www.samajalive.in
Monday, December 8, 2025
20.1 C
Bhubaneswar

ରାଜ୍ୟରେ ବଢିଚାଲିଛି କରୋନା ମୃତ୍ୟୁ; ଦିନକରେ ୬୧ ମୃତ; ଖୋର୍ଦ୍ଧାରୁ ସର୍ବାଧିକ ୧୧

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ବଢିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୧ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୧ ଜଣ ରହିଥିବା ଜଣାଯାଇଛି। ଏହି ମୃତକଙ୍କ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ୫ ଜଣ ଅଛନ୍ତି।।
ବରଗଡ ଜିଲାରୁ ୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ବଉଦ ଜିଲାରୁ ଜଣେ ଓ କଟକ ଜିଲାରୁ ୨ ଜଣଙ୍କର ପ୍ରାଣହାନି ଘଟିଛି। ଢେଙ୍କାନାଳ ଜିଲାରୁ ୨, ଗଜପତିରୁ ଜଣେ, ଗଞ୍ଜାମରୁ ୬, ଝାରସୁଗୁଡା ଓ କେନ୍ଦ୍ରାପଡା ଜିଲାରୁ ଜଣେ ଲେଖାଏଁ, କେନ୍ଦୁଝର ଜିଲାରୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୟୁରଭଞ୍ଜ ଜିଲାରେ ୬ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି।
ସେହିଭଳି ନୟାଗଡ ଜିଲାରେ ୨, ନୂଆପଡାରୁ ଜଣେ, ପୁରୀ ଜିଲାରେ ୬, ରାୟଗଡାରୁ ଜଣେ, ସମ୍ବଲପୁର ଜିଲାରେ ୫ ଓ ସୁନ୍ଦରଗଡ ଜିଲାରେ ୫ ଜଣଙ୍କର ଜୀବନ ନେଇଛି କରୋନା।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories