www.samajalive.in
Monday, December 8, 2025
27.1 C
Bhubaneswar

ଇସ୍ପାତ୍‌ ଖମ୍ବ ଚଢ଼ି ଇଣ୍ଡିଆ ବୁକ ରେକର୍ଡ଼ରେ ସ୍ଥାନ ପାଇଲେ ସ୍ୱୟଂଶିବ

ଜୁନାଗଡ଼/ଚିଲିଗୁଡ଼ା : କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡ଼ା ଗ୍ରାମର ସମୀର ରଞ୍ଜନ ଯୋଶୀ ଏବଂ ସାଗରିକା ଯୋଶୀଙ୍କ ପୁତ୍ର ସ୍ୱୟଂଶିବ ଯୋଶୀ ମାତ୍ର ୪ ବର୍ଷ ୫ ମାସ ବୟସରେ ୯ ଫୁଟ ବିଶିଷ୍ଟ ୩ଟି ଇସ୍ପାତ୍‌ (ଷ୍ଟିଲ୍‌) ଖମ୍ଭକୁ ମାତ୍ର ୩୭ ସେକେଣ୍ଡରେ ଚଢ଼ି ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଛନ୍ତି। ଜେଜେ ଶଶୀ ସେନ ଯୋଶୀ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପ୍ରେରଣାରେ ମାତ୍ର ୩ ବର୍ଷ ବୟସରେ ଖମ୍ବ ଚଢ଼ିବାର ଅଭ୍ୟାସ ବଳରେ ସ୍ୱୟଂ ଶିବ ଏହି ଦକ୍ଷତା ହାସଲ କରିଛନ୍ତି। ଭବିଷ୍ୟତରେ ସେ ଜଣେ ଲଢୁଆ ସୈନିକ ହେବାକୁ ଲକ୍ଷ୍ୟ ରଖିଛନ୍ତି। ତାଙ୍କର ଏହି ରେକର୍ଡ ପାଇଁ ପରିବାର ବର୍ଗ, ସାଙ୍ଗ ସାଥି, ଶୁଭେଛୁ ଓ ଜିଲା ବାସୀଙ୍କ ଠାରୁ ପ୍ରଶଂସାର ପାତ୍ର ହୋଇଛନ୍ତି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories