www.samajalive.in
Monday, December 8, 2025
27.1 C
Bhubaneswar

ଦେଶର ୫୪ ଜିଲାରେ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ

ନୂଆଦିଲ୍ଲୀ: ଆଜି କରୋନା ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇ କହିଛନ୍ତି ଯେ ଦେଶରେ ଆରୋଗ୍ୟ ହାର ୯୭.୪ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶରେ ୫୪ ଜିଲାରେ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ରହିଛି। କେରଳ ଓ ମଣିପୁରର ସର୍ବାଧିକ ୧୦ ଜିଲାରେ କରୋନା ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହିଛି। ମୋଟ ୧୨ ରାଜ୍ୟର ୫୪ ଜିଲାରେ ସଂକ୍ରମଣହାର ୧୦ ପ୍ରତିଶତ ଉପରେ ରହିଛି। ତେବେ ୫୪ ଜିଲା ମଧ୍ୟରେ ଓଡ଼ିଶାର କୌଣସି ଜିଲା ନ ଥିବା ସୂଚନା ମିଳିଛି। ଗତ ସପ୍ତାହରେ ୪୬ ଜିଲାରେ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହିଥିଲା। ଆମେରିକା, ଫ୍ରାନ୍ସ, ମାଲେସିଆ, ଥାଇଲାଣ୍ଡ ଆଦି ଦେଶରେ ମାମଲା ବୃଦ୍ଧି ପାଇଛି।  ଆମକୁ ପୂର୍ବାପେକ୍ଷା ଅଧିକ ସତର୍କ ରହିବାକୁ ପଡ଼ିବ।

 

- Advertisement -

କରୋନା କାଳରେ ବର୍ଷା ଦିନେ ଅଧିକ ସତର୍କ ରହିବାକୁ ପରାମର୍ଶ। ବର୍ଷାଦିନେ ବ୍ୟାପୁଥିବା ରୋଗ ସହ କରୋନା ମିଶିଲେ ସ୍ଥିତି ଅସମ୍ଭାଳ ହେବ। ବିଶେଷ କରି ଡେଙ୍ଗୁ ଚିକନଗୁନିଆ ଆଦି ରୋଗକୁ ରୋକିବାକୁ ପଡ଼ିବ। ମଶା ବଂଶ ବୃଦ୍ଧି ଘଟୁଥିବାରୁ ପରିବେଶକୁ ସଫାସୁତୁରା ରଖିବାକୁ ହେବ। କୌଣସି ସହ-ସଂକ୍ରମଣ ଆଣିବାକୁ ଦେବା ନାହିଁ। ନ ହେଲେ ସଂକଟ ସୃଷ୍ଟି ହେବ। ସହ ସଂକ୍ରମଣ ହେଲେ ହସ୍ପିଟାଲ ମ୍ୟାନେଜ୍‌ମେଣ୍ଟରେ ସମସ୍ୟା ସୃଷ୍ଟି ହେବ ବୋଲି ଲବ ଅଗ୍ରୱାଲ ପ୍ରକାଶ କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories