www.samajalive.in
Sunday, December 7, 2025
13.1 C
Bhubaneswar

ବିଶିଷ୍ଟ କଥାଶିଳ୍ପୀ ରାମଚନ୍ଦ୍ର ବେହେରାଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀର ୨୮ତମ ପୁରସ୍କାର ବିତରଣ ଉତ୍ସବରେ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ବିଶିଷ୍ଟ କଥାଶିଳ୍ପୀ ତଥା ସାରସ୍ୱତ ସାଧକ ଡ. ରାମଚନ୍ଦ୍ର ବେହେରାଙ୍କୁ ପ୍ରଦାନ କରାଯାଇଛି। ସ୍ଥାନୀୟ ସଂସ୍କୃତି ଭବନଠାରେ ନିରାଡମ୍ବର ଭାବେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଡ. ବେହେରାଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଏବଂ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଚେକ୍‍ ଆକାରରେ ପ୍ରଦାନ କରାଯାଇଥିଲା। ଏଥି ସହିତ ସାରସ୍ୱତ ସାଧନା ଓ ଓଡ଼ିଆ ବାଣୀ ଭଣ୍ଡାରକୁ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ୧୫ ଜଣ ବୟୋଜ୍ୟେଷ୍ଠ ସାରସ୍ୱତ ସାଧକ/ସାଧିକାଙ୍କୁ ମଧ୍ୟ ମାନପତ୍ର, ଉପଢୌକନ ଓ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି।

ସମ୍ବର୍ଦ୍ଧିତ ସାରସ୍ୱତ ବ୍ୟକ୍ତିତ୍ୱମାନେ ହେଲେ ରାସେଶ୍ୱରୀ ମିଶ୍ର, ମହେଶ୍ୱର ମୂଳିଆ, ଡ. ଜୀବନକୃଷ୍ଣ ମହାପାତ୍ର, ଶ୍ରୀମତୀ ନିର୍ମଳପ୍ରଭା ନାୟକ, ରାଧାବିନୋଦ ନାୟକ, ଡ. କୃପାସିନ୍ଧୁ ନାୟକ, ଡ. ସ୍ୱରାଜ୍ୟ ଲକ୍ଷ୍ମୀ ମିଶ୍ର, ବାଇଧର ସାହୁ, ଡ. ଦିଗରାଜ ବ୍ରହ୍ମା, ବାବାଜୀ ଚରଣ ପଟ୍ଟନାୟକ, ଗିରିଜା ଶଙ୍କର ଶର୍ମା, ସୌଭାଗିନୀ ମିଶ୍ର, ଦେବେନ୍ଦ୍ର କୁମାର ଦାଶ, ଅଶୋକ କୁମାର ପଟ୍ଟନାୟକ, ଡ. ରୁଦ୍ର ନାରାୟଣ ପୃଷ୍ଟି। ଏକାଡେମୀର ସଭାପତି ବିଶିଷ୍ଟ କବି ଡ. ହୃଷିକେଶ ମଲ୍ଲିକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ସମ୍ମାନିତ ଅତିଥି ଭାବେ ବିଭାଗୀୟ ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ ଏବଂ ଅତିରିକ୍ତ ଶାସନ ସଚିବ ତଥା ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଯୋଗଦେଇ ସାହିତ୍ୟ ସାଧକମାନେ ପାଠକ ସୃଷ୍ଟି ଦିଗରେ ତାଙ୍କର ଲେଖନୀ ଚାଳନା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଅତିବଡ଼ୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କଥାକାର ଡ. ବେହେରା ଜୀବନ ଶାଶ୍ୱତ ଓ ଅମୃତମୟ ବୋଲି ଉଲ୍ଲେଖ କରିବା ସହିତ ଲେଖକୀୟ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories