www.samajalive.in
Monday, December 8, 2025
20.1 C
Bhubaneswar

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୭ ଜୀବନ

ମୁରାଦାବାଦ – ଆଗ୍ରା ହାଇୱେରେ ରବିବାର ବିଳମ୍ବିତ ରାତିରେ ୨ଟି ବସ ମଧ୍ୟରେ ଧକ୍କା ହୋଇ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୭ ଜଣଙ୍କର ଜୀବନ ଚାଲି ଯାଇଛି। ୧୦ ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ସମସ୍ତ ମୃତାହତ ବରଯାତ୍ରୀ ହୋଇଥିବା ବୋଲି ଜଣାପଡିଛି। ବରଯାତ୍ରୀମାନେ ଏକ ବସ ଯୋଗେ ଚନ୍ଦୋସୀରୁ ବହଜୋଇ କ୍ଷେତ୍ର ଅନ୍ତର୍ଗତ ଛପରା ଗାଁରୁ ଫେରୁଥିଲେ।
ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁଯାୟୀ, ଆଗ୍ରା ହାଇୱେରେ ମଝାବଲୀ ନିକଟରେ ଅତିକ୍ରମ କରୁଥିବା ବେଳେ ବସର ଟାୟାର ପମ୍ପଚର ହୋଇଯାଇଥିଲା। ଚାଳକ ଓ ସହାୟକ ବସରୁ ଓହ୍ଲାଇ ଚାୟାର ଠିକ କରୁଥିଲେ। ସେହି ସମୟରେ ପଛରୁ ଆସୁଥିବା ଅନ୍ୟ ଏକ ବସ ବରଯାତ୍ରୀ ଥିବା ବସକୁ ଧକ୍କା ଦେଇଥିଲା। ସେହି ସମୟରେ ଲୋକଙ୍କ ଚିତ୍କାର ଶୁଣାଯାଇଥିଲା।
ନିକଟରେ ଥିବା ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ କହିବାନୁଯାୟୀ,ଏହି ଘଟଣାରେ ବରଯାତ୍ରୀ ଥିବା ବସରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ତୁରନ୍ତ ପୁଲିସ ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories