www.samajalive.in
Tuesday, December 9, 2025
17.1 C
Bhubaneswar

ସକାଳର ସୂର୍ୟ୍ୟାଲୋକ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ?

କ’ଣ ଆପଣ ଜାଣନ୍ତି କି, ସକାଳର ସୂର୍ୟ୍ୟାଲୋକ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ? ହଁ, ବାସ୍ତବରେ ସକାଳର ସୂର୍ୟ୍ୟ କିରଣ ଶରୀରରେ ଭିଟାମିନ୍-ଡି ର ଅଭାବ ପୂରଣ କରେ। ଏକ ଅନୁସନ୍ଧାନରେ ଏହା ଜଣାପଡିଛି ଯେ ଯେଉଁମାନଙ୍କର ଭିଟାମିନ୍-ଡି ଅଭାବ ଥାଏ, ସେମାନେ ପେଟର ଚର୍ବି ହୋଇଥାଏ।  ଯେଉଁ ମାନଙ୍କ ନିକଟରେ ଭିଟାମିନ୍-ଡି ର ଅଭାବ ରହିଥାଏ ସେମାନଙ୍କ ଓଜନ ବୃଦ୍ଧି ହୋଇଥାଏ। ତେଣୁ, ବିଶ୍ୱାସ କରାଯାଏ ଯେ ସକାଳର ସୂର୍ୟ୍ୟ କିରଣ ସ୍ୱାସ୍ଥ୍ୟ ପାଇଁ ସବୁ କ୍ଷେତ୍ରରେ ଲାଭଦାୟକ ଅଟେ। ଏହା ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।

କିଛି ଲୋକଙ୍କର ଅଭ୍ୟାସ ଥାଏ ଯେ, ସେମାନେ ଶଯ୍ୟାକୁ ସଫା ନକରି ଶୋଇଥାନ୍ତି ଏବଂ ସେମାନେ ପ୍ରତିଦିନ ଏପରି କରିଥାନ୍ତି। ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଯେଉଁମାନେ ନିୟମିତ ଭାବରେ ନିଜ ଶଯ୍ୟା ସଫା ନ କରି ଶୋଇଥାନ୍ତି, ସେମାନେ ଅନ୍ୟମାନଙ୍କ ଅପେକ୍ଷା ଭଲ ନିଦରେ ଶୋଇନଥାନ୍ତି। ଉତ୍ତମ ନିଦ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଉତ୍ତମ ନିଦ୍ରା ଅଭାବ ହେତୁ ମାନସିକ ସ୍ତରରେ ଚାପ ପଡିଥାଏ। ଯାହା ପରେ ଓଜନ ବୃଦ୍ଧି କାରଣ ହୋଇଥାଏ। ତେଣୁ ଶଯ୍ୟାକୁ ନିୟମିତ ସଫା କରିବା ଭଲ।

- Advertisement -

ସକାଳେ କିଛି ଜଳଖିଆ ନ କରି ଚା କିମ୍ବା କଫି ସେବନ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ, କିନ୍ତୁ  ଅଧିକାଂଶ ଲୋକ ଏଥିରୁ ଦିନର ଆରମ୍ଭ କରଥାନ୍ତି। ଯଦି ଆପଣ ଓଜନ ହ୍ରାସ କରିବାକୁ ଚିନ୍ତା କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଠିକ୍ ନୁହେଁ। ତେଣୁ ଏହା ଭଲ ଯେ ଆପଣ ସକାଳର ଉଷୁମ ପାଣିରୁ ଦିନର ଆରମ୍ଭ କରନ୍ତୁ। ଯଦି ଆପଣ ଚାହାଁନ୍ତି, ପାଣିରେ ଲେମ୍ବୁ ରସ ମଧ୍ୟ ମିଶାଇ ପିଇ ପାରିବେ। ଏହା ଏକ ଘରୋଇ ରେସିପି ଯାହା ଦ୍ୱାରା ସହଜରେ ଓଜନ ହ୍ରାସ ହୋଇଥାଏ । ଏହା ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ମଧ୍ୟ ବାହାର କରିଥାଏ ଏବଂ ଓଜନକୁ ନିୟନ୍ତ୍ରଣରେ ରଖେ।

ଶରୀରକୁ ସୁସ୍ଥ ରଖିବା ପାଇଁ ରାତିରେ ୭ରୁ ୮ ଘଣ୍ଟା ଶୋଇବା ଆତ୍ୟନ୍ତ ଆବଶ୍ୟକ। ଅଧିକ କିମ୍ବା କମ୍ ନିଦ୍ରା ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାର ହୋଇପାରେ। ଅଧିକ କିମ୍ବା କମ୍ ନିଦ୍ରା ଓଜନ ହ୍ରାସ କରିବା ପରିବର୍ତ୍ତେ ବୃଦ୍ଧି କରାଇଥାଏ। ତେଣୁ ଯଦି ଆପଣ ନିଜ ଶରୀରକୁ ସୁସ୍ଥ ରଖିବାକୁ ଚାହାଁନ୍ତି, ତେବେ ଆବଶ୍ୟକ ମାତ୍ରାରେ ଶୋଇବା ଉଚିତ୍।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories