, ମନ୍ଦିର ରାସ୍ତା ଅଞ୍ଚଳର ଗୋଖିବାବା କୁଷ୍ଠପଡ଼ା ରହିଛି। ଏଠାରେ ପ୍ରାୟ ୨୦୦ରୁ ଅଧିକ କୁଷ୍ଠ ସଂକ୍ରମିତ ଲୋକ ବସବାସ କରୁଛନ୍ତି। ଏମାନଙ୍କୁ ବିଭିନ୍ନ ଆବାସ ଯୋଜନାରେ ଥଇଥାନ କରିବାକୁ ବ୍ୟବସ୍ଥା ହୋଇଥିବା ବେଳେ ବିଏମ୍‌ସି ପ୍ରକ୍ରିୟା ଆରମ୍ଭ କରିଛି। ପ୍ରଥମେ ଭୀମପୁର ମୌଜାର ବିମାନ ବନ୍ଦର ଅଞ୍ଚଳର ଲେନ-୯ରେ ଥିବା ଲିଙ୍ଗରାଜ କୁଷ୍ଠପଡ଼ା ଏବଂ କପିଳପ୍ରସାଦ ମୌଜାର ଗୋଖିବାବା କୁଷ୍ଠପଡ଼ାରେ ପକ୍କାଘର କରିବ ବିଏମ୍‌ସି। ଲିଙ୍ଗରାଜ କୁଷ୍ଠପଡ଼ାରେ ୦.୮୧୫ ଏକର ପରିମିତ ଜିମରେ ୩୮ଟି ପକ୍କାଘର ନିର୍ମାଣ କରାଯିବାକୁ ଥିବାବେଳେ ଗୋଖିବାବା କୁଷ୍ଠପଡ଼ାରେ ୦.୧୬୨ ଏକର ଜମିରେ ୨୨ଟି କୋଠା ଘର ତିଆରି ହେବ। କୁଷ୍ଠରୋଗୀଙ୍କ ଦୈନନ୍ଦିନ ଜୀବନକୁ ସୁହାଇଲା ଭଲି ଏକ ମହଳା ବିଶିଷ୍ଟ ପକ୍କାଘର ହେବ। ପ୍ରତି ଘରେ ରାମ୍ପ ବ୍ୟବସ୍ଥା ରହିବ। ଗୋଟିଏ ଲେଖାଏଁ ବାସଗୃହ ସହିତ ଗାଧୁଆଘର ଏବଂ ପରିସ୍ରାଗାର ରହିବ। ପ୍ରତି ବାସିନ୍ଦାଙ୍କ ନିମନ୍ତେ ତିନି ଚକିଆ ଯାନ ରହଣି ସ୍ଥଳ ନିର୍ମାଣ ହେବ। ଏହାଛଡ଼ା ଖୋଲା ସ୍ଥାନ ଏବଂ ମନୋରଞ୍ଜନ ନିମନ୍ତେ ବିଭିନ୍ନ ନିର୍ମାଣ କାର୍ଯ୍ୟ ହେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ବିଏମ୍‌ସି ନଗର ଯନ୍ତ୍ରୀ ଅରୁଣ କୁମାର ନାୟକ କହିଛନ୍ତି, କୁଷ୍ଠପଡ଼ା ବାସିନ୍ଦାଙ୍କୁ ପକ୍କାଘ‌େ‌ର ଥଇଥାନ କରିବା ନିମନ୍ତେ ଦୀର୍ଘବର୍ଷରୁ ବିଏମ୍‌ସି ଯୋଜନା କରିଛି। ଏବେ ପ୍ରକ୍ରିୟ‌ା ଜୋରଦାର ହୋଇଛି। ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ସମସ୍ତଙ୍କୁ ପକ୍କାଘର ଯୋଗାଇ ଦିଆଯିବ। କୁଷ୍ଠ ସଂକ୍ରମିତଙ୍କୁ ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଥିବାବେଳେ ସେମାନଙ୍କୁ ଘର ଦେବାକୁ ଦାବି ହୋଇଆସୁଥିଲା। ଏବେ ସେମାନଙ୍କ ଦାବି ପୂରଣ ହେବାକୁ ଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories