www.samajalive.in
Tuesday, December 9, 2025
16.1 C
Bhubaneswar

ଏଲଆଇସିରୁ ହଟିବ ଅଧ୍ୟକ୍ଷ ପଦବୀ; ରହିବେ ମୁଖ୍ୟ ନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ରେ ଏଣିକି କେବଳ ମୁଖ୍ୟ ନିର୍ବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ପଦବୀ ରହିବ । ନିଗମରେ ଅଧ୍ୟକ୍ଷ ପଦବୀକୁ ବାଦ୍‍ ଦିଆଯିବାକୁ ନିଷ୍ପତ୍ତି ହୋଇଛି । ଚଳିତ ଆର୍ଥିକ ବର୍ଷରେ ଏଲଆଇସିର ଇନିସିଆଲ ପବ୍ଲିକ ଅଫର୍‍ ପୂର୍ବରୁ ସରକାର ଏ ସମ୍ପର୍କରେ ରହିଥିବା ନିୟମରେ ଆବଶ୍ୟକ ପରିବର୍ତ୍ତନ କରିବେ । ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ ଆର୍ଥିକ ସେବା ବିଭାଗ ପକ୍ଷରୁ ଏଭଳି ପରିବର୍ତ୍ତନ କରାଯାଇଛି । ସେଥିପାଇଁ ଭାରତୀୟ ଜୀବନ ବୀମା ନିଗମ (କର୍ମଚାରୀ) ପେନସନ (ସଂଶୋଧନ) ନିୟମରେ ସଂଶୋଧନ କରାଯାଇଛି । ଏହାବ୍ୟତୀତ ଏଲଆଇସି ଆଇନ, ୧୯୫୬ରେ ମଧ୍ୟ ଅନ୍ୟ କେତେକ ନିୟମରେ ସଂଶୋଧନ କରାଯାଇଛି ।
ଏଲଆଇସିର ମୁଖ୍ୟ ନିର୍ବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ଏଲଆଇସି ଆଇନ, ୧୯୫୬ ଧାରା ୪ ଅନୁଯାୟୀ ଭାରତ ସରକାରଙ୍କ ଦ୍ୱାରା ନିଯୁକ୍ତ ହେବେ । ଆଇପିଓରେ ଏଲଆଇସିକୁ ତାଲିକାଭୁକ୍ତ କରିବା କାର୍ଯ୍ୟ ସହଜ କରିବା ପାଇଁ ସରକାର ଏହାର ଅନୁମୋଦିତ ଅଂଶଧନ ବାବଦ ପୁଞ୍ଜି ପରିମାଣ ୨୫,୦୦୦ କୋଟି ଟଙ୍କାକୁ ବୃଦ୍ଧି କରିବା ବିଷୟ ଅନୁମୋଦନ କରିସାରିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories