www.samajalive.in
Monday, December 8, 2025
17.1 C
Bhubaneswar

ସପା ଛାଡ଼ିବେ ଶିବପାଲ ଯାଦବ!

ଲକ୍ଷ୍ନୌ : ସମାଜବାଦୀ ପାର୍ଟି (ସପା) ନେତା ତଥା ମୁଲାୟମ ସିଂହ ଯାଦବଙ୍କ ଭାଇ ଶିବପାଲ ଯାଦବ ବୁଧବାର ଦଳ ତ୍ୟାଗ କରିବାର ସଂକେତ ଦେଇଛନ୍ତି। ଶିବପାଲ କହିଛନ୍ତି ଯେ ସମାନ୍ତରଳ ଭାବେ ସମାଜବାଦୀ ଧର୍ମନିରପେକ୍ଷ (ସିକ୍ୟୁଲାର) ମୋର୍ଚ୍ଚା କାର୍ଯ୍ୟ କରୁଛି। ଯେଉଁ ମାନଙ୍କୁ ସପାରେ ସମ୍ମାନ ମିଳୁନାହିଁ ଓ ଉପେକ୍ଷା କରାଯାଉଛି ସେମାନଙ୍କୁ ଏକାଠି କରି ଆମେ ସମ୍ମାନ ଦେଇଛୁ। ସର୍ବ ସହମତି ପରେ ଲୋକସଭା ନିର୍ବାଚନକୁ ଓହ୍ଲାଇବୁ। ଅନ୍ୟପକ୍ଷରେ ସପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି ଯେ ଉତ୍ତରପ୍ରଦେଶ ଏବଂ ଦେଶର ନିର୍ବାଚନ ଯେତେ ପାଖେଇ ଆସିବ ସିକ୍ୟୁଲାର ମୋର୍ଚ୍ଚା ଭଳି ଅନେକ ଘଟଣା ଦେଖିବାକୁ ମିଳିବ। ଏହା ପଛରେ ବିଜେପିର ହାତ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି। ଉଲ୍ଳେଖ ଯେ ୨୦୧୭ ମେ’ ୫ରେ ସମାଜବାଦୀ ସିକ୍ୟୁଲାର ମୋର୍ଚ୍ଚା ଗଠନ କରାଯାଇଥିଲା। କିନ୍ତୁ ଏହା ପରେ ଏନେଇ କୌଣସି ଆଲୋଚନା ହେଉନଥିଲା ଓ ଏହା ଶୀଥିଳ ପଡ଼ିଯାଇଥିଲା। ତେବେ ଚଳିତ ବର୍ଷ ଜୁନ୍‍ ୧୦ରେ ଶିବପାଲଙ୍କ ସମର୍ଥକଙ୍କ ମାନେ ଶିବପାଲ ଯାଦବ ସିକ୍ୟୁଲାର ମୋର୍ଚ୍ଚାର ଗଠନ କରିଥିଲେ। ଶିବପାଲଙ୍କୁ ଏହାର ଆବହାକ ରଖାଯାଇଛି।
ଶବିପାଲ କହିଛନ୍ତି ଯେ ସପା ମୋତେ ଯେବେ ଖୋଜିଛି ମୁଁ ଯାଇ ପହଞ୍ଚିଛି। ଏବେ ମୋତେ ଲୋଡ଼ା ଯାଉନାହିଁ। ସେପ୍ଟେମ୍ବର ୧୯ରେ ହେବାକୁ ଥିବା ଅଖିଳେଶଙ୍କ ସାଇକେଲ ଶୋଭାଯାତ୍ରା ନେଇ କୌଣସି ସୂଚନା ନାହିଁ। ଦଳ ପକ୍ଷରୁ ମୋତେ କୌଣସି ସୂଚନା ଦିଆଯାଉ ନାହିଁ। ଏପରିକି ଦଳୀୟ ବୈଠକକୁ ବି ଡକାଯାଉ ନାହିଁ। ସମାଜବାଦୀ ସିକ୍ୟୁଲାରରେ ବହୁ ଭଲ କାର୍ଯ୍ୟକର୍ତ୍ତା ଅଛନ୍ତି। ଏବେ ସେମାନଙ୍କୁ ଦଳୀୟ ପଦ ଦିଆଯାଉଛି। ଏନେଇ ଅମର ସିଂହଙ୍କ ସହ କଥା ହୋଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories