www.samajalive.in
Monday, December 8, 2025
20.1 C
Bhubaneswar

ପ୍ରତିଷ୍ଠାତା ତଥା ଗାଁ ଶିକ୍ଷାର ଦରଦୀ ବନ୍ଧୁ ନିତ୍ୟାନନ୍ଦ ପ୍ରଧାନଙ୍କ ଉଦ୍ଦେଶ୍ୟରେ ଶୋକସଭା

ରେଙ୍ଗାଲିକ୍ୟାମ୍ପ : ଆଜି ଅତାବିରା ବ୍ଲକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଟାଙ୍ଗରପାଲି ଠାରେ ପ୍ରଧାନ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ପ୍ରତିଷ୍ଠାତା ସ୍ବର୍ଗତ ନିତ୍ୟାନନ୍ଦ ପ୍ରଧାନଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ଶୋକ ସଭା ହୋଇଥିଲା। ସ୍ବର୍ଗତ ପ୍ରଧାନ ଥିଲେ ଏହି ବିଦ୍ୟାଳୟର ପ୍ରତିଷ୍ଠାତା।ନିଜର ଜମି ସହ ସମୟ ଦାନ କରି ବିଦ୍ୟାଳୟର ଉତ୍ତୋରତ୍ତର ଉନ୍ନତି ଚାହୁଁଥିଲେ। ତାଙ୍କର ବିୟୋଗ ର ଏକାଦଶାହ ଦିବସରେ ବିଦ୍ୟାଳୟରେ ନୀରବ ପ୍ରାର୍ଥନା କରାଯାଇ ତାଙ୍କର ଅବଦାନ ଉପରେ ସ୍ମୃତିଚାରଣ କରାଯାଇଥିଲା।ଏହି ଅବସରରେ ବିଦ୍ୟାଳୟ ପାଇଁ ନିଃସ୍ଵାର୍ଥପର ଭାବରେ କାର୍ୟ୍ୟ କରିଥିବା ସ୍ବର୍ଗତ ଭୁବନ ପ୍ରଧାନ,କୁବେର ସାହୁ,ଭୋଜରାଜ୍ ଭାଇଁସା ଙ୍କ ଅବଦାନ ମଧ୍ୟ ଅତୁଳନୀୟ ଅଟେ ବୋଲି ସଭାରେ ଉପସ୍ଥିତ ସମସ୍ତେ ଉଲ୍ଲେଖ କରିଥିଲେ । ଏହି ସଭାରେ ବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ପରାଗ ପ୍ରଧାନ,ପ୍ରଶାନ୍ତ ପତି,କନ୍ତଲ ଗ୍ରାମର ନିତ୍ୟାନନ୍ଦ ପ୍ରଧାନ,ଜନାର୍ଦ୍ଦନ ସାହୁ,ସରପଞ୍ଚ ଧନପତି ବାଦି,ଭରତ ଭୋଇ,ବିଦ୍ୟାଳୟର ସମସ୍ତ ଶିକ୍ଷକ,ଛାତ୍ର ଛାତ୍ରୀ ,ପରିଚାଳନା କମିଟିର ସଭ୍ୟ ସଭ୍ୟ । ତଥା ଗ୍ରାମର ଶିକ୍ଷାପ୍ରେମୀ ଯୋଗ ଦେଇଥିଲେ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories