www.samajalive.in
Monday, December 8, 2025
27.1 C
Bhubaneswar

ସିଟି କ୍ଲବ ତରଫରୁ ବନମହୋତ୍ସବ ପାଳିତ

ଭୁବନେଶ୍ୱର: ସିଟିକ୍ଲବ ନୟାପଲ୍ଲୀ ଭୁବନେଶ୍ୱର ତରଫରୁ ସ୍ଥାନୀୟ ଦେବରାୟ ମହାବିଦ୍ୟାଳୟ ପରିସରରେ ବନମହୋତ୍ସବର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପଦ୍ମବିଭୂଷଣ ଏବଂ ପୂର୍ବତନ ସାଂସଦ ସ୍ୱର୍ଗତ ରଘୁନାଥ ମହାପାତ୍ର ଏବଂ ବିଶିଷ୍ଟ କ୍ରୀଡ଼ା ସଂଗଠକ ଓ ମହିଳା ଫୁଟବଲ କୋଚ୍ ସ୍ୱର୍ଗତ ନନ୍ଦ କିଶୋର ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ  ଅନନ୍ତ ନାରାୟଣ ଜେନା, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, କ୍ଲବର ସଭାପତି ସୌର୍ଯ୍ୟରଞ୍ଜନ ପରିଜା, ସୁଲତା ଦେଓ, ସହଦେବ ରାଉତ, ପ୍ରସନ୍ନ ରାଉତ, ଇଂ. ଶିଶିର ନାୟକ, ଅମରେନ୍ଦ୍ର ମହାପାତ୍ର, ସ୍ଥାନୀୟ ପୂର୍ବତନ କର୍ପୋରେଟର ରମାନାଥ ସାମନ୍ତରାୟ, ନବ ବେହେରା, ନିଖିଳ ବଳବନ୍ତରାୟ, ଦେବରାୟ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ରୀନା ଘଡ଼େଇ, ଅଜିତ ସାମନ୍ତରାୟ, ସାଗର ବଳବନ୍ତରାୟ, ମିଲନ ପାଇକରାୟ, ଅର୍ଜୁନ ବେହେରା, ବିଶିଷ୍ଟ କଣ୍ଠଶିଳ୍ପୀ ସୌରଭ ନାୟକ ଏବଂ ଜୟଶ୍ରୀ ଧଳ, ତ୍ରିନାଥ ମଙ୍ଗରାଜ, ପବିତ୍ର ରାଉତରାୟ, ଜଲିଲ୍ ଖାନ, ଋଷି ପଟ୍ଟନାୟକ, ଡଃ ଦିଲ୍ଲୀପ ଶ୍ରୀଚନ୍ଦନ, ଯୋଗେନ୍ଦ୍ର ଜେନା, ସୁରଜ ପଣ୍ଡା, ଆଶିଷ କୁମାର ସାହୁ, ସଞ୍ଜୀବ ଆଚାର୍ଯ୍ୟ, କ୍ଷୀରୋଦ ବେହେରା ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ। କ୍ଲବର ସମ୍ପାଦକ ପ୍ରଦୀପ କୁମାର ରାଉତରାୟ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିମ୍ବ, ଦେବଦାରୁ, ଶାଗୁଆନ ଆଦି ଚାରା ବଣ୍ଟନ କରାଯାଇଥିଲା।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

Related Articles

Popular Categories