www.samajalive.in
Monday, December 8, 2025
27.1 C
Bhubaneswar

ମାଷ୍ଟର କ୍ୟାଣ୍ଟିନ୍ ଘୋଡ଼ା ସ୍ଥାନାନ୍ତରୀକରଣ ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲା ପାଇକ ମହାସଂଘ

ଭୁବନେଶ୍ୱର:ଦୁର୍ଦ୍ଦସ ଓଡ଼ିଆ ଜାତିର ପରିଚୟ ରାଜଧାନୀ ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ସାମରୀକ ଘୋଡ଼ା ତାର ସ୍ଥାନାନ୍ତରୀକରଣ କରିବାକୁ ଭୁବନେଶ୍ୱର ମହାନଗର ନିଗମ ଯେଉଁ ପ୍ରୟାସ କରିଥିଲା ବିଭିନ୍ନ ମହଲାରୁ ପ୍ରତିଦାନ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଏହି ପ୍ରକ୍ରିୟାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏହି ସାମରିକ ଘୋଡ଼ା ଏହି ସ୍ଥାନରେ ହିଁ ରହିବ ବୋଲି ଆଜି ମହାନଗର ନିଗମ କମିଶନର ଘୋଷଣା କରିବା ପରେ ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭୁବନେଶ୍ବର ମହାନଗର ନିଗମ କମିସନର ସମେତ ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।

ନିଖିଳ ଓଡ଼ିଶା ପାଇକ ମହାସଂଘ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ପ୍ରକାଶ କହିଛନ୍ତି ଯେ ଏହି ସାମରିକ ଘୋଡ଼ା ଦୁର୍ଦ୍ଦଷ, ବୀର ଓଡ଼ିଆ ଜାତିର ପରିଚୟ, ଯାହର ସୀମା ଗଂଗା ଠାରୁ ଗୋଦାବରୀ, କଳିଙ୍ଗ ଯୁଦ୍ଧଠାରୁ ଭାରତ ବର୍ଷର ପ୍ରଥମ ସ୍ୱାଧିନତା ସଂଗ୍ରାମ ପାଇକ ବିଦ୍ରୋହ ପର୍ଯ୍ୟନ୍ତ, ରଣରଙ୍କା ପାଇକମାନଙ୍କର ଢାଲ, ତରବାରୀ ଯୁଦ୍ଧରତ ସାମରୀକ ଅଶ୍ୱ। ଏହା ଓଡ଼ିଆ ପାଇକ ମାନଙ୍କର ବିରତ୍ୱର ଗାଥା ବହନ କରେ। ଏହାକୁ ସ୍ଥାନନ୍ତର ନକରି ସେହିଠାରେ ରଖିବାକୁ ମୁଖ୍ୟମନ୍ତ୍ରୀ ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ସ୍ୱାଗତଯୋଗ୍ୟ ପଦକ୍ଷେପ। ଏଥିପାଇଁ ପାଇକ ମହାସଂଘ ପକ୍ଷରୁ ରାଜ୍ୟସଂଯୋଜକ କେଦାର ଦାସ, ପ୍ରଫେସର ଗାୟନ ସାମଲ, ବିଭୂତି ସ୍ୱାଇଁ, କଟକ ଜିଲା ସଭାପତି ରାଜକିଶୋର ବେହେରା, ଖୋର୍ଦ୍ଧା ଜିଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, ଭୁବନେଶ୍ୱର ସଭାପତି ଅଜୟ ନାୟକ, ଉପସଭାପତି ଭୀମସେନ ପାଇକରାୟ, ବରିଷ୍ଠ ପାଇକଗୁରୁ ଭାସ୍କର ସୁନ୍ଦରାୟ, ବଡ଼ମ୍ବା ପାଇକସର୍ଦ୍ଦାର ଜିତେନ୍ଦ୍ରିୟ ମାନସିଂହ, ଦଳବେହେରା ମନୋରଞ୍ଜନ ପଶ୍ଚିମକବାଟ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories