www.samajalive.in
Thursday, December 11, 2025
27.1 C
Bhubaneswar

ମଞ୍ଜୁଳାଙ୍କୁ ସର୍ପ ଦଂଶନ ଘଟଣା: ମଞ୍ଜୁଳା କଟକ ବଡ଼ ଡ଼ାକ୍ତରଖାନା ଯିବା ପରେ ସାପଟିକୁ ବନ ବିଭାଗକୁ ହସ୍ତାନ୍ତର କଲେ ପରିବାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହଳଦୀ ପଞ୍ଚାୟତ ବାଲିଝର ଗ୍ରାମର କୁନି ଝିଅ ମଞ୍ଜୁଳାକୁ ସର୍ପ ଦଂଶନ ଘଟଣାରେ ଜିଲ୍ଲା ପ୍ରଶାସନ ସହାୟତାରେ ମଞ୍ଜୁଳାକୁ କଟକ ବଡ଼ ଡ଼ାକ୍ତରଖାନାକୁ ପଠଯାଇଥିବା ବେଳେ ଅନ୍ୟପଟେ ମଞ୍ଜୁଳାଙ୍କ ପରିବାର ପକ୍ଷରୁ ବନ୍ଧନ ହୋଇ ରହିଥିବା ବିଷଧର ନାଗ ସାପକୁ ବନ ବିଭାଗ ଉଦ୍ଧାର କରିଛି । ରାଇଘର ବନବିଭାଗ ତରଫରୁ ରାଇଘର ଫରେଷ୍ଟର ବିପିନ ହରିଜନ, ଗୋନା ଫରେଷ୍ଟର ହର ମାଝୀ ଏବଂ ବନ କର୍ମଚାରୀ ପ୍ରମୁଖ ଘଟଣା ସ୍ଥଳକୁ ଯାଇ ସାପଟିକୁ ଉଦ୍ଧାର କରିଛନ୍ତି । ପରିବାର ସଦସ୍ୟଙ୍କ କହିବା ହେଲା, ଆମ ଝିଅକୁ ତ ଭଲ କରିବାକୁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଗଲା । ବର୍ତ୍ତମାନ ଆମ ଝିଅ ଭଲ ହେଇଯିବ। ଆଉ ସାପଟି ବି ଭଲ ହେଇଯାଉ କହି ସାପକୁ ବନ ବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରିଛନ୍ତି । ସାପଟିକୁ ପ୍ରଥମେ ରାଇଘର ପଶୁ ଡାକ୍ତରଖାନାକୁ ନିଆଯାଇ ସେଠାରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବାଯୋଗୁ ସାପଟିକୁ ଜଙ୍ଗଲରେ ଛଡ଼ାଯାଇଛି ।

ସୂଚନାଯୋଗ୍ୟ, ମଞ୍ଜୁଳାଙ୍କୁ ସର୍ପ ଦଂଶନ ଘଟଣା ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ମଞ୍ଜୁଳାର ଚିକିତ୍ସା ପାଇଁ ସାମାଜିକ ଗଣମାଧ୍ୟମ ସହଯୋଗରେ ତାଙ୍କ ପରିବାରକୁ ୧୮ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା। ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇବା ସହ ନବରଙ୍ଗପୁର ଜିଲ୍ଲାପାଳ ୧୦ହଜାର ଟଙ୍କାର ସହାୟତା ରାଶି ଦେବାସହ ମଞ୍ଜୁଳାକୁ ସମସ୍ତ ପ୍ରକାର ସହଯୋଗ କରିବାର ପ୍ରତିଶୃତି ଦେଇଛନ୍ତି।

- Advertisement -

ପ୍ରକାଶ ଥାଉକି, ଗତ କିଛିଦିନ ପୂର୍ବେ ବାଲିଝର ଗ୍ରାମର କୁନି ଝିଅ ମଞ୍ଜୁଳାର ହାତରେ ଏକ ବିଷଧର ସର୍ପ ଚୋଟ ମାରିବା ପରେ ମଞ୍ଜୁଳାକୁ ଗୁରୁତର ଅବସ୍ଥାରେ ଉମରକୋଟ, ନବରଙ୍ଗପୁର ଏବଂ ପରେ କୋରାପୁଟ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଯାଇଥିଲା। ମାତ୍ର ସେଠାରେ ମଞ୍ଜୁଳାର ଗୋଟିଏ ହାତ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଥିବା ବେଳେ କୋରାପୁଟ ଡାକ୍ତର ତାର ଚିକିତ୍ସା ପାଇଁ ବ୍ରହ୍ମପୁର ନେବାକୁ କହିଥିଲେ। ପରିବାର ଲୋକଙ୍କ ପାଖରେ ଆର୍ଥିକ ସମ୍ବଳ ନଥିବା ହେତୁ ସେମାନେ ମଞ୍ଜୁଳାକୁ ଘରକୁ ନେଇ ଆସିଥିଲେ। ଏପଟେ ଘରେ ରହି ମଞ୍ଜୁଳା ଯନ୍ତ୍ରଣାରେ ଛଟପଟ ହୋଇ ପଡିରହିଥିଲା ବେଳେ ମଞ୍ଜୁଳାର ପିତା ବିଷଧର ସର୍ପକୁ ବନ୍ଧନ କରି ଗୋଟିଏ ଜାଗାରେ ଖାଇବାକୁ ନ ଦେଇ ପ୍ରାୟ ଏକ ମାସ ଧରି ବନ୍ଦୀ କରି ରଖିଥିଲା ଏବଂ ମୋ ଝିଅକୁ ସିଏ ମାରିଛି ସେ ବି କଷ୍ଟ ପାଉ ବୋଲି ତାକୁ ବନ୍ଦି କରି ରଖିଥିଲା ।

 

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories