www.samajalive.in
Monday, December 8, 2025
17.1 C
Bhubaneswar

ରାଜପଥ ପଇଁତରା କଡ଼ାକଡ଼ି ପାଇଁ ନିର୍ଦେଶ

ଭୁବନେଶ୍ୱର : ଓଡିଶା ଦେଇ ଯାଇଥିବା ବିଭିନ୍ନ ଜାତୀୟ ରାଜପଥରେ ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲାଗି ପୁଲିସ ପକ୍ଷରୁ ସ୍ବତନ୍ତ୍ର ଭାବେ ରାଜପଥ ପଇଁତରା (ପାଟ୍ରୋଲିଂ) ବ୍ୟବସ୍ଥା ଆରମ୍ଭ ହୋଇଥିଲା। ବିେଶଷ କରି ଦ୍ରୁତଗତିରେ ଯାନବାହନ ଚଳାଚଳ, ଟ୍ରାଫିକ ନିୟମ ଉଲ୍ଲଂଘନ ଆଦି ରୋକିବା ଲାଗି ୨୦ଟି ପଇଁତରା ଦଳକୁ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ନିେୟାଜିତ କରାଯାଇଥିଲା। ପ୍ରଥମ କିଛିଦିନ ପଇଁତରା ଠିକ ଭାବେ ଚାଲିଥିଲା ବେଳେ ଗତ ମାସରେ ଶିଥିଳ ହୋଇଯାଇଥିଲା। ଏପ୍ରିଲ ମାସର ସୂଚନା ଅନୁସାରେ ୧୩୬ଟି ଟ୍ରାଫିକ ନିୟମ ଉଲ୍ଲଂଘନ ମାମଲା ରୁଜୁ ହୋଇଥିଲା ବେଳେ ୮୫ଟି ଦୁର୍ଘଟଣା ଘଟିଥିଲା। ୬୬ଟି ଦୁର୍ଘଟଣା ମାମଲାରେ ପଇଁତରା ଦଳ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ସେବା ଉପଲବ୍ଧ କରାଇଥିଲା। ମାତ୍ର ମେ ମାସରେ ଏହି ମାତ୍ରା ସମ୍ପୂର୍ଣ୍ଣ ହ୍ରାସ ପାଇଥିଲା। ଆର୍ଶ୍ଚଯ୍ୟଜନକ ଭାବେ ଏହି ମାସରେ ୨୦ଟି ଦଳ ପକ୍ଷରୁ ଗୋଟିଏ ହେଲେ ଦୁର୍ଘଟଣା କିମ୍ବା ଟ୍ରାଫିକ ନିୟମ ଉଲ୍ଲଂଘନ ମାମଲା ଠାବ କରାଯାଇ ନ ଥିଲା। ଅପରପକ୍ଷରେ ଅପରାଧ ନିୟନ୍ତ୍ରଣ ଶାଖା ପକ୍ଷରୁ ଜାରି ତଥ୍ୟ ଅନୁସାରେ ରାଜ୍ୟରେ ଚଳିତ ବର୍ଷ ଜାନୁଆରୀରୁ ଏପ୍ରିଲ ମାସ ମଧ୍ୟରେ ସଡକ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୨୭ % ବୃଦ୍ଧି ପାଇଛି। ସଡକ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରିବା ଦିଗରେ ପଦକ୍ଷେପ ନେବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଥିଲେ। ନ୍ୟାୟାଳୟଙ୍କ ନିର୍ଦେଶକ୍ରମେ ରାଜ୍ୟର ୧୧ଟି ଜିଲାର ୨୦ଟି ସ୍ଥାନରେ ପୁଲିସ ପକ୍ଷରୁ ରାଜପଥ ପଇଁତରା ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଏହାସତ୍ତ୍ବେ ଗଞ୍ଜାମ ଓ ପୁରୀ ଜିଲାକୁ ବାଦ ଦେଲେ ବାକି ୯ଟି ଜିଲାରେ ଗତବର୍ଷ ଅପେକ୍ଷା ଦୁର୍ଘଟଣାଜନିତ ମୃତ୍ୟୁ ଅଧିକ ହୋଇଥିଲା। ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ ପଇଁତରା ଦଳକୁ ସକ୍ରିୟ କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପୁଲିସ ମହାନିର୍ଦେଶକଙ୍କୁ ନିର୍ଦେଶ ଦିଆଯାଇଛି। ଏଥିସହ ରାଜପଥ ପଇଁତରା ଯାନରେ ସ୍ପିଡ ଲେଜର ଗନ ଲଗାଯାଇଛି କି ନାହିଁ ସେ ସମ୍ପର୍କରେ ସୂଚନା ଦେବାକୁ କୁହାଯାଇଛି। ଜୁନ ୩୦ ତାରିଖ ସୁଦ୍ଧା ଏ ସମ୍ପର୍କରେ ବିବରଣୀ ଦେବାକୁ ମଧ୍ୟ କୁହାଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories