www.samajalive.in
Monday, December 8, 2025
27.1 C
Bhubaneswar

ତୈଳଦର ବୃଦ୍ଧି ପ୍ରତିବାଦରେ ବାମଦଳ ଗୁଡିକ ପକ୍ଷରୁ ଆଜି ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର : ତୈଳଦର ବୃଦ୍ଧି ପ୍ରତିବାଦରେ ବାମଦଳ ଗୁଡିକ ପକ୍ଷରୁ ଆଜି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଭୁବନେଶ୍ୱର ରେଳ ଷ୍ଟେସନ,ବାଲେଶ୍ୱର ସମେତ ସମସ୍ତ ସ୍ଥାନରେ ଦେଖାଯାଇଛି। ବନ୍ଦକୁ ସଫଳ କରିବା ପାଇଁ ଦଳର ନେତାମାନେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବସ୍‌, ଟ୍ରେନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ଶିକ୍ଷାନୁଷ୍ଠାନ ଏବଂ ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକ ବନ୍ଦ କରାଯିବ ବୋଲି ବାମପନ୍ଥୀ ନେତା ସୂଚନା ଦେଇଛନ୍ତି। ସିପିଆଇଏମ୍‌ ଜିଲା ସମ୍ପାଦକ ଶରତ କୁମାର ରାୟଗୁରୁ, ସିପିଆଇ ସମ୍ପାଦକ ପ୍ରଦୀପ୍ତ କୁମାର ମହାନ୍ତି, ଫରୱାର୍ଡ ବ୍ଲକର ଜିତେନ୍ଦ୍ରୀୟ ବେହେରା, ସିପିଆଇ (ଏମ୍‌ଏଲ୍‌) ଲିବରେସନ ସମ୍ପାଦକ ଅଶୋକ କୁମାର ପ୍ରଧାନ ଏବଂ ଜଗନ୍ନାଥ ଦେଓଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ବୁଧବାର ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ମୋଦି ସରକାରଙ୍କ ଅପାରଗତା ଯୋଗୁଁ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡିକର ଅହେତୁକ ଦରବୃଦ୍ଧି ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି।ଓଡ଼ିଶା ବନ୍ଦ ସମୟରେ ଜିଲା​‌ର କୌଣସି ସ୍ଥାନରେ ଯେପରି ବିଶୃଙ୍ଖଳା ସୃଷ୍ଟି ନହୁଏ ତାହାକୁ ଦୃଷ୍ଟିରେ ରଖି ପୁଲିସ ଦଳ ନିୟୋଜିତ କରାଯାଇଛି। ପୁଲିସ ପାଟ୍ରୋଲିଂ କରିବା ସହ ପରିସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖିବାକୁ ଥାନା ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ଏହାଛଡା ସର୍ବସାଧାରଣ ସମ୍ପତ୍ତିର ସୁରକ୍ଷା ପାଇଁ ପୁଲିସକୁ ସଜାଗ କରାଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories