www.samajalive.in
Monday, December 8, 2025
20.1 C
Bhubaneswar

ଜିଲାପାଳଙ୍କ ବାସଭବନ ପରିସରରୁ ଭାଲୁ ଉଦ୍ଧାର

ନୂଆପଡ଼ା : ଦୁଇ ସପ୍ତାହ ଧରି ପ୍ରତିଦିନ ରାତିରେ ନୂଆପଡ଼ା ଜିଲାପାଳଙ୍କ ଆବାସିକ କାର୍ୟ୍ୟାଳୟ ପରିସରରେ ପ୍ରବେଶ କରି ଚର୍ଚ୍ଚାର କେନ୍ଦ୍ର ପାଲଟିଥିବା ଭାଲୁକୁ ଶେଷରେ ବନ କର୍ମଚାରୀ ଯନ୍ତା ବସାଇ ଧରିବାରେ ସକ୍ଷମ ହୋଇଛି। ୪ ଦିନର କସରତ ପରେ ଭାଲୁଟି ବନ ବିଭାଗ ହାତରେ ଧରାପଡ଼ିବା ପରେ ତାକୁ ସୁନାବେଡ଼ା ଜଙ୍ଗଲରେ ଛାଡ଼ି ଦିଆଯାଇଛି।
ସୂଚନା ମୁତାବକ ଦୁଇ ସପ୍ତାହ ହେବ ଜିଲା ସଦରମହକୁମାର ଗଳିକନ୍ଦିରେ ଏକ ଭାଲୁ ଘୂରି ବୁଲୁଥିଲାବେଳେ ରାତିରେ ଜିଲାପାଳଙ୍କ ବାସଭବନକୁ ତା’ର ନିରାପଦ ଆଶ୍ରୟସ୍ଥଳୀ କରିଥିଲା। ଗତ ୮ତାରିଖରେ ପ୍ରଥମେ ମୃତ୍ତିକା ସଂରକ୍ଷଣ ବିଭାଗ ପରିସରରେ ଭାଲୁଟିକୁ ଠାବ କରାଯାଇଥିଲା। ଆମ୍ବ ଖାଇବା ପାଇଁ ଭାଲୁଟି ଚାଲି ଆସି ରହିଯାଇଥିଲା। ସେହିଦିନ ବନ ବିଭାଗ କର୍ମଚାରୀ ଭାଲୁକୁ ସାରା ଦିନ ଜଗି ରହିବା ପରେ ରାତିରେ ଯିବାକୁ ଦେଇଥିଲେ। ଏହାର କିଛି ଦିନପରେ ୧୩ ତାରିଖ ରାତିରେ ଭାଲୁଟି ମୃତ୍ତିକା ସଂରକ୍ଷଣ ବିଭାଗ ମଧ୍ୟରୁ ବାହାରି ଜିଲାପାଳଙ୍କ ବାସଭବନ ଭିତରକୁ ପଶିଥିଲା। ସେହି ଦିନଠାରୁ ପ୍ରତିଦିନ ସନ୍ଧ୍ୟାରେ ଭାଲୁଟି ସଦରମହକୁମାର ବିଭିନ୍ନ ଗଳିକନ୍ଦିରେ ବୁଲିବା ସହ ରାତିରେ ଜିଲାପାଳଙ୍କ ବାସଭବନ ପରିସରରେ ପ୍ରବେଶ କରୁଥିଲା। ଶେଷରେ ବାଧ୍ୟହୋଇ ବନ ବିଭାଗ ପକ୍ଷରୁ ୧୬ତାରିଖ ରାତିରେ ଜିଲାପାଳଙ୍କ ବାସଭବନରେ ଭାଲୁ ଧରିବା ପାଇଁ ଯନ୍ତା ରଖା ଯାଇଥିଲା। କିନ୍ତୁ ପ୍ରଥମ ଦିନ ଭାଲୁ ଯନ୍ତା ମଧ୍ୟକୁ ଆସିନଥିଲା। ଫଳରେ ଦ୍ୱିତୀୟ ଦିନ ବନ ବିଭାଗ ପକ୍ଷରୁ ପୁନଃ ପ୍ରୟାସ ସହ ଯନ୍ତା ମଧ୍ୟରେ ମହୁ ରଖା ଯାଇଥିଲା। ରାତି ପ୍ରାୟ ୩ଟା ସମୟରେ ଭାଲୁଟି ମହୁ ବାସ୍ନାରେ ଯନ୍ତା ମଧ୍ୟକୁ ପ୍ରବେଶ କରିବା କ୍ଷଣି ଆଗରୁ ପ୍ରସ୍ତୁତ ହୋଇ ରହିଥବା ବନ ବିଭାଗ କର୍ମଚାରୀ ଯନ୍ତା ବନ୍ଦ କରିଦେଇଥିଲେ। ସକାଳେ ଭାଲୁଟିକୁ ବନ ବିଭାଗ କାର୍ୟ୍ୟାଳୟକୁ ନେଇ ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା କରା ଯାଇଥିଲା। ପରେ ଭାଲୁଟିକ ନେଇ କୋମନା ବ୍ଲକ ସୁନାବେଡ଼ା ଅଭୟାରଣ୍ୟରେ ଛାଡ଼ି ଦିଆଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଭାଲୁକୁ ଧରିବା କାର୍ୟ୍ୟରେ ଲଖନା ବନପାଳ ଦୀପ୍ତିମାନ ପଣ୍ଡାଙ୍କ ନେତୃତ୍ୱରେ ବନପାଳ ଲକ୍ଷ୍ମଣ ସାହୁ, ବନରକ୍ଷୀ ପ୍ରେମ ତାଣ୍ଡି, ହେମନ୍ତ ଦୁର୍ଗା, କେଦାର ମାଝି ଓ ନୂଆପଡ଼ା ପାରା ବନସୁରକ୍ଷା ଦଳ ନିୟୋଜିତ ହୋଇଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories