www.samajalive.in
Monday, December 8, 2025
27.1 C
Bhubaneswar

ଜମ୍ମୁ ବାୟୁସେନା ସ୍ଥଳ ନିକଟରେ ପୁଣି ଉଡିଲା ଡ୍ରୋନ

ଜମ୍ମୁ: ଏଠାରେ ଥିବା ଭାରତୀୟ ବାୟୁସେନା ସ୍ଥଳ ଉପରେ ପୁନର୍ବାର ଏକ ଡ୍ରୋନକୁ ଠାବ କରାଯାଇଛି। ବୁଧବାର ରାତିରେ ଏହି ଡ୍ରୋନ ଉଡୁଥିବାବେଳେ ତାକୁ ନିରାପତ୍ତା ବାହିନୀ ଠାବ କରିଥିଲେ। ସୂଚନାଯୋଗ୍ୟ ଯେ ଏହି ବାୟୁସେନା ସ୍ଥଳ ଉପରେ ଜୁନ୍‍ ୨୭ ତାରିଖରେ ଡ୍ରୋନରୁ ଆକ୍ରମଣ କରାଯିବାର ମାତ୍ର ତିନି ସପ୍ତାହ ପରେ ପୁନଶ୍ଚ ଏଠାରେ ଡ୍ରୋନ ଉଡିବା ଘଟଣା ଦେଶର ନିରାପତ୍ତା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବୁଧବାର ରାତିରେ ଡ୍ରୋନ ଉଡିବା ସମୟରେ ସେଠାରେ ସ୍ଥାପନ କରାଯାଇଥିବା ଡ୍ରୋନ ଠାବକାରୀ ରାଡାର ପ୍ରଯୁକ୍ତି ଡ୍ରୋନକୁ ତୁରନ୍ତ ଠାବ କରିବାରେ ସମର୍ଥ ହୋଇଥିଲା। ଏହାପରେ ସଜାଗ ଥିବା ଭାରତୀୟ ସୈନ୍ୟମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଡ୍ରୋନଟି ପ୍ରାୟ ୩ କିଲୋମିଟର ଉଚ୍ଚତାରେ ଉଡୁଥିଲା ଏବଂ ଏହା ସେକେଣ୍ଡକୁ ୯ ମିଟର ବେଗରେ ଗତି କରୁଥିଲା। ଉକ୍ତ ସ୍ଥାନରେ ଖଞ୍ଜାଯାଇଥିବା କିଲର ଡ୍ରୋନ ବ୍ୟବସ୍ଥା ସକ୍ରିୟ ହୋଇଯିବାପରେ ସୈନ୍ୟମାନେ ଡ୍ରୋନକୁ ନିଷ୍କ୍ରିୟ କରିଦେଇଥିଲେ। ପରେ ଡ୍ରୋନଟି ତଳକୁ ଖସିପଡିଥିଲା।

ସୁରକ୍ଷା ବାହିନୀ ପକ୍ଷରୁ ତୁରନ୍ତ ଉକ୍ତ ଅଞ୍ଚଳରେ ତଲାସି ଅଭିଯାନ ଆରମ୍ଭ କରାଯିବା ସହିତ ଉକ୍ତ ଡ୍ରୋନରେ କିଛି ସାମଗ୍ରୀ ଥିଲା କି ନାହିଁ ତାହା ଯାଞ୍ଚ କରିବା ଆରମ୍ଭ କରିଦେଇଥିଲେ। ସୂଚନାଯୋଗ୍ୟ ଯେ ଏହାର ଦିନକ ପୂର୍ବରୁ ମଙ୍ଗଳବାର ରାତି ପ୍ରାୟ ୧୦ଟାରେ ଜମ୍ମୁର ଆରନିଆ ସେକ୍ଟରରେ ସୀମା ଆରପଟେ ଏକ ଡ୍ରୋନ ଉଡୁଥିବା ଭାରତର ସୀମା ସୁରକ୍ଷା ବାହିନୀ ଯବାନମାନେ ଦେଖିବାକୁ ପାଇଥିଲେ। ଏହା ପ୍ରାୟ ୨୦୦ ମିଟର ଉଚ୍ଚତାରେ ଉଡାଣ କରୁଥିଲା। ଯବାନମାନେ ଏହାକୁ ଲକ୍ଷ୍ୟ କରି ଗୁଳି ଚଳାଇବା ପରେ ଡ୍ରୋନଟି ପୁଣି ପାକିସ୍ତାନ ମଧ୍ୟକୁ ପଳାଇ ଯାଇଥିଲା।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories