www.samajalive.in
Monday, December 8, 2025
27.1 C
Bhubaneswar

ଥେରୁବାଲି-ଗୁଣପୁର ରେଳ ଲାଇନ ସମ୍ପ୍ରସାରଣ ଦାବି

ଜେକେପୁର : ରାୟଗଡା ଜିଲ୍ଲାର ଥେରୁବାଲି-ଗୁଣୁପୁର ରେଳପଥକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇ ସାରିଛନ୍ତି । ଲୋକଙ୍କ ଦୀର୍ଘ ବର୍ଷର ସ୍ବପ୍ନ ମଧ୍ୟ ସାକାର ହୋଇଛି ।ରେଳପଥ ନିର୍ମାଣ ନେଇ ଅର୍ଥ ଅଟକଳ ମଧ୍ୟ ହୋଇସାରିଛି । ରେଳପଥ ନିର୍ଣାମ ନେଇ ସମୟ ସୀମା ଧାର୍ଯ୍ୟ ହୋଇସାରିଛି । ହେଲେ ନିର୍ମାଣ କାମ ଗୋଟିଏ ଇଞ୍ଚ ବି ଆଗେଇ ନାହିଁ । ଗତ ୫୭ ବର୍ଷ ଧରି ଲୋକଙ୍କ ଏହି ରେଳପଥ ନିର୍ମାଣର ଆଶା ଏବେ ଓଡିଶାରୁ ରାଜ୍ୟସଭାକୁ ମନୋନୀତ ହୋଇଥିବା ଅଶ୍ବିନି ବୈଷ୍ଣବକୁ ରେଳ ବିଭାଗ ମିଳିବା ପରେ ଆଶା ଉଜ୍ଜ୍ୱଳ ହୋଇଛି।
ଶିଳ୍ପ ସମୃଦ୍ଦ ରାୟଗଡା ଜିଲ୍ଲାର ଗୁଣୁପୁର ସହରକୁ ୧୯୩୧ ମସିହାରେ ରେଳପଥ ସଂଯୋଗୀକରଣ ହୋଇଥିଲା । ତତତ୍କାଳୀନ ପାରଳାଖେମୁଣ୍ଡିର ମାହାରାଜା କୃଷ୍ଣଚନ୍ଦ୍ର ଗଜପତି ଗମନାଗମନର ବିକାଶ କରିବାକୁ ଯାଇ ନୌପଡା-ପାରଳାଖେମୁଣ୍ଡି ନ୍ୟାରେଗେଜ ରେଳ ପଥକୁ ଗୁଣୁପୁର ପର୍ୟନ୍ତ ସମ୍ପରସାରଣ କରିଥିଲେ ।
୨୦୦୨ ମସିହାରେ ଏହି ରେଳପଥକୁ ବ୍ରୋଡ ଗ୍ୟାଜରେ ପରିଣତ କରାଗଲା । ତାପରଠାରୁ ଗୁଣୁପୁର ରେଳପଥର ସମ୍ପରସାରଣ କରି ରାୟଗଡା –ରାୟପୁର ରେଳପଥର ଥେରୁବାଲି ନିକଟରେ ସଂଯୋଗି କରଣ ନେଇ ଉଦ୍ୟମ ଆରମ୍ଭ ହେଲା । ୧୯୬୪ ମସିହାରୁ ଆରମ୍ଭ କରି ୧୯୭୭, ୨୦୦୬ ଓ ୨୦୧୪ ମସିହାରେ ଏହି ରେଳପଥ ନେଇ ରେଳ ବିଭାଗ ତରଫରୁ ସର୍ଭେ କାମ କରାଯାଇଥିଲା । ୨୦୧୮ ମସିହାରେ ରେଳ ମନ୍ତ୍ରାଳୟ ତରଫରୁ ଏହି ରେଳପଥ ନିର୍ମାଣ କୁ ମଞ୍ଜୁରୀ ଦେଲେ । ଗୁଣୁପୁର –ଥେରୁବାଲି ୭୯.୧୫ କିଲୋମିଟର ରେଳପଥ ନିର୍ମାଣ ପାଇଁ ୯୩୫.୭୨ କୋଟି ଟଙ୍କା ର ବ୍ୟୟ ଅଟକଳ ରଖାଯାଇଥିଲା ।
ଗୁଣୁପୁର –ଥେରୁବାଲି ରେଳପଥ ରେ ୮ ଗୋଟି ବୃହତ ବ୍ରିଜ ଓ ୧୧୩ ଗୋଟି ଛୋଟ ବ୍ରିଜ ମଧ୍ୟ ନିର୍ଣାଣ ହେବ । ଏହି ରେଳପଥରେ ୫୬ ଗୋଟି ଲେବେଲ କ୍ରସିଂ ରହିବ ।ସମୁଦାୟ ୫୫୯ ହେକ୍ଟର ଜମିର ଅଧିଗ୍ରହଣ କରିବା ଆବସ୍ୟକତା ରହିଛି । ଏହିରେଳପଥ ରାମନାଗୁଡା ଓ ବାଙ୍କିଲି ଦେଇ ଥେରୁବାଲିରେ ମିଶିବ । ୨୦୨୩ ସମୟ ସୀମା ଭିତରେ ରେଳ ପ୍ରକଳ୍ପ କାମ ଶେଷ ହେବା ନେଇ ରେଳ ମନ୍ତ୍ରାଳୟ ୨୦୧୮ ମସିହାରେ ଘୋଷଣା ମଧ୍ୟ କରିଥିଲେ ।
ଗୁଣୁପୁର –ଥେରୁବାଲି ରେଳପଥ ନିର୍ଣାମ ହେଲେ କେବିକେ ଜିଲ୍ଲା ରୁ ରାଜ୍ୟ ରାଜଧାନୀ ଭୁବନେଶ୍ବରକୁ ୧୫୦ କିଲୋମିଟର ଦୂରତ୍ବ କମିଯିବ । ଦାମନଯୋଡିର ନାଲକୋ, ଲାଞ୍ଜିଗ଼ଡରେ ଥିବା ବେଦାନ୍ତ ଆଲୁମିନା, ରାୟଗଡା ଜିଲ୍ଲାର ଉତ୍କଳ ଆଲୁମିନା, ଜେକେ କାଗଜକଳ, ଥେରୁବାଲିରେ ଥିବା ଇମ୍ଫା କାରଖାନାକୁ କଞ୍ଚାମାଲ ଆମଦାନୀ ଓ ରପ୍ତାନୀ ନେଇ ଗୋପାଲପୁର ବନ୍ଦର ବ୍ୟୟସାପେକ୍ଷ ହେବ । ଗୋପାଲପୁର ବନ୍ଦର ର ରାଜସ୍ବ ବଢିବା ସହିତ କମ୍ପାନୀ ଗୁଡିକ ମଧ୍ୟ ବେଶ ଉପକୃତ ହୋଇପାରିବେ । କେନ୍ଦ୍ର ରେଳ ମନ୍ତ୍ରାଳୟ ଏହି ପ୍ରକଳ୍ପ ନିର୍ମାଣ କାମ ଆଗେଇନେବା ନେଇ ବିଭିନ୍ନ ମହଲରେ ଦାବୀ ହେଉଛି । ରାଜ୍ୟସଭା ସାଂସଦ ଏନ୍.ଭାସ୍କର ରାଓ ଓ କୋରାପୁଟ ଲୋକସଭା ସଦସ୍ୟ ସପ୍ତଗିରି ଉଲାକା ଥେରୁବାଲି –ଗୁଣୁପୁର ରେଳପଥ ନିର୍ମାଣ ନେଇ ସଂସଦରେ ଅନେକ ଥର ଦାବୀ ଉପସ୍ଥାପନା କରିଛନ୍ତି । ଆନ୍ଧ୍ର-ଓଡିଶା ରେଳ ବ୍ୟବହାରକାରି ସଂଘ ର ଆବାହକ ଡଃ ସତ୍ୟପ୍ରକାଶ ପଣ୍ଡା , ସାଧାରଣ ସମ୍ପାଦକ ଅକ୍ଷୟ ଦାଶ ,ଦକ୍ଷିଣ ଓଡିଶା ରେଳ ବିକାଶ ସଂଘ ସମ୍ପାଦକ ଅମୂଲ୍ୟ ରତ୍ନ ସାହୁ , ସଭାପତି ରାଜକିଶୋର ପାଣିଗ୍ରାହୀ , ଦକ୍ଷିଣ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଭୃଗୁ ବକ୍ସିପାତ୍ର , ଗୁଣୁପୁର ଜି.ଆଇ.ଇ.ଟି ବିଶ୍ବବିଦ୍ୟାଳୟ ଉପ-ସଭାପତି ଚନ୍ଦ୍ରଧ୍ବଜ ପଣ୍ଡା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ପ୍ରମୁଖ ଯଥାଶିଘ୍ର କେନ୍ଦ୍ର ରେଳ ମନ୍ତ୍ରାଳୟ ଏହି ରେଳପଥ ନିର୍ମାଣ ନେଇ ସକାରତ୍ମକ ପହକ୍ଷେପ ନେବା ପାଇଁ ଦାବୀ କରିଛନ୍ତି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories