www.samajalive.in
Tuesday, December 9, 2025
17.1 C
Bhubaneswar

ଆଶ୍ଚର୍ଯ୍ୟ ହେଲେ ବି ସତ; ମହାକାଶ ରହଣି ସମୟରେ ମହାକାଶଚାରୀଙ୍କ ଉଚ୍ଚତା ବଢିଯାଏ

ୱାଶିଂଟନ: ମହାକାଶରେ ଅଧିକ କାଳ ରହୁଥିବା ମହାକାଶଚାରୀଙ୍କ ଉଚ୍ଚତା ବୃଦ୍ଧିପାଉଛି। ଏକଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ନିରାଟ ସତ। ସଂପ୍ରତି ନାସାର ଜଣେ ମହାକାଶଚାରୀ ସ୍କଟ କେଲିଙ୍କ ଠାରେ ଏହା ପ୍ରମାଣିତ ହୋଇଛି। କେଲି ଓ ତାଙ୍କ ଜାଆଁଳା ଭାଇ ସମାନ ଉଚ୍ଚତା ବିଶିଷ୍ଟ ଥିଲେ। କିନ୍ତୁ କେଲି ମହାକାଶରେ ପ୍ରାୟ ଏକବର୍ଷ ଅତିବାହିତ କରିବା ସମୟରେ ତାଙ୍କ ଉଚ୍ଚତା ପ୍ରାୟ ୨ ଇଞ୍ଚ ବୃଦ୍ଧିପାଇଥିଲା। ଏ ସମ୍ପର୍କରେ ପ୍ରକାଶ କରି ବୈଜ୍ଞାନିକମାନେ କହିଛନ୍ତି ମହାକାଶରେ ମାଧ୍ୟାକର୍ଷଣ ଶକ୍ତି ନଥିବାରୁ ମେରୁଦଣ୍ଡର ଅସ୍ଥିଗୁଡିକ ମଧ୍ୟରେ ଫାଙ୍କ ସାମାନ୍ୟ ବୃଦ୍ଧି ପାଇଥାଏ। ଏହାକୁ ମାଧ୍ୟାକର୍ଷଣ ଶକ୍ତି ଅଭାବର ଏକ ବରଦାନ ବୋଲି କୁହାଯାଉଛି।

ଜଣାଯାଇଛି ଯେ ମହାକାଶରେ ରହୁଥିବା ମହାକାଶଚାରୀଙ୍କ ଉଚ୍ଚତା ତାଙ୍କର ମୂଳ ଉଚ୍ଚତା ତୁଳନାରେ ପ୍ରାୟ ୩% ବୃଦ୍ଧି ପାଇବା ସମ୍ଭାବନା ରହିଥାଏ। ସବୁଠାରୁ ମୁଖ୍ୟ କଥା ହେଉଛି ଏହା ସେମାନେ ମହାକାଶରେ ପହଞ୍ଚିବାର ପ୍ରଥମ ୩ରୁ ୪ ଦିନ ମଧ୍ୟରେ ହୋଇଥାଏ। କିନ୍ତୁ ସେମାନେ ପୃଥିବୀକୁ ଫେରିବା ପରେ କିଛିମାସ ମଧ୍ୟରେ ପୁଣି ସେମାନେ ମୂଳ ଉଚ୍ଚତାକୁ ଫେରିଆସିଥାନ୍ତି। ଆଉ ଏକ ଆଶ୍ଚର୍ଯ୍ୟର କଥା ଯେ ମହାକାଶରେ ରହିଥିବା ସମୟରେ ଦିନ ଓ ରାତି ସମୟରେ ଶରୀର ଉଚ୍ଚତାରେ ପରିବର୍ତ୍ତନ ଘଟିଥାଏ। ରାତି ସମୟରେ ଉଚ୍ଚତା ତୁଳନାତ୍ମକ ଭାବରେ ଅଧିକ ରହୁଥିବାବେଳେ ଦିନ ସମୟରେ ଏହା ସାମାନ୍ୟ ହ୍ରାସପାଏ।

- Advertisement -

ତେବେ ମହାକାଶଚାରୀଙ୍କ ବୃକକରେ ପଥର ସୃଷ୍ଟି ହେବା ଏବଂ ସେମାନଙ୍କ ଅସ୍ଥି ଭାଙ୍ଗିଯିବା ଭଳି ଆଶଙ୍କା ସୃଷ୍ଟି ହୋଇଥାଏ। ମହାକାଶ ରହଣି ସମୟରେ ସେମାନଙ୍କର ଗୋଡ, ପିଠି, ମାଂସପେଶୀ କୈାଣସି କାର୍ଯ୍ୟ କରିନଥାଏ। ସେଥିପାଇଁ ସେମାନଙ୍କ ମାଂସପେଶୀ ଦୁର୍ବଳ ହେବା ଆଶଙ୍କା ମଧ୍ୟ ରହିଥାଏ। ତହାସହିତ ସେମାନଙ୍କ ଶରୀରରେ ରକ୍ତ ପ୍ରବାହ ମଧ୍ୟ ବୃଦ୍ଧିପାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories