www.samajalive.in
Tuesday, December 9, 2025
15.1 C
Bhubaneswar

ଉତ୍ତର-ପୂବାଞ୍ଚଳର ୮ଟି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭର୍ଚୁଆଲ ବୈଠକ

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ୨ୟ ତରଙ୍ଗ ଧିରେ ଧିରେ ହ୍ରାସ ପାଉଥିବା ଦେଖାଯାଉଛି। ଏହାସହ ୩ୟ ତରଙ୍ଗର ଆଶଙ୍କା ମଧ୍ୟ କରାଯାଉଛି। ୩ୟ ତରଙ୍ଗର ଆଶଙ୍କା ମଧ୍ୟରେ କିଛି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବା ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର-ପୂବାଞ୍ଚଳର ୮ଟି ରାଜ୍ୟ ମୁଖ୍ୟମନ୍ତ୍ରୀ ଆସାମ,ମେଘାଳୟ,ମଣିପୁର,ମିଜୋରାମ,ସିକିମ,ତ୍ରିପୁରା, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ବୈଠକ ଯୋଗେ ଆଲୋଚନା କରିଛନ୍ତି। କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀମାନଙ୍କୁ ମାର୍ଗଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସହ ମୋଦୀ କହିଛନ୍ତି , କରୋନାର ଭିନ୍ନ ରୂପ ରହିଛି , ତେଣୁ ପ୍ରତ୍ୟେକ ଭାରିଆଣ୍ଟ ଉପରେ ନଜର ରଖିବା ନିତ୍ୟାନ୍ତ ଆବଶ୍ୟକ।
ମ୍ୟୁଟେସନର ପରେ ଏହା କେତେ ଚିନ୍ତାଜନକ ତାହା ବିଶେଷଜ୍ଞ ଗବେଷଣା କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ତେଣୁ ସଠିକ ସମୟରେ ଚିକିତ୍ସା କରାଇବା ନିତ୍ୟାନ୍ତ ଆବଶ୍ୟକ। କରୋନା ପାଇଁ ପର୍ଯ୍ୟଟନ,ବେପାର ବାଣିଜ୍ୟ ସବୁକିଛି ଖୁବ ପ୍ରଭାବିତ ହୋଇଛି। ମାତ୍ର ଘରୁ ବାହାରିବା ମାତ୍ରେ ତୁଣ୍ଡି, ବିଶୋଧକ ବ୍ୟବହାର କରିବା ସହ ସତର୍କତା ଅବଲମ୍ବନ କରିବା ନିତ୍ୟାନ୍ତ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସେହିପରି ପ୍ରଧାନମନ୍ତ୍ରୀ ଟିକାକରଣ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ କହିବା ସହ ତୃତୀୟ ତରଙ୍ଗ ମୁକାବିଲା ପାଇଁ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ନିବେଦନ କରିଛନ୍ତି।
ତୃତୀୟ ତରଙ୍ଗର ଚେତାବନୀ ଦେବା ସହ ପରୀକ୍ଷା ଓ ଚିକିତ୍ସା ସହ ଜଡ଼ିତ ଭିତ୍ତିଭୂମିରେ ଉନ୍ନତି କରି ଆଗକୁ ବଢିବାକୁ ପଡିବ ବୋଲି କହିଛନ୍ତି। ବିଶେଷ କରି ଅମ୍ଳଜାନ ସହ ଶିଶୁ ଚିକିସବା ସମ୍ବନ୍ଧୀୟ ଭିତ୍ତିଭୂମି ନିର୍ମାଣ ପାଇଁ ଶୀଘ୍ର କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଦେଶରେ ଶହ ଶହ ନୂତନ ଅମ୍ଳଜାନ କାରଖାନା ସ୍ଥାପନ କରାଯାଉଛି। ଏଥିପାଇଁ ନିକଟରେ କ୍ୟାବିନେଟ ୨୩ ହଜାର କୋଟି ଟଙ୍କାର ଏକ ନୂତନ ପ୍ୟାକେଜ ଅନୁମୋଦନ କରିଛନ୍ତି। ଏହି ପ୍ୟାକେଜ ଉତ୍ତର ପୂର୍ବର ପ୍ରତ୍ୟେକ ରାଜ୍ୟକୁ ଏହାର ସ୍ୱାସ୍ଥ୍ୟ ଭିତ୍ତିଭୂମି ମଜଭୂତ କରିବାରେ ସାହାଯ୍ୟ କରିବ।
ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି ସମଗ୍ର ଦେଶ ଏବଂ ବିଶେଷ କରି ଆମ ସ୍ୱାସ୍ଥ୍ୟକର୍ମୀମାନେ ସେମାନଙ୍କ ଦାୟିତ୍ୱ ତୁଲାଇବା ସହ ୨ ବର୍ଷ ହେବ କଠିନ ପରିଶ୍ରମ କରିଛନ୍ତି। ଏହାସହ ନମୁନା ପରୀକ୍ଷା, ଟିକାକରଣ ଓ ଚିକିତ୍ସା ଉପରେ ଗୁରୁତ୍ୱାରୋପ କରାଯାଉଛି।
ସଂକ୍ରମଣକୁ ରୋକିବାକୁ କଠୋରରୁ କଠୋର ପଦକ୍ଷେପ ଗ୍ରହଣ ସହ ନିଜ ଦାୟିତ୍ୱ ସୁଚାରୁ ରୂପେ ତୁଲାଇବାକୁ ପଡିବ। ମାଇକ୍ରୋ ଆବଦ୍ଧାଞ୍ଚଳ ଉପରେ ଗୁରୁତ୍ୱ ଦେବା ସହ ଗତ ୨ ବର୍ଷ ମଧ୍ୟରେ ମିଳିଥିବା ଅଭିଜ୍ଞତାକୁ ପ୍ରୟୋଗ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories