www.samajalive.in
Monday, December 8, 2025
20.1 C
Bhubaneswar

ଓଟିଏମ ଶ୍ରମିକଙ୍କ ବିୟୋଗରେ ଶୋକସଭା

ଚୌଦ୍ୱାର: ବନ୍ଦ ପଡିଥିବା ଓଟିଏମର ବରିଷ୍ଠ କର୍ମଚାରୀ ମୁରଲୀ ଧର ସାମଲ,ବାସୁଦେବ ମହାନ୍ତି ଓ ବସନ୍ତ ନାଥ ନାମକ ୩ଜଣ କର୍ମଚାରୀଙ୍କ ମୃତ୍ୟୁରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଶ୍ରମିକନେତା ଦୀପକ ବାରିକଙ୍କ ପୌରହିତ୍ୟରେ ଓଟିଏମ୍‍ ଗେଟ ସମ୍ମୁଖରେ ଚାଲିଥିବା ଆନ୍ଦୋଳନସ୍ଥଳରେ ଅନୁଷ୍ଠିତ ସଭାରେ ବିଭୁ ପ୍ରସାଦ ରଥ,ଦୁଲାଳସେନ ସ୍ୱାଇଁ, ନବ ଭୁୟାଁ, ସରୋଜ ନାୟକ, ଜୟୀରାମ ଷଡଙ୍ଗୀ, ଯଦୁନାଥ ନାୟକ, ଜୟୀରାମ ମହାରଣା, ବିଜୟ କୁମାର ସାହୁ, ମନିନ୍ଦ୍ର ପାତ୍ର, ରବିନ୍ଦ୍ର ସାହୁ, ବିଷ୍ନୁ ଚରଣ ସ୍ୱାଇଁ, ଶେଖ୍‍ ଆବ୍ୱାସ୍‍, ବିମ୍ବାଧର ଜେନା, ଜଗଦିସ୍‍ ସିଂ, ତପନ ରାୟ, ପ୍ରେମାନନ୍ଦ ବାରିକ୍‍ ପ୍ରମୁଖ ଯୋଗଦେଇ ଦିବଂଗତ ଶ୍ରମିକମାନଙ୍କ ଉଦ୍ଦେଶରେ ୨ମିନିଟ୍‍ ନୀରବ ପ୍ରର୍ଥନା କରି ସେମାନଙ୍କ ସ୍ମୃତି ଚାରଣ କରିଥିଲେ।

ସ୍ୱର୍ଗତ ମୁରଳୀଧର ଓଟିଏମ ବଞ୍ଚାଅ ସଂଗଠନର ଜଣେ ବରିଷ୍ଠ ସଦସ୍ୟ ଥିବାବେଳେ ସଂଗଠନ ପାଇଁ ତାଙ୍କ ଅବଦାନ ଅବର୍ଣ୍ଣନୀୟ ବୋଲି ଶୋକସଭାରେ ମତ ପ୍ରକାଶ ପାଇଥିଲା।ସୁଚନାଯୋଗ୍ୟଯେ ୨୦୦୧ମସିହାରେ ଓଟିଏମ ବନ୍ଦ ହେବା ପୁର୍ବରୁ ୪୫୧ଜଣ କର୍ମଚାରୀ ଅବସର ଗ୍ରହଣ କରିଥିଲେହେଁ ଏଯାବତ୍‍ ସେମାନେ ବକେୟା ପ୍ରାପ୍ୟ ପାଇ ପାରି ନାହାନ୍ତି।ଏଥି ସହିତ ବନ୍ଦ ଓଟିଏମ୍‍ ର ଶ୍ରମିକ ଓ କର୍ମଚାରୀମାନେ ସେମାନଙ୍କ ବକେୟା ପ୍ରାପ୍ୟ ନପାଇ ଦୁର୍ଦ୍ଦଶା ଭିତରେ କାଳାତିପାତ କରୁଛନ୍ତି। ସଥି ମଧ୍ୟରୁ କେଚେ ମରିହଜି ଗଲେଣି ଓ ଅବଶିଷ୍ଟ ପିଲାଛୁଆଙ୍କୁ ଧରି ଦୁଖ କଷ୍ଟରେ ଦିନ କାଟୁଛନ୍ତି।।ଏହି ମୃତକ ୩ଜଣକୁ ମିଶାଇ ବନ୍ଦ ଓଟିଏମରେ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୬୭୯ରେ ପହଞ୍ଚିଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories