www.samajalive.in
Monday, December 8, 2025
20.1 C
Bhubaneswar

କ୍ରମାଗତ ଅନିଦ୍ରା ଯୋଗୁ ହୋଇପାରନ୍ତି ସାଙ୍ଘାତିକ ମାନସିକ ଓ ଶାରୀରିକ ରୋଗର ଶିକାର

ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ କ୍ରମାଗତ ୩ ରାତି ଅନିଦ୍ରା ରହିବା ଦ୍ୱାରା ଜଣେ ବ୍ୟକ୍ତି ସାଙ୍ଘାତିକ ମାନସିକ ଓ ଶାରୀରିକ ରୋଗର ଶିକାର ହୋଇପାରନ୍ତି। ‘Annals of Behavioral Medicine’ ପତ୍ରିକାରେ ପ୍ରକାଶିତ ତଥ୍ୟରେ, କ୍ରମାଗତ ଭାବେ ୮ ଦିନ ଯାଏ ଦୈନିକ ୬ ଘଣ୍ଟାରୁ କମ୍ ଶୋଇବାର ପରିଣାମ ଦର୍ଶାଯାଇଛି। ବିଶେଷଜ୍ଞମାନେ କହିଛନ୍ତି, ଆବଶ୍ୟକତା ଠାରୁ କମ ସମୟ ଶୋଇବା ଦ୍ୱାରା ଏହା ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇବ।

ସାଉଥ ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ସୋମି ଲି ଗବେଷଣା କରି ଜାଣିବାକୁ ପାଇଛନ୍ତି ଯେ ଗୋଟିଏ ରାତି ଅନିଦ୍ରା ରହିବା ଦ୍ୱାରା ମନୁଷ୍ୟ ଠାରେ ଦେଖାଯାଉଥିବା ଲକ୍ଷଣଗୁଡ଼ିକ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଦେଖାଦେଇଥାଏ ଏବଂ ଏହିପରି ୩ ଦିନ ଯାଏଁ ଶୋଇବାରେ ବ୍ୟତିକ୍ରମ ହେଲେ ମାନସିକ ଏବଂ ଶାରୀରିକ ସମସ୍ୟା ଅତ୍ୟଧିକ ଖରାପ ଆଡକୁ ଗତି କରିଥାଏ। ଅନୁସନ୍ଧାନରୁ ଆହୁରି ମଧ୍ୟ ଜଣାପଡିଛି ଯେ ମାନବ ଶରୀର ଧୀରେଧୀରେ ନିଦ୍ରା ହୀନତା ସହ ଅଭ୍ୟସ୍ତ ହୋଇଯାଇଥାଏ କିନ୍ତୁ ଏଭଳି ଘଟିଲେ ଷଷ୍ଠ ଦିନରେ ଏହାର ପ୍ରଭାବରେ ଶାରୀରିକ ଲକ୍ଷଣ ଅତ୍ୟନ୍ତ ଗମ୍ଭୀର ଆଡକୁ ଗତି କରିବା ସମ୍ଭାବନା ରହିଛି।

- Advertisement -

ଗବେଷକ ଲି କହିଛନ୍ତି, ଆମ ମଧ୍ୟରୁ ଅନେକ ଭାବନ୍ତି ଯେ ସପ୍ତାହ ଶେଷରେ ଆମେ ଅଧିକ ସମୟ ଶୋଇବା ଫଳରେ ଆମର ବାକିଆ ଶୋଇବା କୋଟା ପୂରଣ ହୋଇଯିବ ଏବଂ ସପ୍ତାହର ଅନ୍ୟ ଦିନଗୁଡ଼ିକରେ ଅଧିକ କାର୍ଯ୍ୟ କରିପାରିବା। ଲି କହିଛନ୍ତି ଯେ କେବଳ ଗୋଟିଏ ରାତିରେ ଅନିଦ୍ରା ରହିବା ଦୈନନ୍ଦିନ କାର୍ଯ୍ୟରେ ଯଥେଷ୍ଟ କ୍ଷତି ପହଞ୍ଚାଇପାରେ। ଯୁକ୍ତରାଷ୍ଟ୍ରରେ ହୋଇଥିବା ଅଧ୍ୟୟନରେ ମିଡଲାଇଫ୍ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ, ପ୍ରାୟ ୨ ହଜାର ସୁସ୍ଥ ଏବଂ ଶିକ୍ଷିତ ମଧ୍ୟମ ବୟସ୍କ ଲୋକଙ୍କ ଉପରେ ଏହି ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୪୨ ପ୍ରତିଶତ ଲୋକ ଗୋଟିଏ ଦିନରେ ମାତ୍ର ଦେଢ଼ ଘଣ୍ଟା କମ ଶୋଇବା ଯୋଗୁ ସେମାନଙ୍କର ମାନସିକ ଏବଂ ଶାରୀରିକ ଆଚରଣ କିଭଳି ପ୍ରଭାବିତ ହୋଇଥିଲା, ତାହା ରେକର୍ଡ କରାଯାଇଥିଲା।

ଏହି ଅଧ୍ୟୟନରେ ଅଂଶଗ୍ରହଣକାରୀମାନେ ଅନିଦ୍ରା କାରଣରୁ ରାଗିବା, ଛାନିଆ ହେବା, ଏକୁଟିଆ, ବିରକ୍ତିକର ଏବଂ ହତାଶ ହେବା ଭଳି ବ୍ୟବହାର ପ୍ରଦର୍ଶନ କରିଥିଲେ ଓ ସେମାନଙ୍କ ମଧ୍ୟରୁ କେତେ ଜଣ ଶ୍ୱାସକ୍ରିୟା ସମସ୍ୟା, ପାକସ୍ଥଳୀ ସମସ୍ୟା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଅନୁଭବ କରିଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories