www.samajalive.in
Monday, December 8, 2025
27.1 C
Bhubaneswar

ରହସ୍ୟମୟ କୁଣ୍ଡ ; ତାଳି ବଜାଇବା ମାତ୍ରେ ଏଠାରେ ଜଳସ୍ତର ଉପରକୁ ଉଠିଥାଏ

ସାରା ଦୁନିଆରେ ଏପରି କେତେକ ସ୍ଥାନ ଓ ଜିନିଷ ରହିଛି ଯାହା ଆଜି ମଧ୍ୟ ରହସ୍ୟମୟ । କେହି ମଧ୍ୟ ତାହାର ରହସ୍ୟ ଜାଣିବାକୁ ସକ୍ଷମ ହୋଇନାହାନ୍ତି ବୋଲି କୁହାଯାଏ । ଭାରତର ଏଭଳି ଏକ ରହସ୍ୟମୟ କୁଣ୍ଡ ରହିଛି, ଯାହା ବିଷୟରେ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।
ଏହି ରହସ୍ୟମୟ କୁଣ୍ଡର ନାମ ହେଉଛି ଦଲାହୀ କୁଣ୍ଡ । ଏହା ଝାଡ଼ଖଣ୍ଡର ବୋକାରୋ ଜିଲାରେ ସ୍ଥିତ । କୁହାଯାଏ, ଯଦି କେହି ଏହି କୁଣ୍ଡର ସମ୍ମୁଖରେ ତାଳି ବଜାଇବ, ତେବେ ଜଳସ୍ତର ଆପଣାଛାଏଁ ଉପରକୁ ଉଠିଥାଏ । ପାଣି ଉପରକୁ ଉଠିବା ପ୍ରକ୍ରିୟା ଦେଖି ଏପରି ଜଣାଯାାଏ ,ପାଣି ଯେପରି ବାସନରେ ଫୁଟୁୁଛି । ଆଜି ଯାଏଁ କୁଣ୍ଡର ଏହି ରହସ୍ୟ ବିଷୟରେ କେହି ପତ୍ତା ଲଗାଇପାରି ନାହାଁନ୍ତି ବୋଲି କୁହାଯାଏ ।
ତାଳି ବଜାଇବା ମାତ୍ରେ ପାଣି ଉପରକୁ ଉଠିବା ଆରମ୍ଭ ହୋଇଥାଏ । ଏହି କାରଣରୁ ଉକ୍ତ କୁଣ୍ଡ ଖୁବ ପ୍ରସିଦ୍ଧ । କେବଳ ଏତିକି ନୁହେଁ ଖରା ଦିନରେ ଏହି କୁଣ୍ଡରେ ଥଣ୍ଡା ଓ ଶୀତ ଦିନରେ  ଗରମ ପାଣି ବାହାରିଥାଏ । ଏହା ମଧ୍ୟ ଏକ ରହସ୍ୟ ।
ଦଲାହୀ କୁଣ୍ଡକୁ ନେଇ ଲୋକଙ୍କ ମଧ୍ୟରେ ଏକ ମାନ୍ୟତା ମଧ୍ୟ ରହିଛି । ଏହି କୁଣ୍ଡର ପାଣିରେ ସ୍ନାନ କରିବା ଦ୍ୱାରା ଚର୍ମ ରୋଗ ଦୂର ହୋଇଥାଏ ବୋଲି କୁହାଯାଏ ।
ଦଲାହୀ କୁଣ୍ଡ ନିକଟରେ ଦଲାହୀ ଗୋସାଇଁ ନାମରେ ଦେବତାଙ୍କ ସ୍ଥାନ ରହିଛି । ଯେଉଁଠାରେ ରବିବାର ଦିନ ପୂଜାର୍ଚ୍ଚନା କରାଯାଇଥାଏ ।
ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତି ଅବସରରେ ଦଲାହୀ କୁଣ୍ଡ ନିକଟ ଅଞ୍ଚଳରେ ମେଳା ଆୟୋଜନ ହୋଇଥାଏ । ଏହି କୁଣ୍ଡରେ ସ୍ନାନ ପାଇଁ ବହୁ ଦୂରଦୂରାନ୍ତରରୁ ଲୋକେ ଆସିଥାଆନ୍ତି ।

 

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories