www.samajalive.in
Monday, December 8, 2025
27.1 C
Bhubaneswar

ମହାବାହୁଙ୍କ ବାହୁଡ଼ା ଯାତ୍ରା: ଅପରାହ୍ଣ ୪ ଟାରୁ ହେବ ଶ୍ରୀଜିଉଙ୍କ ରଥ ଟଣା

ଭୁବନେଶ୍ବର: ରାତି ପାହିଲେ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା। ଶ୍ରୀଜୀଉଙ୍କୁ ବାହୁଡ଼ାଇ ନେବାକୁ ଗୁଣ୍ଡିଚା ମନ୍ଦିର ଆଗରେ ଅପକ୍ଷୋରେ ୩ ରଥ। ନଅ ଦିନର ଲୀଳାଖେଳା ସାରି ବାହୁଡ଼ିବେ ମହାବାହୁ। ଆଜି ନୀତି ଅନୁସାରେ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ହରିଶୟନ ଏକାଦଶୀରେ ଅନୁଷ୍ଠିତ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା। ଏଥିପାଇଁ ନୀତି ନିର୍ଘଣ୍ଟ କରାଯାଇଛି । ଆଜି ବାହୁଡ଼ା ଯାତ୍ରା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମୟ ନିର୍ଘଣ୍ଟ କରାଯାଇଛି। ଦିନ ୧୨ଟାରୁ ଆରମ୍ଭ ହେବ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡ଼ା ପହଣ୍ଡି ଆରମ୍ଭ ହେବାକୁ ଥିବାବେଳେ ଏହା ଦିନ ୨ଟା୩୦ ପର୍ଯ୍ୟନ୍ତ ଚାଲିବ। ଦିନ ୨ଟା୩୦ରୁ ୩ଟା୩୦ ପର୍ଯ୍ୟନ୍ତ ୩ ରଥରେ ଛେରା ପହଁରା ନୀତି। ଅପରାହ୍ଣ ୩ଟାରୁ ୪ଟା ପର୍ଯ୍ୟନ୍ତ ଚାରମାଳ ଫିଟା ଓ ଘୋଡ଼ା ଯଚା କାର୍ଯ୍ୟ। ଅପରାହ୍ଣ ୪ଟାରୁ ଶ୍ରୀଜୀଉଙ୍କ ରଥଟଣା ନେଇ ସମୟ ନିର୍ଘଣ୍ଟ କରାଯାଇଛି।

 

- Advertisement -

ବାହୁଡ଼ା ଯାତ୍ରା ପାଇଁ ମଙ୍ଗଳ ଆଳତି ଭୋର ୪ଟାରେ ହେବାକୁ ଥିବା ବେଳେ ମଇଲମ ୪ଟା ୧୫, ତଡ଼ପଲାଗି ୪ଟା ୩୦, ଅବକାଶ ସକାଳ ୫ଟା, ସୂର୍ଯ୍ୟପୂଜା ୫ଟା ୧୫, ଦ୍ୱାରପାଳ ପୂଜା ୫ଟା ୩୦, ବେଶ ଶେଷ ୫ଟା ୩୦ ସମ୍ପନ୍ନ ହେବ। ଗୋପାଳ ବଲ୍ଲଭ ଓ ସକାଳ ଧୂପ (ଖେଚୁଡ଼ି ଭୋଗ)ସକାଳ ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ସମ୍ପନ୍ନ କରାଯିବ। ସେନାପଟା ଲାଗି ସକାଳ ୭ଟାରୁ ୧୧ଟା ୩୦ ମଧ୍ୟରେ ହେବାକୁ ଥିବାବେଳେ ମଙ୍ଗଳାର୍ପଣ ଦିନ ୧୧ଟା ୪୫, ବାହୁଡ଼ା ପହଣ୍ଡି ଦିନ ୧୨ଟାରୁ ୨ଟା ୩୦ ମଧ୍ୟରେ ହେବାକୁ ନୀତି ନିର୍ଘଣ୍ଟ ହୋଇଛି । ସେହିଭଳି ବେଶ ଶେଷ ୧ଟାରୁ ୨ଟା ୩୦ ମଧ୍ୟରେ, ଛେରା ପହଁରା ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ହେବ ।
ଚାରମାଳ ଫିଟା ଓ ଘୋଡ଼ା ଲାଗିବା ୩ଟାରୁ ୪ଟା ମଧ୍ୟରେ ସରିବା ପରେ ଅପରାହ୍ଣ ୪ଟାରୁ ରଥଟଣା ଆରମ୍ଭ ହେବ । ରଥଟଣା ସରିବା ପରେ ଅନ୍ୟାନ୍ୟ. ନୀତିକାନ୍ତି କରାଯିବ । ବୁଧବାର, ଦ୍ୱାଦଶୀ, ବଡ଼ ତଡ଼ାଉ ବେଶ ବା ସୁନାବେଶ ଅନୁଷ୍ଠିତ ହେବ । ପ୍ରାତଃ ୬ଟାରୁ ୬ଟା ୩୦ ମଧ୍ୟରେ ୩ ରଥରେ ମଙ୍ଗଳ ଆଳତି ସମ୍ପନ୍ନ ହେବ । ମଇଲମ-ତଡ଼ପଲାଗି ସକାଳ ୭ଟା, ଅବକାଶ ୮ଟା ଓ ବେଶଶେଷ ୯ଟା ସୁଦ୍ଧା ସମ୍ପନ୍ନ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories