www.samajalive.in
Tuesday, December 9, 2025
17.1 C
Bhubaneswar

ଜଗନ୍ନାଥଙ୍କ ପୂଜାରେ ଭୋଗ ଖାଇ ୧୪ଜଣଙ୍କୁ ଝାଡାବାନ୍ତି, ୩ଜଣଙ୍କ ଅବସ୍ଥା ସଂକଟାପନ୍ନ

ଆରଡି: ଭଦ୍ରକଜିଲା ଧୁଷୁରୀଥାନା ଅଧିନସ୍ଥ ସୁନ୍ଦରପୁର ଗାଁର ଜଣଙ୍କ ଘରେ ଗତକାଲି ରାତିରେ ଜଗନ୍ନାଥଙ୍କ ପୂଜା ଆଳରେ କୋଭିଡ କଟକଣାକୁ ଫୁ କରି ଭଜନ ସମାହୋର ଓ ଭୋଜିଭାତର ଆସର ଜମିଥିଲା। ଏପରିକି ଭୋଜି ଭୋଗ ଖାଇ ରାତିରେ ଏକାଧିକ ଲୋକ ଘରକୁ ଫେରିଥିଲେ। ହେଲେ ଶେଷରେ ଭୋଜି ଖାଇଥିବା ୧୪ଜଣ ଅସୁସ୍ଥ ହୋଇପଡିବା ସହ ଝାଡାବାନ୍ତି ହେବାରୁ ସେମାନଙ୍କୁ ଗାଁ ଲୋକେ ପ୍ରଥମ ଆରଡି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥାର କୌଣସି ଉନ୍ନତି ନହେବାରୁ ଭଦ୍ରକ ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ଶୁକ୍ରବାର ୯ଜଣଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ସୁଧାର ଆସିଥିବାରୁ ସେମାନଙ୍କୁ ଗାଁ ପଠାଇ ଦିଆଯାଇଛି। ହେଲେ ମେଡିକାଲରୁ ଫେରିଥିବା କିଛି ଲୋକଙ୍କର ମଧ୍ୟ ଏବେ ପୁଣି ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଛି ବୋଲି ପରିବାର ଲୋକ ପ୍ରକାଶ କରିଛନ୍ତି।

 

- Advertisement -

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ମହାମାରୀ କରୋନା କାଳରେ ଜଗନ୍ନାଥଙ୍କ ପୂଜା ନାଁରେ ଏକାଧିକ ଲୋକ ଏକାଠି ହୋଇ ଭଜନକିର୍ତ୍ତନ ଓ ସମାରୋହ ସହ ଭୋଜି କରାଯାଇଥିଲା ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଏପରିକି ମାତ୍ର ୩କିମି ଦୂରରେ ଥିବା ଆରଡି ଫାଣ୍ଡି ପୁଲିସ କିପରି ଏହାର ଖବର ପାଇ ପାରିଲାନି ତାହା ସମସ୍ତକୁ ଆଶ୍ଚର୍ଯ୍ୟ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories