www.samajalive.in
Monday, December 8, 2025
27.1 C
Bhubaneswar

ପାକ ଅଧିକୃତ କାଶ୍ମୀରରେ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ସ୍ଥାପନ କରୁଛି ଚୀନ

ନୂଆଦିଲ୍ଲୀ: ଗତବର୍ଷ ଭାରତ ସହିତ ଲଦାଖ ଓ ଅରୁଣାଚଳ ପ୍ରଦେଶ ସୀମାନ୍ତରେ ବିବାଦ ସୃଷ୍ଟି ହେବା ପରଠାରୁ ଚୀନ ଏହି ଅଞ୍ଚଳରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖାରେ ତାହାର ସାମରିକ ଉପସ୍ଥିତିକୁ ଅଧିକ ବ୍ୟାପକ କରିବାରେ ଲାଗିଛି । ଇତିମଧ୍ୟରେ ଏହା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ନୂଆ ବିମାନ ଘାଟି, ରନୱେ ଏବଂ ହେଲିପୋର୍ଟ ଆଦି ନିର୍ମାଣ କରିସାରିଛି । ଏଥିସହିତ ଭାରତକୁ ଲାଗିଥିବା ସୀମାନ୍ତରେ ଏହାର ବହୁସଂଖ୍ୟକ ଯବାନ ଏବଂ ଅସ୍ତ୍ରଶସ୍ତ୍ର ମୁତୟନ କରାଯାଇସାରିଛି । ତାହାସହିତ ଏହା ପାକିସ୍ତାନକୁ ମଧ୍ୟ ସାମରିକ ସହାୟତା ଯଥେଷ୍ଟ ବୃଦ୍ଧି କରିଛି । ତାହାସହିତ ତାଳଦେଇ ଭାରତ ମଧ୍ୟ ସୀମାନ୍ତରେ ନିଜର ସାମରିକ ଉପସ୍ଥିତି ଓ ଶକ୍ତିରେ ଯଥେଷ୍ଟ ବୃଦ୍ଧି ଘଟାଇଛି ।
ମିଳିଥିବା ଏକ ସୂଚନା ମୁତାବକ ଚୀନର ବାୟୁସେନା ପାକିସ୍ତାନ ଅଧିକୃତ କାଶ୍ୱୀରରେ ନିଜର କାର୍ଯ୍ୟକଳାପ ଯଥେଷ୍ଟ ବୃଦ୍ଧି ଘଟାଇଛି । ଗତ କିଛିମାସ ମଧ୍ୟରେ ଚୀନ ଓ ପାକିସ୍ତାନ ଦୁଇଦେଶର ସାମରିକ ବାହିନୀ ସ୍ତରରେ ସହଯୋଗ ଯଥେଷ୍ଟ ବୃଦ୍ଧିପାଇଛି । ଏପରିକି ଏହା ପାକିସ୍ତାନ ଅଧିକୃତ କାଶ୍ମୀରରେ କ୍ଷେପଣାସ୍ତ ପ୍ରତିରକ୍ଷା ବ୍ୟବସ୍ଥା ସ୍ଥାପନ କରିଥିବା ରିପୋର୍ଟ ମଧ୍ୟ ହସ୍ତଗତ ହୋଇଛି । ଚୀନର ବାୟୁସେନା ବିମାନଗୁଡିକ ଇନ୍ଧନ ଭର୍ତ୍ତି କରିବାକୁ ପାକ ଅଧିକୃତ କାଶ୍ମୀରରେ ଥିବା ସ୍କର୍ଡୁ ବିମାନ ଘାଟୀକୁ ବ୍ୟବହାର କରୁଥିବା ମଧ୍ୟ ଜଣାଯାଇଛି । ଭାରତର ଲେହ ଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ସ୍କର୍ଡୁ ଅବସ୍ଥିତ ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories