www.samajalive.in
Monday, December 8, 2025
17.1 C
Bhubaneswar

କ୍ରସର ବନ୍ଦ ଦାବୀରେ ଗାଁ ଲୋକଙ୍କ ପ୍ରତିବାଦ ଶୋଭାଯାତ୍ରା

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅର୍ନ୍ତଗତ ଖରଭୁଇଁ ଅଂଚଳରେ ଗଢିଉଠିଥିବା କ୍ରସର ଓ ପଥର କୁଆଁରୀ ବନ୍ଦ ଦାବୀରେ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ମଙ୍ଗଳବାର ତହସିଲ ସଦରମହକୁମା ଚାରିଛକରେ ଏକ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଆଜି ସକାଳେ ଚାରିଛକ ସ୍ଥିତ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟଠାରୁ କ୍ରସର ହଟାଅ ପ୍ରତିବାଦରେ ଗାଁର ମହିଳା/ପୁରୁଷ ଏକତ୍ରୀତ ହୋଇଥିଲେ। ସେଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ହରଭଙ୍ଗା ତହସିଲ କାର୍ଯ୍ୟାଳୟଠାରେ ପହଞ୍ଚିଥିଲା। ତହସିଲ କାର୍ଯ୍ୟାଳୟଠାରେ ଶୋଭାଯାତ୍ରା ପହଞ୍ଚିବା ପରେ ଗାଁ ଲୋକଙ୍କ ସହିତ ବୌଦ୍ଧ ଉପଜିଲ୍ଲାପାଳ ଅଶ୍ୱିନୀ ମେହେର, ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ର ସେମାନଙ୍କ ଅଭିଯୋଗ ଉପରେ ସିଧାସଳଖ ଆଲୋଚନା କରାଯାଇଥିଲା। କ୍ରସର ଶୀଳ୍ପ ବିରୁଦ୍ଧରେ ଗାଁ ଲୋକେ କରିଥିବା ସମସ୍ତ ଅଭିଯୋଗର ସରଜମିନ ତଦନ୍ତ ପାଇଁ ପ୍ରଶାସନ ରାଜି ହୋଇଥିଲା। ତଦନ୍ତ ପର୍ଯ୍ୟନ୍ତ କ୍ରସର ବନ୍ଦ ରଖିବାକୁ ପ୍ରଶାସନ ସହମତି ପ୍ରକାଶ କରିଥିବା ତହସିଲଦାର ସୂଚନା ଦେଇଛନ୍ତି। ତଦନ୍ତ ପରେ କ୍ରସର ଚାଲୁହେବା ନେଇ ପରବର୍ତୀ ନିଷ୍ପତି ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

ସୂଚନା ଥାଉ କି ଗତ ୧୪ବର୍ଷ ଧରି ଖରଭୁଇଁ ଅଂଚଳରେ ଛତୁଫୁଟିଲା ପରି କ୍ରସର ଶିଳ୍ପ ଏବଂ ବେଆଈନ ପଥର କୁଆଁରୀ ବୃଦ୍ଧି ଯୋଗୁଁ ସାଧାରଣ ଜନଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିବା ଗାଁ ଲୋକେ ଅଭିଯୋଗ ଉଠାଉଛନ୍ତି। ଏଥିସହିତ ଚିରସବୁଜ ପ୍ରାକୃତିକ ଜଙ୍ଗଲ ସମ୍ପଦ ନଷ୍ଟ ହେବାକୁ ବସିଛି। କ୍ରସର ଧୁଳିକଣାରେ ବିଭିନ୍ନ ଚର୍ମ, କିଡନୀ ଏବଂ ଶ୍ୱାସଜନିତ ରୋଗ ବୃଦ୍ଧି ପାଇବା ସହିତ ବିକଳାଙ୍ଗ ଶିଶୁ ଜନ୍ମ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ବଡ ବଡ ପଥର ବିସ୍ଫୋରଣରେ ପ୍ରତିଦିନ ଲୋକେ କୃତ୍ରିମ ଭୁକମ୍ପ ଅନୁଭବ କରୁଛନ୍ତି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories