www.samajalive.in
Monday, December 8, 2025
27.1 C
Bhubaneswar

ବିଜେଡିର ଅଭିଯୋଗ, ମିଥ୍ୟା ପ୍ରହେଳିକା ସୃଷ୍ଟି କରି ଚାଷୀଙ୍କୁ ବିଭ୍ରାନ୍ତ କରୁଛି ବିଜେପି

ରେଙ୍ଗାଳିକେମ୍ପ: ଆଜି ଅତାବିରା ବ୍ଲକରେ ଥିବା ଗୋଡ଼ଭଗାର କେନ୍ ପାଲି, ଅତାବିରା ଟୋପ ରାସ୍ତା ତଥା ଲାଦେରପାଳି ସ୍ଥିତ ଭାରତୀୟ ଖାଦ୍ୟ ନିଗମ ଗୁଡ଼ିକ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ଚାଉଳ କିଣା ତଥା ବକେୟା ରାଶି ପ୍ରଦାନରେ ଅବହେଳାକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ଗଣଧାରଣା ଦିଆଯାଇଛି। ଧାନ କିଣା ନୀତି କେନ୍ଦ୍ର ସରକାରଙ୍କ ଅଧିନରେ ରହିଛି। ତାଙ୍କର ନୀତିକୁ ଅନୁସରଣ କରେ ରାଜ୍ୟ ସରକାର। କିନ୍ତୁ ମିଥ୍ୟା ପ୍ରହେଳିକା ସୃଷ୍ଟି କରି ଚାଷୀଙ୍କୁ ବିଭ୍ରାନ୍ତ କରୁଛି କେନ୍ଦ୍ର ସରକାର ଯାହା ଫଳରେ ରାଜ୍ୟର ଚାଷୀମାନେ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରୁଛନ୍ତି।

କେନ୍ଦ୍ର ସରକାର ଧାନ / ଚାଉଳ କ୍ରୟର ଅବଧି ତଥା ନୀତି ନିର୍ଦ୍ଧାରଣ କରୁଛନ୍ତି। ସେଇ ନୀତି ଅନୁସାରେ ଚାଷୀଙ୍କ ସମସ୍ୟା ବଢିବା ସ୍ଵାଭାବିକ। ତେଣୁ ରାଜ୍ୟ ସରକାର କେନ୍ଦ୍ରକୁ ବାରମ୍ବାର ନୀତିରେ କୋହଳ ଆଣିବା ପାଇଁ ଦାବି ଜଣାଇଛି। ଏପରିକି ବିଗତ ଦୁଇ ବର୍ଷ ଭିତରେ ୩.୩୮ଲକ୍ଷ ନୂଆ ଚାଷୀ ଧାନ କିଣା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି, ଯାହା ପୂର୍ବାପେକ୍ଷା ୩୮ ପ୍ରତିଶତରୁ ଅଧିକ ଅଟେ। ଦୁଇ ବର୍ଷ ଭିତରେ ରାଜ୍ୟ ସରକାର ୧୮ ପ୍ରତିଶତ ଧାନ ସଂଗ୍ରହ କରିଥିଲେ ସୁଦ୍ଧା ରାଜ୍ୟ ସରକାର କ୍ରୟ କରୁଥିବା ଧାନର ମୂଲ୍ୟ ପୈଠ କରୁନାହାନ୍ତି କେନ୍ଦ୍ର ସରକାର।

- Advertisement -

କେନ୍ଦ୍ର ସରକାର ଅଗ୍ରୀମ ଟଙ୍କା ଦେଇ ନଥିବାରୁ ରାଜ୍ୟ ସରକାର ବାଧ୍ୟ ହୋଇ ବ୍ୟାଙ୍କରୁ ଋଣ କରି ଚାଷୀଙ୍କ ଠାରୁ ଧାନ କିଣୁଛି ଓ ଏଥିପାଇଁ ସୁଧ ଦେବାକୁ ପଡ଼ୁଛି। ଖରିଫ ଧାନ କ୍ରୟର ଅବଧି ଜୁନ ୩୦ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ସୁଦ୍ଧା ଏହାକୁ କେବଳ ଜୁଲାଇ ୩୧ ପର୍ଯ୍ୟନ୍ତ ମାନେ ଗୋଟିଏ ମାସ ବୃଦ୍ଧି କରାଯାଇଛି। ଏମିତି କେନ୍ଦ୍ର ସରକାର ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories